ହାଇଦ୍ରାବାଦ ରେ ଏସ ଓ ଡବ୍ଲୁ ଡବ୍ଲୁ ପକ୍ଷରୁ ତିନିଦିନିଆ ଓଡିଶା ଖାଦ୍ୟ ଏବଂ ଶିଳ୍ପ ମେଳା- ୨୦୨୫ ଉଦଘାଟିତ

ହାଇଦ୍ରାବାଦ ରେ ଏସ ଓ ଡବ୍ଲୁ ଡବ୍ଲୁ ପକ୍ଷରୁ ତିନିଦିନିଆ ଓଡିଶା ଖାଦ୍ୟ ଏବଂ ଶିଳ୍ପ ମେଳା- ୨୦୨୫ ଉଦଘାଟିତ…

କନ୍ଧମାଳ -08/02(ରିପୋର୍ଟ କୁନା ଦିଗାଲ ) ଓଡ଼ିଶା ଖାଦ୍ୟ ଏବଂ ଶିଳ୍ପ ମେଳା ୨୦୨୫ ହାଇଦ୍ରାବାଦ ର ହାଇଟେକ ସିଟି ସିଲପରମମ ଠାରେ ସ୍ୱାଭିମାନୀ ଓଡ଼ିଆ ମହିଳା ମଣ୍ଡଳ ପକ୍ଷରୁ ଶୁକ୍ରବାର ଠାରୁ ୩ ଦିନ ବ୍ୟାପୀ ଶୁକ୍ରବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି । ଉଦ୍ଘାଟନୀ ଉତ୍ସବ ରେ ପୂର୍ବତନ ଆଇ ଏ ଏସ ବି ପି ଆଚାର୍ଯ୍ୟ, ପୂର୍ବତନ ଏନ ଏମ ଡି ସି ନିର୍ଦେଶକ ଡି କେ ମହାନ୍ତି, ଅଟମିକ ଏନର୍ଜି ବରିଷ୍ଠ ବୈଜ୍ଞାନିକ ଗଗନ ବିହାରୀ ରାଉତ, ସି ଇ ଓ ୟଙ୍ଗର ଥୀଙ୍କର ଫାଉଂଡେସନ ଅନିଲ ପ୍ରଧାନ, ରୀନା ଦାଶ ସି ଏଚ ଆର ଓ ହାଇଦ୍ରାବାଦ ମେଟ୍ରୋ ରେଲ ପ୍ରମୁଖ ଯୋଗ ଦେଇ ଏହାଦ୍ୱାରା ଓଡିଶା ର କଳା ସଂସ୍କୃତି, ଓଡ଼ିଆ ଖାଦ୍ୟ ପେୟ ର ପ୍ରଚାର ପ୍ରସାର ସହ ଶିଳ୍ପ ପ୍ରତିଷ୍ଠା ପାଇଁ ସୁଯୋଗ ସୃଷ୍ଟି କରିବ ବୋଲି କହିଥିଲେ l ଏହି ତିନି ଦିନିଆ ସାଂସ୍କୃତିକ ମହୋତ୍ସବ ଓଡିଶାର ଐତିହ୍ୟ, ପରମ୍ପରା, ସଂସ୍କୃତି କୁ ଲୋକ ଲୋଚନ କୁ ଆଣିବାରେ ସହାୟକ ହେବ l ଏହି ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ନିଶ୍ଚିତ ସମସ୍ତଙ୍କ ପାଇଁ ଏକ ନିଆରା ଅନୁଭୂତି ପ୍ରଦାନ କରିବା ସହ ଓଡିଶାର ରୋଷେଇ, ପାରମ୍ପାରିକ ହସ୍ତଶିଳ୍ପ, ଏବଂ ସାଂସ୍କୃତିକ ପ୍ରଦର୍ଶନକୁ ଏକତ୍ର କରିବ | ପାରମ୍ପାରିକ ହସ୍ତତନ୍ତ ଏବଂ ହସ୍ତତନ୍ତ ମାଷ୍ଟର କାରିଗରମାନଙ୍କ ଦ୍ୱାରା ପ୍ରଦର୍ଶିତ ଜଟିଳ ପଟ୍ଟଚିତ୍ର, ଡୋକ୍ରା ଧାତୁ କାର୍ଯ୍ୟ ଏବଂ ଆପ୍ଲିକ୍ କାର୍ଯ୍ୟ ସହିତ ଓଡିଶାର ପ୍ରସିଦ୍ଧ ସମ୍ବଲପୁରୀ, ବମ୍କାଇ, ଏବଂ କୋଟପ୍ୟାଡ୍ ବୁଣା ସମସ୍ତଙ୍କୁ ଆକର୍ଷିତ କରିବ ବୋଲି ସଂସ୍ଥା ର ପରିଚାଳକ ସସ୍ମିତା ମିଶ୍ର, ରୀନା ଦାଶ ପ୍ରମୁଖ ସୂଚନା ଦେଇ ଛନ୍ତି l

Leave a Reply

Your email address will not be published. Required fields are marked *