କେ. ଏମ. ଭାଲିଆସାହି ଉଚ୍ଚ ବିଦ୍ୟାଳୟର ଛାତ୍ର ରାଜ୍ୟ ସ୍ତ୍ରରକୁ ମନୋନୀତ ଆର, ଉଦୟଗିରି(ମନୋଜ ପାଢୀ/ ୮/୧୧/୨୪ ଗଜପତି ଜିଲ୍ଲାର ପାରଳାଖମୁଣ୍ଡି ସ୍ଥିତ ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2024 ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଅବସରରେ ଜିଲ୍ଲାର ସାତଟି ବ୍ଲକରୁ ଛାତ୍ର ଛାତ୍ରୀ ମାନେ ନାଚ ଗୀତ ଆଦି ବିଭିନ୍ନ ବିଭାଗରେ ଅଂଶ ଗ୍ରହଣ କରି ପୁରସ୍କୃତ ହୋଇଛନ୍ତି । ଏହି ଉତ୍ସବରେ ରା. ଉଦୟଗିରି ବ୍ଲକ୍ ସ୍ଥିତ କେ. ଏମ. ଭାଲିଆସହି ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ର ଶ୍ରୀ ଭେଙ୍କଟେଶ୍ୱର ନାୟକ ମଧ୍ୟାହ୍ନ ଭୋଜନ କାର୍ଯକ୍ରମର ଚିତ୍ର କଳlରେ ଅଂଶ ଗ୍ରହଣ କରିଥିଲେ । ଫଳତଃ ଏହି ପ୍ରତିଯୋଗୀତାରେ ଜିଲ୍ଲା ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରକୁ ମନୋନୀତ ହୋଇଛନ୍ତି । ତତ୍ ସହିତ ଉକ୍ତ ବିଦ୍ୟାଳୟରୁ ସପ୍ତମ ଶ୍ରଣୀର ଛାତ୍ରୀ ସୁଭସ୍ମିତl କାର୍ଯୀ କନିଷ୍ଠ ବିଭାଗର ବକ୍ତୃତା ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିଲେ । ଏହି ପ୍ରତିଯୋଗୀତାରେ ଜିଲ୍ଲା ସ୍ତରରେ ତୃତୀୟ ସ୍ଥାନ ଅଧିକାର କରି ବିଦ୍ୟାଳୟର ସୁନlମକୁ ବହୁଗୁଣିତ କରାଇଛନ୍ତି । ଏହି ସଫଳତା ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରା ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଅଶେଷ ସାଧୁବାଦ ଜ୍ଞାପନ କରିଛନ୍ତି।
Related Posts
କେ. ଏମ. ଭାଲିଆସାହି ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ କୁଇଜ୍ ପ୍ରତିଯୋଗିତା
କେ. ଏମ. ଭାଲିଆସାହି ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ କୁଇଜ୍ ପ୍ରତିଯୋଗିତା***************** ଆର,ଉଦୟଗିରି(୩୦/୯/୨୦୨୪ଗଜପତି ଜିଲ୍ଲାର ଆର, ଉଦୟଗିରି ବ୍ଲକ ଅନ୍ତର୍ଗତ କେ. ଏମ. ଭାଲିଆସାହି ଉଚ୍ଚ ବିଦ୍ୟାଳୟରେ…
ଗଜପତି ଜିଲ୍ଲାରେ ବରିଷ୍ଟ ଓକିଲ ଙ୍କୁ ଏସିଡ ମାଡ ଘଟଣାରେ ସମ୍ପୃକ୍ତ ଆସାମୀ ଙ୍କୁ ଗିରଫ ସହ ଓକିଲ ମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ।
ଗଜପତି ଜିଲ୍ଲାରେ ବରିଷ୍ଟ ଓକିଲ ଙ୍କୁ ଏସିଡ ମାଡ ଘଟଣାରେ ସମ୍ପୃକ୍ତ ଆସାମୀ ଙ୍କୁ ଗିରଫ ସହ ଓକିଲ ମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀ ଙ୍କ…
ସୁଭଦ୍ରା ଯୋଜନା: ମହିଳାଙ୍କ ମଧ୍ୟରେ ବେଶ ଆଗ୍ରହ ଓ ଉତ୍ସାହ । ସିଏସସି: ଓ ଆଧାର କେନ୍ଦ୍ରରେ ପ୍ରବଳ ଭିଡ଼ ପରିଲକ୍ଷିତ ।
ସୁଭଦ୍ରା ଯୋଜନା: ମହିଳାଙ୍କ ମଧ୍ୟରେ ବେଶ ଆଗ୍ରହ ଓ ଉତ୍ସାହ । ସିଏସସି: ଓ ଆଧାର କେନ୍ଦ୍ରରେ ପ୍ରବଳ ଭିଡ଼ ପରିଲକ୍ଷିତ । ଗଜପତି – ୭/୯/୨୪…