ମହେନ୍ଦ୍ରଗଡ଼ ହାଇସ୍କୁଲରେ ରେଡ ରିବନ କ୍ଲବର ଏଡ଼ସ ସଚେତନତା ଶିବିର ଆର, ଉଦୟଗିରି(ମନୋଜ କୁମାର ପାଢୀ/ ତା 02.11.24 ରିଖ ରେ ମହେନ୍ଦ୍ରଗଡ଼ ହାଇସ୍କୁଲ ପରିସରରେ ରେଡ ରିବନ କ୍ଳବ ତରଫରୁ ଏଡ଼ସ ସମ୍ବନ୍ଧୀୟ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି | ଏ ଅବସରରେ ବିଦ୍ୟାଳୟର ବରିଷ୍ଠ ବିଜ୍ଞାନ ଶିକ୍ଷକ ଶ୍ରୀ ଏସ ରାମାରାଓ HIV ଜନିତ ରୋଗ କଣ ? ଓ ତାହାର ନିରାକରଣ ସମ୍ବନ୍ଧରେ ଓ କିଭଳି ନିଜ ନିଜ ପରିବାରରେ, ସାହିରେ ଓ ଗ୍ରାମରେ ସଚେତନତା କରାଯାଇପାରିବ ଯେଭଳି ଏଡ଼ସର ଭୟବହତା ନ ରହିବ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ବୁଝାଇଥିଲେ | ଶିକ୍ଷକ ଶ୍ରୀ ରାଧାକୃଷ୍ଣ ପଣ୍ଡା ଛାତ୍ର ଛାତ୍ରୀ ମାନଙ୍କୁ ଶପଥ ପାଠ କରାଇଥିଲେ |ଏହି କାର୍ଯ୍ୟକ୍ରମକୁ ରାଜ୍ୟ ପୁରସ୍କୃତ ଶିକ୍ଷକ ତଥା ଜୁନିଅର ରେଡ କ୍ରସର ଜିଲ୍ଲା ସମ୍ବଳ ସାଧନ କର୍ମୀ ଶ୍ରୀ ସୁବାସ ଚନ୍ଦ୍ର ସାହୁ ପରିଚାଳନା କରିଥିଲେ ଓ ଧନ୍ୟବାଦ ଅର୍ପଣ କରିଥିଲେ |
Related Posts
ଏକ ଠିକା ସଂସ୍ଥାର ସିଜାମାଲି ମାଇନ୍ସ ନେବାକୁ ବିରୋଧ କରି ରାୟଗଡ଼ା ଜିଲ୍ଲା କାଶୀପୁର ଥାନା ଘେରିଲେ ଉତ୍ତ୍ୟକ୍ତ ଲୋକେ।
ରାୟଗଡ଼ା:ଏକ ଠିକା ସଂସ୍ଥାର ସିଜାମାଲି ମାଇନ୍ସ ନେବାକୁ ବିରୋଧ କରି ରାୟଗଡ଼ା ଜିଲ୍ଲା କାଶୀପୁର ଥାନା ଘେରିଲେ ଉତ୍ତ୍ୟକ୍ତ ଲୋକେ। ଆନ୍ଦୋଳନରେ ସାମିଲ ଜଣେ ବ୍ୟକ୍ତିଙ୍କୁ ଉଠାଇ…
୧୩୮ ଜଣଙ୍କ ମୃତ୍ୟୁ ହୋଇଛି ଫିଲିପାଇନ୍ସରେ
ଫିଲିପାଇନ୍ସରେ ତାଣ୍ଡବ ରଚିଲା ଘୂର୍ଣ୍ଣିଝଡ଼ ଟ୍ରାମି। ଦିଲ୍ଲୀ :ପ୍ରବଳ ବର୍ଷା ସହ ପବନ ହୋଇଛି। ଘୂର୍ଣ୍ଣିଝଡ଼ ପରେ ଏଠି ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ…
ଗିରିରାଜ ମିଶନ ଶକ୍ତି ୱମନେ ମେଜ ପ୍ରଡ୍ୟୁସର କମ୍ପାନୀ ତରଫରୁ ପ୍ରଥମ ବାର୍ଷିକ ସଭା ର ଆୟୋଜନ
ଗିରିରାଜ ମିଶନ ଶକ୍ତି ୱମନେ ମେଜ ପ୍ରଡ୍ୟୁସର କମ୍ପାନୀ ତରଫରୁ ପ୍ରଥମ ବାର୍ଷିକ ସଭା ର ଆୟୋଜନ ଆର,ଉଦୟଗିରି(ମନୋଜ କୁମାର ପାଢୀ) ତ। 06.11.2024 ରିଖ ଦିନ…