ବ୍ଲକ ସ୍ଥରୀୟ ଶିଶୁପ୍ରତିଭା ଚୟନ କାର୍ଯ୍ୟକ୍ରମ ସରଗିଫୁଲ ଅନୁଷ୍ଟିତ।

ବ୍ଲକ ସ୍ଥରୀୟ ଶିଶୁପ୍ରତିଭା ଚୟନ କାର୍ଯ୍ୟକ୍ରମ ସରଗିଫୁଲ ଅନୁଷ୍ଟିତ।ରାୟଗଡ଼ା, ୧୩/୧୨ ଅନୁସୂଚିତ ଜନଜାତୀ ଓ ଅନୁସୂଚିତ ଜାତୀ ଉନୟନ ବିଭାଗ କାଶିପୁର ବ୍ଳକ ଅନୁକୂଲ୍ୟରେ ବ୍ଲକସ୍ଥରୀୟ ଶିଶୁପ୍ରତିଭା ଚୟନ କାର୍ଯ୍ୟକ୍ରମ ସରଗିଫୁଲ ୨୦୨୪ଗୋରଖପୁର ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଟିତ ହୋଇଯାଇଛି।କାଶିପୁର ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଅକ୍ଷୟକୁମାର ସାହୁ ଙ୍କ ଅଦକ୍ଷତାରେ ଆୟୋଯିତ ଏହି କାର୍ଯ୍ୟକ୍ରମରେ ବିବାଗୀୟ ୩ଟି ହାଇସ୍କୁଲ ଓ ୫ଟି ଆଶ୍ରମବିଦ୍ୟାଳୟ ର ମୋଟ ୧୯୨ ଜଣ ଛାତ୍ରୀଛାତ୍ର ଯୋଗଦେଇଥିଲେ ।ବରିଷ୍ଠ, କନିଷ୍ଟ ଓ ଉପକନିଷ୍ଟ ବିଭାଗରେ ତର୍କବିତର୍କ,ସୃଜନାତ୍ମକ ଲିଖନ,ବକୃତା,ଏକକ ନୃତ୍ୟ ଓ ସଙ୍ଗୀତ,ଚିତ୍ରାଙ୍କନ,ଏକକ ଅଭିନୟ,ଦଳଗତ ନୃତ୍ୟ ଆଦି ପ୍ରତିଯୋଗିତା ଅନୁଷ୍ଟିତହୋଇଥିଲା।ଗୋରଖପୁର ଉଚ୍ଚବିଦ୍ୟାଳୟ ର ପ୍ରଧାନଶିକ୍ଷକ ରବୀନ୍ଦ୍ର କୁମାର ବାରିକଙ୍କ ନେତୃତ୍ୱରେ ଅନ୍ୟାନ ବିଦ୍ୟାଳୟର ଶିକ୍ଷକ ଶିବପ୍ରଷାଦ ପଣ୍ଡା,ଶାନ୍ତୀକୁମାରୀ ବେହେରା,ଗଣେଶ ମାଳୀ,ରାମକୃଷ୍ଣ ହିଆଲ,ସଂଞ୍ଜୟ ବେହେରା, ରଞ୍ଜିତା ମାଝୀ ଙ୍କ ସମେତ ପ୍ରାୟ ୩୦ରୁ ଉର୍ଦ୍ଧ ଶିକ୍ଷକ ଯୋଗେ ଦେଇଥିଲେ ।ପୁରସ୍କାର ବିତରଣ ଉତ୍ସବରେମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଅଦକ୍ଷକ୍ଷା ସୁଶ୍ରୀ ସରଷ୍ପତୀମାଝୀ, ସମ୍ମାନୀତ ଅତିଥି ଭାବେ ବ୍ଲକ ଅଦକ୍ଷ କଣ୍ଠ ମାଝୀ, ମୂଖ୍ୟବକ୍ତା ଭାବେ ଶିକ୍ଷାମଣ୍ଡଳାଧିଶ ରାୟଗଡା ଶ୍ରୀ ଶ୍ୟାମଘନ ଭୂୟାଁ ଯୋଗଦେଇଥିଲେ ।ଥୁଟିବର ଆଶ୍ରମ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ସଂଜୟ କୁମାର ବେହେରା ମଞ୍ଚ ପରିଚାଳନା କରିଥିଲେ ।

ରିପୋର୍ଟ:ପ୍ରଫୁଲ୍ଲ କୁମାର ବେହେରା

Leave a Reply

Your email address will not be published. Required fields are marked *