୯ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ଗଜପତି ପୋଲିସ ଆର,ଉଦୟଗିରି୨୭।୧୧( ମନୋଜ ପାଢୀ ): ଗଜପତି ଜିଲା ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର କୁମାର ପଣ୍ଡାଙ୍କ ନିର୍ଦ୍ଦେଶରେ ଅପରେସନ ଗ୍ରୀନ କ୍ଲିନ୍ । ଅଡ଼ବା ଥାନା ଅନ୍ତର୍ଗତ ଗୁଲୁବା ଓ ଅନ୍ତରବା ପଞ୍ଚାୟତରେ ଥିବା ହାଚିପଙ୍କା ଓ କଣ୍ଟାପଦର ଗାଁ ନିକଟସ୍ଥ ଜଙ୍ଗଲ ଜମିରେ ବେଆଇନ ଗଞ୍ଜେଇ ଚାଷ ହୋଇଥିବା ବିଶେଷ ସୂତ୍ରରୁ ଗଜପତି ପୋଲିସ ଖବର ପାଇଥିଲା। ଏହାକୁ ନେଇ ବୁଧବାର ମୋହନା ଥାନା ଅଧିକାରୀଙ୍କ ନେତୃତ୍ୱରେ ଅଡବା ଥାନା ଅଧିକାରୀଙ୍କ ସହ ୭ ପ୍ଲାଟୁନ୍ ପୋଲିସ ଫୋର୍ସ, ଅବକାରୀ ବିଭାଗ ଓ ରାଜସ୍ବ ବିଭାଗ ପକ୍ଷରୁ ଉକ୍ତ ଜଙ୍ଗଲରେ ମିଳିତ ଚଢ଼ାଉ କରାଯାଇଥିଲା। ଚଢାଉରେ ୪୫ ଏକର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ପ୍ରାୟ ୯୦,୦୦୦ ହଜାର ଗଞ୍ଜେଇ ଗଛ ନଷ୍ଟ କରାଯାଇ ଥିବା ବେଳେ ଏହାର ଆନୁମାନିକ ବଜାର ଦର ୯ କୋଟି ଟଙ୍କା ହେବ ବୋଲି ଗଜପତି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
Related Posts
୫ରେ ସୃଷ୍ଟି ହେବ ଲଘୁଚାପ
୫ରେ ସୃଷ୍ଟି ହେବ ଲଘୁଚାପ ଭୁବନେଶ୍ୱର: ସେପ୍ଟେମ୍ବର ୫ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ।ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ହେବ ପ୍ରବଳ ବର୍ଷା।ଆସନ୍ତା ୮…
ବିଜେପିର ମୋହନା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା, ପ୍ରଶାନ୍ତ ମଲ୍ଲିକ ହେଲେ ବିଧାୟକ ପ୍ରାର୍ଥୀ ।
ଆର.ଉଦୟଗିରି(ମନୋଜ କୁମାର ପାଢୀ): ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀରୁ ବିଜେପି ତାହାର ପ୍ରାର୍ଥୀ ଘୋଷଣା କରିଛି। ମୋହନା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି ପ୍ରଶାନ୍ତ କୁମାର…
ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ମହା ଆଡମ୍ବର ରେ ଅନୁଷ୍ଠିତ
ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ମହା ଆଡମ୍ବର ରେ ଅନୁଷ୍ଠିତ କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ନିକଟସ୍ଥ ଟିକାବାଲି…