୧୦୪ କିଲୋ ଗଞ୍ଜେଇ ସହ ଦୁଇ ଗଞ୍ଜେଇ ମାଫିଆ ଗିରଫ। ଆର, ଉଦୟଗିରି :22/11(ମନୋଜ କୁମାର ପାଢୀ )ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ଗଞ୍ଜେଇ ଚୋରାଚାଲାଣ ରୋକିବା ପାଇଁ ପେଟ୍ରୋଲିଁ ଜୋର୍ ଯାର ରେ ଚାଲିଛି। ଯାହାକୁ ନେଇ ଅଡବା ଥାନା ଅଧିକାରୀ ସୁଭ୍ରାନ୍ତ କୁମାର ପଣ୍ଡା ଙ୍କ ତତ୍ତ୍ଵାବଧାନରେ ରେ ଦୁର୍ଗମ ଅଞ୍ଚଳ ଗରଡମା ଗ୍ରାମ ପଞ୍ଚାୟତ ଗୋପିନାଥପୁର ଛକ ରେ ଏକ ବୋଲେରୋ ପୀକ ଅପ୍ ଗାଡ଼ି କୁ ଅଟକାଇ ଯାଞ୍ଚ କରଯାଇଥିଲା। ଯାଞ୍ଚ ବେଳେ ଗାଡ଼ିରେ ଗଞେଇ ଥିବା ଦେଖିବାକୁ ପାଇଥିଲେ। ଏକଜୁଟିଭ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ଗଞ୍ଜେଇ ଓଜନ କରାଯାଇଥିଲା ଯାହାର ପରିମାଣ ୧୦୪ କିଲୋ ହୋଇଥିଲା। ଜବତ ଗଞ୍ଜେଇ ଗଞ୍ଜାମ ଜିଲ୍ଲା କୁ ଚୋରାଚାଲାଣ କରାଯାଉଥିବା ବେଳେ ଶିବରାମ ପ୍ରଧାନ ଓ ଜଗଦୀଶ ସାହୁ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଅଡବା ପୋଲିସ୍। ଜବତ ଗଞେଇ ର ଆନୁମାନିକ ବଜାର ଦର ୧୦ ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ବ ହେବ ବୋଲି ଅଡବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।
Related Posts

ଟ୍ରାକ୍ଟର ଚକତଳେ ଚାପି ହୋଇ ଚାପି ହୋଇ ଟ୍ରାକ୍ଟ ଚାଳକଙ୍କ ମୃତ
ଟ୍ରାକ୍ଟର ଚକତଳେ ଚାପି ହୋଇ ଚାପି ହୋଇ ଟ୍ରାକ୍ଟ ଚାଳକଙ୍କ ମୃତ । ଟ୍ରାକ୍ଟର ଚକା ତଳେ ଚାପି ହୋଇ ଟ୍ରାକ୍ଟ ଚାଳକଙ୍କ ମୃତ୍ୟୁ ହୋଇଛି ।…

ଗୁମ୍ମା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ମରୁଡି ଯୋଗୁଁ ଲୋକେ ପାଉନାହାନ୍ତି ସରକାରୀ ସ୍ୱାସ୍ଥ୍ୟସେବା
ଗୁମ୍ମା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ମରୁଡି ଯୋଗୁଁ ଲୋକେ ପାଉନାହାନ୍ତି ସରକାରୀ ସ୍ୱାସ୍ଥ୍ୟସେବା ଗଜପତି (୧୮/୬/୨୦୨୪):ଗଜପତି ଜିଲ୍ଲା ଗୁମ୍ମା ବ୍ଲକରେ ଥିବା ଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର…

ଲକ୍ଷାଧିକ ଟଙ୍କାର କାଠ ଜବତ ଦୁଇ ଫେରାର ଜଣେ ଗିରଫ ।
ଲକ୍ଷାଧିକ ଟଙ୍କାର କାଠ ଜବତ ଦୁଇ ଫେରାର ଜଣେ ଗିରଫ । ଆର,ଉଦୟଗିରି(ମନୋଜ କୁମାର ପାଢୀ)-: ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକ ପାଣିଗଣ୍ଡା ପଞ୍ଚାୟତ ରେ…