ସଂକ୍ରିଡା ପ୍ରାଥମିକ କୃଷି ସେବା ସମବାୟ ସମିତି ଲି ର ଖରିଫ ଋତୁରେ ଧାନ କ୍ରୟ ବିକ୍ରୟ ଉପରେ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଯାଇଅଛି। ବରଗଡ-୧୩,୧୧(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ସଂକ୍ରିଡା ପ୍ରାଥମିକ କୃଷି ସେବା ସମବାୟ ସମିତି ଲି ର ଝରାପାଲି ମାର୍କେଟ କାର୍ଯ୍ୟାଳୟ ପରିସରରେ ସମିତି ସ୍ତରୀୟ ଖରିଫ ଋତୁରେ ଧାନ ସଂଗ୍ରହ କମିଟି (solpc) ର ସଭାପତି ଶ୍ରୀ ସୁବ୍ରତ କୁମାର ଚାନ୍ଦ କଂ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ସମିତି ସ୍ତରୀୟ କମିଟି ର ସମସ୍ତ ରାଜସ୍ବ ନିରୀକ୍ଷକ, ସମସ୍ତ ପଂଚାୟତ ଏଗଯୁକୁଟିଭ ଅଫିସର, ଭିଏବ୍ଲ୍ଯୁ ଓ ସମସ୍ତ ଚାଷୀ ପ୍ରତିନିଧି ମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଚଳିତ ଖରିଫ ଋତୁରେ ପଂଜିକୃତ ଚାଷୀ ମାନଙ୍କ ଠାରୁ ଧାନ କ୍ରୟ କରାଯାଇ କିପରି ସୁରୁଖୁରୁରେ ଭାବରେ ଧାନ ସଂଗ୍ରହ ପ୍ରକ୍ରିୟା ହେବ ଓ ସମସ୍ତ ଚାଷୀ ମାନେ ଧାନ ର ଉଚିତ ମୂଲ୍ୟ ସୁବିଧାରେ ପାଇପାରିବେ, ସେଥିପ୍ରତି ଯତ୍ନବାନ ଓ ସମ୍ବୋଧନଶିଳ ହେବା ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି। ପରିଶେଷରେ ସଂକ୍ରିଡା ପ୍ରାଥମିକ କୃଷି ସେବା ସମବାୟ ସମିତି ଲି ର ସଂପାଦକ ଶ୍ରୀ ସୁବାସ ଚନ୍ଦ୍ର ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ।
Related Posts
ଦୁର୍ଘଟଣାରେ ଶିକ୍ଷକଙ୍କ ମୃତ୍ୟୁ
ଦୁର୍ଘଟଣାରେ ଶିକ୍ଷକଙ୍କ ମୃତ୍ୟୁ ଗଜପତି -: (ମନୋଜ କୁମାର ପାଢୀ) (୩/୬/୨୦୨୪):ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଜାଙ୍ଗଲ ଗାଁ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ…
ଜିଲ୍ଲାସ୍ତରୀୟ ନିଶା ଅପବ୍ୟବହାର ଓ ଅବୈଧ କାରବାର ନିରୋଧ ଦିବସ -୨୦୨୪ ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଜିଲ୍ଲାସ୍ତରୀୟ ନିଶା ଅପବ୍ୟବହାର ଓ ଅବୈଧ କାରବାର ନିରୋଧ ଦିବସ -୨୦୨୪ ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ଗଜପତି (୨୬/୬/୨୦୨୪ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି…
ଅଲିମ୍ପିକ୍ସରେ ଇତିହାସ ରଚିଛି ଭାରତୀୟ ପୁରୁଷ ହକି ଟିମ।
ଅଲିମ୍ପିକ୍ସରେ ଇତିହାସ ରଚିଛି ଭାରତୀୟ ପୁରୁଷ ହକି ଟିମ। ଦଳ ଆଜି ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୩-୨ ଗୋଲରେ ହରାଇ ଦେଇଛି। ଏଥିସହ…