୨୦୨୭ ଡିସେମ୍ବର ସୁଦ୍ଧା ଭୁବନେଶ୍ୱର ମେଟ୍ରୋ ରେଳ କାମ ସରିବ
ଭୁବନେଶ୍ୱର: ୨୦୨୭ ଡିସେମ୍ବର ସୁଦ୍ଧା ସରିବ ଭୁବନେଶ୍ୱର ମେଟ୍ରୋ ରେଳ କାମ। ଭୂମି ଠାରୁ ୧୩ ମିଟର ଉଚ୍ଚରେ ଯିବ ମେଟ୍ରୋ ଟ୍ରେନ୍।ରାଜମହଲ, ଜୟଦେବବିହାର ଓ ବାରଙ୍ଗରେ ଉଚ୍ଚତା ଅଧିକ ରହିବ।ପ୍ରତି ୧୦ ମିନିଟ ବ୍ୟବଧାନରେ ଚାଲିବ ମେଟ୍ରୋ ଟ୍ରେନ୍।୩ କୋଚ୍ ବିଶିଷ୍ଟ ୧୩ଟି ମେଟ୍ରୋ ଟ୍ରେନ୍ କିଣିବାକୁ ଯୋଜନା ରହିଛି।ଏବେ ମେଟ୍ରୋ ପ୍ରକଳ୍ପ ପାଇଁ ଚାଲିଛି ମାଟି ପରୀକ୍ଷା।୫୦/୬୦ ଫୁଟ ତଳୁ ମାଟି ନେଇ ଲ୍ୟାବ୍ରେ ପରୀକ୍ଷା ହେଉଛି।ମାଟି ପରୀକ୍ଷା ସରିବା ପରେ ଆରମ୍ଭ ହେବ ଫାଉଣ୍ଡେସନ କାମ।