ଚକାପାଦ ଠାରେ ଭଗବାନ୍ ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ଧୂମଧାମରେ ପାଳନ…କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ ) ଚକାପାଦ ବ୍ଲକ ଠାରେ ଜନଜାତୀୟ ଗୌରବ ଦିବସ ଅବସରରେ ଦ୍ଵିତିକୃଷ୍ଣ ମାଝି ଙ୍କ ସଭାପତିତ୍ବରେ ଭଗବାନ ବିର୍ସା ମୁଣ୍ଡାଙ୍କ ୧୪୯ ତମ ଜନ୍ମ ଜୟନ୍ତୀ ,ରାଜୀବ ଗାନ୍ଧୀ କଲ୍ୟାଣ ମଣ୍ଡପ,ଚକାପାଦରେ ମହାଆଡମ୍ବରରେ ପାଳନ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ସମନ୍ଵୟ ପରିଷଦ , ବ୍ଲକ୍ ଚକାପାଦ ୟୁନିଟ୍ ର ସଭ୍ୟସଭ୍ୟା ପାଳନ କରିଅଛନ୍ତି l ଅଞ୍ଚଳ ର ସମସ୍ତ ଅନୁସୂଚିତ ଜାତି ଓ ଜନଜାତିର ବ୍ୟକ୍ତିଙ୍କୁ ଭଗଵାନ ବିର୍ସା ଓ ଡ଼ଃ .ବି ଆର . ଆମ୍ବେଦକରଙ୍କ ଅନୁଗାମୀ ହେବା ନିମନ୍ତେ ନିବେଦନ କରିଥିଲେ ।ନିଜ ସମାଜର ଏକତା ନିର୍ମାଣ କରି ସାମାଜିକ, ଅର୍ଥନୈତିକ, ଶିକ୍ଷା, ପ୍ରଶାସନ ଅଧିକାର କୁ ଜିତିବା ପାଇଁ କାର୍ଯ୍ୟ ଜାରି ରହିବ l ଅନ୍ଧ, ବଧିର ଏବଂ ମୂକ ନ ହୋଇ ଆମର ଲକ୍ଷ୍ୟ ଉପରେ ଧ୍ୟାନ ରଖିବାକୁ ପଡିବ ବୋଲି ଅନେକ ବୁଦ୍ଧିଜୀବୀ ବକ୍ତବ୍ୟ ରଖିଥିଲେ l ଯଦି ସମାଜକୁ ଶ୍ରେଷ୍ଠ କରିବା ନିମନ୍ତେ ନିଜ ଜୀବନର ଅସ୍ତିତ୍ବ ଆଗାମୀ ପୀଢି ପାଇଁ ରଖିବା ନିମନ୍ତେ ଆମେ ଲଢିବା | ଜଗଦୀଶ ପ୍ରସାଦ ନାୟକ, ପ୍ରଦୀପ କୁମାର କହଁର, ଦୁର୍ଯ୍ୟଧନ ବେହେରା, କିରୀଟି ନାୟକ, କୁନ୍ତି ପ୍ରଧାନ,ବିକ୍ରମ ଦିଗାଲ, ନାଭିଦିତ୍ଵ ବେହେରା, ସୁନନ୍ଦ ଦିଗାଲ, ଗୋବିନ୍ଦ ଚନ୍ଦ୍ର ନାୟକ, ପ୍ରଫୁଲ୍ଲ ମଲ୍ଲିକ , ସଞ୍ଜୀବ ବେହେରା, ଚତୁର୍ଭୁଜ ବେହେରା ଏହିପରି ଅନ୍ୟ ସମସ୍ତେ ଉପସ୍ଥିତ ଥିଲେ।
Related Posts

ଶାନ୍ତି କମିଟି ବୈଠକରେ ବୋମାମାଡ,ଫୁଲଟା ଗ୍ରାମରେ ଅଶାନ୍ତ ପରିବେଶ ସୃଷ୍ଟି।
ଶାନ୍ତି କମିଟି ବୈଠକରେ ବୋମାମାଡ,ଫୁଲଟା ଗ୍ରାମରେ ଅଶାନ୍ତ ପରିବେଶ ସୃଷ୍ଟି। ଗଞ୍ଜାମ: ( ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ) ନିମଖଣ୍ଡି ଥାନା ଅନ୍ତର୍ଗତ ଫୁଲଟା ଗ୍ରାମରେ ଘନଘନ…

ପ୍ରଶାସନର ପ୍ରତିଶ୍ରୃତି ମିଳିବା ପରେ ଆନ୍ଦୋଳନରୁ ଉଠିଲେ ଗ୍ରାମବାସୀ
ପ୍ରଶାସନର ପ୍ରତିଶ୍ରୃତି ମିଳିବା ପରେ ଆନ୍ଦୋଳନରୁ ଉଠିଲେ ଗ୍ରାମବାସୀ ରାୟଗଡା(୮/୨/୨୫) ଜିଲା କାଶୀପୁର ବ୍ଲକ ଗୋରଖପୁର ପଞ୍ଚାୟତ କାହ୍ନୁଗୁଡା ଗ୍ରାମବାସୀ ବକେୟା ପିଡିଏସ ମାଣ୍ଡିଆ ଦାବିରେ ଗତ…

ପୋଖରୀରେ ବୁଡି ଯୁବକ ର ଜୀବନ ଗଲା।
ପୋଖରୀରେ ବୁଡି ଯୁବକ ର ଜୀବନ ଗଲା। ଗଞ୍ଜାମ :କୋଦଳା ଥାନା ଅନ୍ତର୍ଗତ ଭାଟପଡା ଗ୍ରାମର ନରେନ୍ଦ୍ର ଗୌଡ଼ ନାମକ ଜଣେ ଯୁବକ ର ମୃତ୍ୟୁ ଘଟିଛି।…