ଗଜପତି ଜିଲ୍ଲାରେ ବରିଷ୍ଟ ଓକିଲ ଙ୍କୁ ଏସିଡ ମାଡ ଘଟଣାରେ ସମ୍ପୃକ୍ତ ଆସାମୀ ଙ୍କୁ ଗିରଫ ସହ ଓକିଲ ମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର । ଆର,ଉଦୟଗିରି:12/11(ମନୋଜ ପାଢୀ )ଆଜି ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ଠାରେ କାର୍ଯ୍ୟ କରୁଥିବା ଓକିଲ ତଥା ମୋହନା ଓକିଲ ସଂଘ ଏକତ୍ରିତ ହୋଇ କୋର୍ଟ ପରିସର ରୁ ଏକ ଶୋଭାଯାତ୍ରା ରେ ବାହାରି ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ଠାରେ ପହଞ୍ଚି ତହସିଲଦାର ଙ୍କ ଅନୁପସ୍ଥିତିରେ ତହସିଲ କାର୍ଯ୍ୟଳୟ ର ବରିଷ୍ଟ କିରାଣୀ ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ। ସେହି ଦାବୀ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଚଳିତ ମାସ ନ’ତାରିଖ ଅପରାହ୍ନ ୪.୩୦ ମିନିଟ ସମୟରେ ପାରଳାଖେମୁଣ୍ଡି ର ବରିଷ୍ଟ ଓକିଲ ପି. ରାମା ରାଓ ଘରେ ବିଶ୍ରାମ ନେଉଥିବା ସମୟରେ ଦୁଇ ଜଣ ମୁଖା ଧାରି ଦୁର୍ବୃତ୍ତ ବାଇକରେ ଆସି କବାଟ ବାଡେଇ ଡାକି ଅତର୍କିତ ଏସିଡ ମାଡ କରି ସେହି ଦିନ ଠାରୁ ଫେରାର ଅଛନ୍ତି। ସେହି ଘଟଣା ଫଳରେ ବରିଷ୍ଟ ଓକିଲ ଜଣକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଆସାମୀ ମାନଙ୍କୁ ଯଥା ଶୀଘ୍ର ଗିରଫ କରିବା ସହ ଓକିଲ ମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ଏକ ଆଇନ ଆଣିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରି ଦାବୀ ପତ୍ର ପ୍ରଦାନ କରିଛନ୍ତି। ଏହି ଦାବୀ ପତ୍ର ପ୍ରଦାନ ସହ ଶୋଭାଯାତ୍ରା ର ନେତୃତ୍ଵ ନେଇଥିଲେ ବାର ଆସୋସିଏସନ୍ ର ସଭାପତି ସନ୍ତୋଷ କୁମାର ପାଢ଼ୀ ଙ୍କ ସହ ଅନ୍ୟ ସଦସ୍ୟ ମାନେ।
Related Posts
ପ୍ରଜା ଫାଉଣ୍ଡେସନ ଅର୍ବାନ୍ ଗଭର୍ଣ୍ଣାନ୍ସ ଇଣ୍ଡେକ୍ସ ୨୦୨୪: ସହରୀ ଶାସନ ସଂସ୍କାରରେ ଓଡିଶା ପ୍ରଥମ
ପ୍ରଜା ଫାଉଣ୍ଡେସନ ଅର୍ବାନ୍ ଗଭର୍ଣ୍ଣାନ୍ସ ଇଣ୍ଡେକ୍ସ ୨୦୨୪: ସହରୀ ଶାସନ ସଂସ୍କାରରେ ଓଡିଶା ପ୍ରଥମ ଭୁବନେଶ୍ୱର: ପ୍ରଜା ଫାଉଣ୍ଡେସନ ପକ୍ଷରୁ ନିକଟରେ ପ୍ରକାଶିତ ଏକ ସ୍ୱାଧୀନ ଅଧ୍ୟୟନ…
ସୁନା ଓ ରୁପା ବେଗ ଝାମ୍ପି ନେଲେ ଦୁଇ ଦୁବୃତ୍ତ,
ସୁନା ଓ ରୁପା ବେଗ ଝାମ୍ପି ନେଲେ ଦୁଇ ଦୁବୃତ୍ତ, ଆର,ଉଦୟଗିରି(ମନୋଜ ପାଢୀ) – ଗତ ବିଳମ୍ବିତ ରାତି ପ୍ରାୟ 9:00 ସମୟରେ ମୋହନା ବଜାରରେ ଥିବା…
ମହୁମାଛି ଆକ୍ରମଣରେ ୩୦ରୁ ଊର୍ଦ୍ଧ୍ବ ମହିଳା ଓ ପୁରୁଷ ଆକ୍ରମଣର ଶିକାର ହୋଇଛନ୍ତି|
କେଶିଙ୍ଗା: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକର ଆଦିବାସୀ ଅଧ୍ୟୁଷିତ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡ଼ାରେ ଗତ ୨୧ ତାରିଖ ଦିନ ବୁର୍ଜା ମାଝୀ ନାମକ…