୨ଟି ପୃଥକ ଦୁର୍ଘଟଣା, ତିନି ଗୁରୁତର ଅଳ୍ପକେ ବର୍ତିଲେ ୩୫ ରୁ ଅଧିକ ଯାତ୍ରୀ ଆର,ଉଦୟଗିରି, (ମନୋଜ କୁମାର ପାଢୀ):ଗଜପତି ଜିଲ୍ଲା ମୋହନା ଓ ଅଡବା ଥାନା ଅଞ୍ଚଳରେ ୨ ଟି ପୃଥକ ଦୁର୍ଘଟଣା ଘଟିଛି l ଏଥିରେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି l ଶନିବାର ସକାଳେ ମୋହନା ଥାନା ଲେଡବନ୍ଧ ରେ କାର ସହ ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ ବାଇକ ଆରୋହୀ ବିରିକୋଟ ଗାଁର ସାଇରlମ ମହାପାତ୍ର(୨୫) ରଘୁନାଥପୁର ର ରହିତ କୁମାର ନାୟକ (୩୫)ଗୁରୁତର ଆହତ ହୋଇଛନ୍ତି l ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମୋହନା ମେଡିକାଲ ରେ ଭର୍ତ୍ତି କରାଯାଇଛି l ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି l ସେହିପରି ଅଡବା ଥାନା ଦମlଦୁଆ ଗାଁ ନିକଟରେ ଯାତ୍ରୀବାହି ବସ ବିକ୍ରାନ୍ତ କନ୍ଧମାଳ ପଟୁ ବ୍ରହ୍ମପୁର ଆସୁଥିବା ବେଳେ ପିକ ଅପ ଭ୍ୟାନ ଟି ଅଡବା ପଟୁ ପାଣିଗଣ୍ଡା ଯାଉଥିବା ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି l ଏଥିରେ ପିକ ଅପ ଭ୍ୟାନ ଡ୍ରାଇଭର ଉମାଶଙ୍କର ରଣା (୩୦) ଗୁରୁତର ଆହତ ହୋଇଛନ୍ତି l ତେବେ ବସ ରେ ଥିବା ପ୍ରାୟ ୩୫ ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ବଡ଼ ଦୁର୍ଘଟଣା ରୁ ରକ୍ଷା ପାଇଛନ୍ତି ଯାତ୍ରୀ ଉଭୟ ଘଟଣାରେ ପୋଲିସ ତଦନ୍ତ କରୁଛି l
Related Posts
ବର୍ଷାରେ ଭିଜିଲେ ଗଣେଶ
ବର୍ଷାରେ ଭିଜିଲେ ଗଣେଶ***************** ଗଜପତି (ମନୋଜ କୁମାର ପାଢୀ)-: ଗଜପତି ଜିଲ୍ଲାର ରା. ଉଦୟଗିରି ବ୍ଲକରେ ଥିବା କେ. ଏମ. ଭଲିଆସାହି ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଦାତl…
ନୁଆଗଡ ବ୍ଳକରେ ୬୫ ପ୍ରତିଶତ ଭିନ୍ନକ୍ଷମଙ୍କୁ ମିଳୁନି ସରକାରୀ ସୁବିଧା କାହିଁକି ।
ନୁଆଗଡ ବ୍ଳକରେ ୬୫ ପ୍ରତିଶତ ଭିନ୍ନକ୍ଷମଙ୍କୁ ମିଳୁନି ସରକାରୀ ସୁବିଧା କାହିଁକି । ରାଜ୍ୟ ମାଳ ମାଳ ଯୋଜନା କାହାପାଇଁ ।ଆର,ଉଦୟଗିରି(ମନୋଜ କୁମାର ପାଢୀ ୨୭/୪/ ଗଜପତି…
୫୩ଟି ଔଷଧ ଗୁଣବତ୍ତା ମାନ ଯାଞ୍ଚ ବେଳେ ଫେଲ ମାରିଛନ୍ତି।
କ୍ୟାଲସିୟମ, ଭିଟାମିନ ଡି୩ ସପ୍ଲିମେଣ୍ଟ, ମଧୁମେହ ଓ ଉଚ୍ଚ ରକ୍ତଚାପ ପାଇଁ ଲୋକମାନେ ବ୍ୟବହାର କରୁଥିବା ୫୩ଟି ଔଷଧ ଗୁଣବତ୍ତା ମାନ ଯାଞ୍ଚ ବେଳେ ଫେଲ ମାରିଛନ୍ତି।…