ବରଗଡ- ୫,୧୧ (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ସଂକ୍ରିଡା ପଞ୍ଚାୟତ ର ସଂକ୍ରିଡା ଗ୍ରାମର ଉତ୍ତମରାଜ ପୁରୋହିତଙ୍କ ବଡ ପୁଅ ସୃଜନ ସମ୍ବିତ ପୁରୋହିତ ବୟସ ୨୮ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସ୍ଥିତ ଭଡା ଘରେ ରବିବାର ରାତିରେ ଦେହାନ୍ତ ହୋଇଥିଲା, ସ୍ଵର୍ଗତ ପୁରୋହିତ ବାଲୁଗାଁ ସ୍ଥିତ ଆସିଆସିଆଇ ବ୍ଯାଙ୍କ ରେ ଆସିଷ୍ଟାଣ୍ଟ ଶାଖା ପରିଚାଳକ ଭାବରେ ରେ କାର୍ଯ୍ୟରତ ଥିଲେ। ସେ ବ୍ଯାଙ୍କ ନ ଆସିବାରୁ ବ୍ଯାଙ୍କ କର୍ମଚାରୀ ତାଙ୍କ ଭଡ଼ା ଘର କୁ ଯାଇଥିଲେ, ତାଂକୁ ଡାକିବାରୁ ଶୁଣି ନଥିଲେ, ପରେ ପୋଲିସ ଆସି ଡାକ୍ତରଖାନା କୁ ଆଣିଥିଲେ ଡାକ୍ତର ମୃତ ଘୋଷଣା କରିଥିଲେ। ବାଲୁଗାଁ ପୋଲିସ ଅପମୃତ୍ୟୁ କେସ ରୁଜୁ କରି ଶବ ବ୍ୟବଚ୍ଛେଦ ପଠାଇ ତଦନ୍ତ କରୁଛନ୍ତି। ପରେ ସଂକ୍ରିଡା ଗ୍ରାମ କୁ ଖବର ଦେଇଥିଲେ, ଏଠାରୁ ଆତ୍ମିୟ, ସ୍ଵଜନ ଯାଇଥିଲେ, ପୋଲିସ ପକ୍ଷରୁ ଶବକୁ ହସ୍ତାନ୍ତର କରିଥିଲେ। ଏହି ଦୁଃଖଦ ଘଟଣା ଜଣାପଡିବା ପରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି। ଆଜି ସକାଳେ ମୃତ ଶରୀର ଦର୍ଶନ ପାଇଁ ବହୁ ସଂଖ୍ୟାରେ ଆତ୍ମିୟ, ବଂଧୁ ପରିଜନ, ସଂକ୍ରିଡା ଗ୍ରାମର ସମସ୍ତ ମହିଳା, ପୁରୁଷ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ। ମୃତ ଶରୀର ପହଞ୍ଚିବା ପରେ କାନ୍ଦ ବୋବାଳି ସ୍ରୁଷ୍ଟି ହୋଇ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ସମସ୍ତ ଆଖିରେ ଦୁଃଖ ଅଶ୍ରୁ ଆପେ ଅପେ ନିର୍ଗତ ହେବାର ଦେଖାଯାଇଥିଲା। ତାଙ୍କର ଶେଷ ଦର୍ଶନ କରିବା ପାଇଁ ବହୁ ଦୂରଦୂରାନ୍ତରୁ ଆତ୍ମିୟ ସ୍ୱଜନ, ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ। ପରେ ଶବାଧାରରେ ସମସ୍ତେ ସାମିଲ ହୋଇ ସଂକ୍ରିଡା ସ୍ଵର୍ଗଦ୍ଵାର ଠାରେ ଅନ୍ତିମ ସତ୍କାର କରାଯାଇଥିଲା। ଶେଷରେ ସ୍ଵର୍ଗତ ପୁରୋହିତ କଂ ସାନଭାଇ ଶୁଭେନ୍ଦୁ ଶେଖର ପୁରୋହିତ ମୁଖାଗ୍ନି ଦେଇଥିଲେ।
Related Posts

ଶପଥ ନେଲେ ନୂଆ ରାଜ୍ୟପାଳ ହରି ବାବୁ କମ୍ଭମ୍ପତି
ଶପଥ ନେଲେ ନୂଆ ରାଜ୍ୟପାଳ ହରି ବାବୁ କମ୍ଭମ୍ପତି

ପୁରୀ-ଗୁଣୁପୁର ଟ୍ରେନ ଏସି ବଗିରେ ଲାଗିଲା ନିଆଁ
ପୁରୀ-ଗୁଣୁପୁର ଟ୍ରେନ ଏସି ବଗିରେ ଲାଗିଲା ନିଆଁଗଜପତି ୭/୪/୨୦୨୪: ପୁରୀ-ଗୁଣୁପୁର ଟ୍ରେନର ଏସି ବଗିରେ ଆକସ୍ମିକ ଭାବେ ଲାଗିଲା ନିଆଁ । ତେବେ ଅଳ୍ପକେ ବର୍ତ୍ତିଯାଇଛନ୍ତି ସମସ୍ତ…

ପାଣି ପଞ୍ଚାୟତ ଗୁଡିକର ନିର୍ବାଚନ ଓ ଅଡିଟ୍ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ପାଣି ପଞ୍ଚାୟତ ଗୁଡିକର ନିର୍ବାଚନ ଓ ଅଡିଟ୍ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ବରମୁଣ୍ଡା ଖେଳ ପଡିଆ…