ଗଞ୍ଜାମ:-ଜାତୀୟ ସ୍ତରରେ ପରିଚିତ ଓ ଗଞ୍ଜାମ ଜିଲ୍ଲା ର ରୁଷିକୁଲ୍ୟା ନଦୀ କୂଳରେ ଅବସ୍ଥିତ ପ୍ରସିଦ୍ଧ ମାଁ ତାରାତାରିଣୀ ମନ୍ଦିର ରେ ଗତକାଲି ନିଶାର୍ଦ୍ଧ ରାତିରେ ମନ୍ଦିର ତାଲା ଭାଙ୍ଗି ବହୁ ମୁଲ୍ୟର ଅଳଙ୍କାର ଲୁଟି ନେବାରେ ସଫଳ ହୋଇଛନ୍ତି। ଘଟଣା ରୁ ପ୍ରକାଶ ଯେ ରାତ୍ରୀ ପହଡ଼ ପରେ ମନ୍ଦିରର ପୂଜକ ତାଲା ବନ୍ଦ କରି ଘରକୁ ଚାଲିଯାଇଥିଲେ। ଆଜି ଭୋର ମନ୍ଦିର ତାଲା ଖୋଲି ଦେଖିଲା ବେଳକୁ ମନ୍ଦିର ଦାନ ପେଢିର ଗୋଟିଏ ତାଲା ଭାଙ୍ଗିଛି ଓ ମାଁଙ୍କ ପରିଧାନ ମୁକୁଟ,ମୁଖା ଓ ଛତା ଚୋରି ହୋଇଛି। ଏହି ବିଷୟରେ ପୁଜାରୀ ମନ୍ଦିର କମିଟି କର୍ମକର୍ତ୍ତା ଙ୍କୁ ଅବଗତ କରାଇବା ପରେ ମନ୍ଦିରର ପ୍ରଶାସନିକ ଅଧିକାରୀ, କିଛି କର୍ମକର୍ତ୍ତା ଓ ଅନ୍ୟ ପୁଜାରୀ ମାନେ ମନ୍ଦିର ରେ ପହଞ୍ଚି ପରିସ୍ଥିତି ଦେଖିଲେ ଓ ପ୍ରଶାସନିକ ଅଧିକାରୀ ଆଇନଜୀବୀ ତିରୁମାଲା ରେଡ଼ି ପୁରୁଷୋତ୍ତମପୁର ଥାନା କୁ ଜଣାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ମନ୍ଦିର ର ସମସ୍ତ କୋଣ ଅନୁକୋଣରେ ସିସିଟିଭି କ୍ୟାମେରା ସଂଯୋଗ ପାଇଁ ଗତ ମାସର ବୈଠକରେ ନିଷ୍ପତି ହୋଇଛି। କିନ୍ତୁ ଏହି କାର୍ଯ୍ୟକ୍ରମର ବିଳମ୍ବ କୁ ନେଇ କିଛି ଜାଣିବା ଲୋକ ଏହି ଭଳି ଅସାମାଜିକ କାର୍ଯ୍ୟରେ ଲିପ୍ତ ଥିବା ଜଣାପଡୁଛି। ରିପୋର୍ଟ:କୈଳାସ ଚନ୍ଦ୍ର ଚୌଧୁରୀ।
Related Posts
ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳ ପରିଦର୍ଶନ କରି ଅଞ୍ଚଳବାସୀ ଗୁହାରିବା ସୁଣିବା ସହ ସମସ୍ୟାର ସମାଧାନ ପାଇଁ ପ୍ରତିଶୃତି ନୁଆଗଡ ବିଡିଓ ।
ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳ ପରିଦର୍ଶନ କରି ଅଞ୍ଚଳବାସୀ ଗୁହାରିବା ସୁଣିବା ସହ ସମସ୍ୟାର ସମାଧାନ ପାଇଁ ପ୍ରତିଶୃତି ନୁଆଗଡ ବିଡିଓ । ଆର,ଉଦୟଗିରି(ମନୋଜ କୁମାର ପାଢୀ)-…
କୁଟ୍ରାଖାଲ ଗ୍ରାମରେ ବର୍ଷା ଦିନରେ ମଧ୍ୟ ଉତ୍କଟ ପାନୀୟଜଳ ସମସ୍ୟା
କୁଟ୍ରାଖାଲ ଗ୍ରାମରେ ବର୍ଷା ଦିନରେ ମଧ୍ୟ ଉତ୍କଟ ପାନୀୟଜଳ ସମସ୍ୟା ଆର, ଉଦୟଗିରି (ମନୋଜ କୁମାର ପାଢୀ):ଗଜପତି ଜିଲ୍ଲାର ମୋହନା ବ୍ଳକର ଜରଉ ପଞ୍ଚାୟତର କୁଟ୍ରାଖାଲ ଗ୍ରାମରେ…
ମୁଖ୍ୟ ଶାସନ ସଚିବଙ୍କ ଭୁବନେଶ୍ୱରସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟର ଉତ୍କର୍ଷ କେନ୍ଦ୍ର ପରିଦର୍ଶନ
ମୁଖ୍ୟ ଶାସନ ସଚିବଙ୍କ ଭୁବନେଶ୍ୱରସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟର ଉତ୍କର୍ଷ କେନ୍ଦ୍ର ପରିଦର୍ଶନ ଭୁବନେଶ୍ୱର:(Abhishek Mohanty) ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଆଜି ପୂର୍ବାହ୍ନରେ…