ସଳପଗାଁ ଆଦର୍ଶ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ବାଳ ବୈଜ୍ଞାନୀକ ପ୍ରଦର୍ଶନୀ ୨୦୨୪ ଅନୁଷ୍ଠିତ …
କନ୍ଧମାଳ : (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ କଟିମାହା ଗ୍ରାମପଞ୍ଚାୟତ ନିକଟସ୍ଥ ସଳପଗାଁ ଆଦର୍ଶ ବିଦ୍ୟାଳୟ ଠାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଜଗନ୍ନାଥ ସାହାଣୀଙ୍କ ଅଧକ୍ଷ୍ୟତା ରେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ୍ତ ନାୟକ, ଶ୍ରୀଯୁକ୍ତ ଗଣେଶ୍ୱର କହଁର, ଶ୍ରୀମତୀ ବିନୋନ୍ଦିନୀ ସାମଲଙ୍କ ଉପସ୍ଥିତ ରେ ଚଳିତ ବର୍ଷ ର ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଅଛି l ଏହିକାର୍ଯ୍ୟକ୍ରମ ରେ ଟିକାବାଲି ବ୍ଲକ ର ସମସ୍ତ ପଂଚାୟତ ରୁ ବିଜ୍ଞାନ ଓ ଗଣିତ ବିଷୟ ସହ ଜଡ଼ିତ 84ଟି ପ୍ରକଳ୍ପ ନେଇ ଶିକ୍ଷାର୍ଥୀ ମାନେ ଅଂଶଗ୍ରହଣ କରିଥିଲେ l ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ରୂପେ ଟିକାବାଲି ବ୍ଲକ ଅଧକ୍ଷ ଶ୍ରୀଯୁକ୍ତ ଦିଲୀପ କହଁର, ସମ୍ମାନିତ ଅତିଥି କଟିମାହ ସରପଞ୍ଚ ଶ୍ରୀଯୁକ୍ତ କର୍ନେଲ କହଁର, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ୍ତ ନାୟକ, ଶ୍ରୀମତୀ ବିନୋଦିନୀ ସାମଲ, ଶିକ୍ଷକ ସଂଘ ସଭାପତି ଶ୍ରୀଯୁକ୍ତ ମଧୁସୂଦନ ବେହେରା, ପ୍ରକଳ୍ପ ନିରୀକ୍ଷକ ରୂପେ ଅମିତ କୁମାର ତ୍ରିପାଠୀ ଓ ରଞ୍ଜନ କୁମାର ଚୌଧୁରୀ ଉପସ୍ଥିତ ଥିଲେ l ଏହାସହ ଆଞ୍ଚଳିକସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ସନ୍ତୋଷ ମିଶ୍ର, ଶ୍ରୀ ମୁରଲୀଧର ପଲେଇ,ଶ୍ରୀ ପବିତ୍ର ସାହୁ,ଶ୍ରୀ ଅରବିନ୍ଦ ମହାପାତ୍ର, ଶ୍ରୀ ବିଷ୍ଣୁପ୍ରସାଦ ହୋତା,ଶ୍ରୀ ରବିନାରାୟଣ ସାହୁ, ଶ୍ରୀ ଜୟପ୍ରକାଶ ପାତ୍ର, ଶ୍ରୀମତୀ ଜ୍ୟୋତ୍ସ୍ନା ରାଣୀ ଜେନା, ଶ୍ରୀମତୀ ଶୁଭସ୍ମୃତି ଦାଶ ଏବଂ ସମସ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ l ଏହି ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ରେ ବିଭିନ୍ନ ବିଭାଗ ରୁ 7ଟି ସର୍ବୋତ୍ତମ ପ୍ରକଳ୍ପ କୁ ଜିଲ୍ଲା ସ୍ତରୀୟ ବିଜ୍ଞାନ ପ୍ରକଳ୍ପ ରେ ଅଂଶଗ୍ରହଣ ପାଇଁ ଘୋଷଣା କରାଯାଇଅଛି l କୃତୀ ଶିକ୍ଷାର୍ଥୀ ମଧ୍ୟରେ ଦୀପାଞ୍ଜଳି ଦେହୁରୀ, ଆରାଧ୍ୟା ପାଣି, ସନ୍ତୋଷ କୁମାର ଦିଗାଳ, ଜିଗ୍ନେସ ନାୟକ, ରିହାଜ ଦିଗାଳ, ଆୟୁଷ୍ମାନ ମିଶ୍ର ଓ ସୋମ୍ୟ ରଞ୍ଜନ ଜେନା ଙ୍କୁ ସମ୍ମାନିତ ଅତିଥି ଙ୍କ ଦ୍ୱାରା ପୁରସ୍କୃତ କରାଯାଇଅଛି l ପରବର୍ତ୍ତୀ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ରେ ଏହିପରି ଆମ ବ୍ଲକ ର ନାମ ରଖିବା ପାଇଁ ଉପସ୍ଥିତ ସମସ୍ତ ଅତିଥି ମାନେ ଉତ୍ସାହିତ କରିଛନ୍ତି l