ହିଂଜିଳି ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ହିଂଜିଳି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଛତ୍ରପୁର ଉପଜିଲ୍ଲାପାଳଙ୍କ ଠାରେ ନାମାଙ୍କନ ଦାଖଲ କଲେ ନବୀନ।ମା’ ତାରାତାରିଣୀଙ୍କ ଦର୍ଶନ କରି ନାମାଙ୍କନ କଲେ।ଏହା ପୂର୍ବରୁ ପ୍ରଣବ ପ୍ରକାଶ ଦାସଙ୍କୁ ଶୁଭକାମନା ଜଣାଇଥିଲେ ମୁଖ୍ୟମନ୍ତ୍ରୀ ।ବିଜୟ ପାଇଁ ଦେଲେ ଆଶୀର୍ବାଦ।

