ମାନବିକତା ଦେଖାଇଲେ” ଇ ଟିଭି” ବରଗଡ, ସାମ୍ବାଦିକ ରାଜେଶ ସରାଫ। ବରଗଡ ୧୭,୧୧(ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ସହର ଜନଗହଳି ପୂର୍ଣ ଭଟଲି ଛକରେ ଦୀର୍ଘ ପାଞ୍ଚ ଘଣ୍ଟା ଧରି ନିଜ ମୃତ ସ୍ୱାମୀର ଶବ ଧରି ବାହୁଣୀ ବାହୁଣୀ କାନ୍ଦୁଥିବା ଜଣେ ଅସହାୟ ମହିଳାଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି ସାମ୍ବାଦିକ ରାଜେଶ ସରାଫ । ସୂଚନା ମୁତାବକ ଚିକିତ୍ସା କ୍ଷେତ୍ରରେ ଗୋଟିଏ ପାଦ ଆଗରେ ରହିଥିବା ବରଗଡ଼ ସହରକୁ ପ୍ରତ୍ୟକ ଦିନ ଅନ୍ୟ ଜିଲ୍ଲା ସହିତ ପଡୋଶୀ ରାଜ୍ୟରୁ ମଧ୍ୟ ଲୋକେ ଚିକିତ୍ସା ପାଇଁ ଆସିଥାନ୍ତି ଠିକ ସେହିପରି ଗତକାଲି ସନ୍ଧ୍ୟାରେ ପଡୋଶୀ ରାଜ୍ୟ ଛତିଶଗଡ଼ରୁ ନିଜର ସ୍ୱାମୀର ଚିକିତ୍ସା କରାଇବା ପାଇଁ ସ୍ତ୍ରୀ ସୁକମତି ବରିହା ଓ ତାଙ୍କ ପୁଅ ରାମ କିଶନ ବରିହା ଆସିଥିଲେ । ବରଗଡ଼ର ଏକ ଘରୋଇ ଚିକିତ୍ସାଲୟକୁ ସେମାନେ ଚିକିତ୍ସା ପାଇଁ ଯାଇଥିଲେ ସୁଦ୍ଧା ସେଠାରେ ଡାକ୍ତର ଛୁଟିରେ ରହିଥିବା ଦର୍ଶାଇ ତାଙ୍କୁ ଫେରସ୍ତ କରିଦିଆଯାଇଥିଲା ଯାହା ଫଳରେ ନିଜ ଗାଁକୁ ଫେରିଯିବାକୁ ଉକ୍ତ ପରିବାର ବା ସୁକମତି ନିଜର ସ୍ୱାମୀକୁ ଧରି ବରଗଡ଼ ଭଟଲି ଛକକୁ ପହଞ୍ଚିଥିଲେ ନିଜେ ଚାଲି ଚାଲି ଆସିଥିବା ସୁକମତି ଙ୍କ ସ୍ୱାମୀ ହରିଶ ଚନ୍ଦ୍ର ବରିହା ବରଗଡ଼ ଭଟଲି ଛକକୁ ପହଞ୍ଚିବା ପରେ ନିଜର ମୁଣ୍ଡ ଘୁରୁଥିବା କହିଥିଲେ ଓ ସାମାନ୍ୟ ବାନ୍ତି କରିବା ପରେ ରାସ୍ତା କଡରେ ରହିଥିବା ଏକ ସିମେଣ୍ଟ ଚ୍ୟାର ଉପରେ ବସି ରହିଥିଲେ ଓ ସେହି ସମୟରେ ତାଙ୍କ ପ୍ରାଣ ବାୟୁ ଉଡିଯାଇଥିଲା ପରିବାର ଲୋକେ ଯାହା ଡାକିଥିଲେ ମଧ୍ୟ ହରିଶଚନ୍ଦ୍ର ଆଉ ଶୁଣିନଥିଲେ ତାଙ୍କର ମୃତ୍ୟୁବରଣ ହୋଇଯାଇଥିଲା । ହେଲେ ବରଗଡ଼ ଭଟଲି ଛକ ଭଳି ଏକ ଜନଗହଳିପୂର୍ଣ ରାସ୍ତାରେ ଦିନ ଦୁଇ ଟାରୁ ମୃତ୍ୟବରଣ କରିଥିବା ସ୍ୱାମୀର ମୃତ ଶବ ଧରି ବାହୁଣୀ ବାହୁଣୀ କାନ୍ଦୁଥିବା ସ୍ତ୍ରୀ ଙ୍କୁ ଅନେକ ଲୋକ ଦେଖିଥିଲେ ମଧ୍ୟ କେହି ସାହାଯ୍ୟର ହାତ ବଢ଼ାଇବା ଉଚିତ ମନେ କରିନଥିଲେ ନା ସାଧାରଣ ଜନତା ନା ପ୍ରସାଶନ କେହି ତାଙ୍କୁ ସାହାଯ୍ୟ କରିନଥିଲେ । ଉକ୍ତ ସ୍ଥାନରେ ରହିଥିବା କିଛି ବ୍ୟବସାୟୀ ନିଜର ବ୍ୟବସାୟରେ ଲିପ୍ତ ରହିଥିବା ବେଳେ ବସରେ ଅନ୍ୟତ୍ର ଯିବା ପାଇଁ ଆସୁଥିବା ଯାତ୍ରୀ ନିସଙ୍କୋଚ ରେ ଯିବା ଆସିବା କରୁଥାନ୍ତି ହେଲେ କେହି ଜଣେ ମଧ୍ୟ ଅସହାୟ ପରିବାରରଙ୍କୁ ସାହାଯ୍ୟ କରିବା ତ ଦୂରର କଥା ସାମାନ୍ୟ ସହାନୁଭୂତି ମଧ୍ୟ ଦେଖାଇ ନଥିଲେ। ଠିକ ସେହି ସମୟରେ ଖବର ପାଇଁ କିଛି ଜଣ ସାମ୍ବାଦିକ ସେଠାରେ ରୁଣ୍ଡ ହୋଇଥିଲେ ତାଙ୍କ ମଧ୍ୟରୁ ବରଗଡ଼ ଜଣା ଶୁଣା ସମ୍ବାଦିକ ରାଜେଶ ସରାଫ ମୃତ ପରିବାରକୁ ସାନ୍ତାନ ଦେବା ସହିତ ORSL ଆଣି ପିଇବା ପାଇଁ ଦେଇଥିଲେ ଓ ମୃତ ଶବ ଠିକଣାକୁ କିପରି ପହଞ୍ଚି ପାରିବ ତାର ସୁବ୍ୟବସ୍ଥା ବିଷୟରେ ପଚାରି ବୁଝିଥିଲେ । ତେବେ ବରଗଡ଼ ଭଟଲି ଛକ ଭଳି ଏକ ଜଣ ଗହଳି ପୂର୍ଣ୍ଣ ରାସ୍ତାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅସହାୟ ଅବସ୍ଥାରେ ଗୋଟେ ମୃତ ଶରୀର ପଡି ରହିବା ଓ କେହି ସହାନୁଭୂତି ନଦେଖାଇବା ସହିତ ଜିଲ୍ଲା ପ୍ରସାଶନ ଟେର ମଧ୍ୟ ନପାଇବା ଅତି ଦୁଃଖର ବିଷୟ ସାଜିଥିବା ବେଳେ ସାମ୍ବାଦିକଙ୍କ ମାନବିକତା ପାଇଁ ବୁଦ୍ଧିଜୀବୀ ମହଲରେ ଲୋକେ ପ୍ରସଂଶା କରିଛନ୍ତି ।
Related Posts
ଗୋ ଚମଡା ଚୋରା ଚାଲାଣ ଟ୍ରକ ଜବତ କଲେ ଯୁବଗୋଷ୍ଠୀ ।
ଗୋ ଚମଡା ଚୋରା ଚାଲାଣ ଟ୍ରକ ଜବତ କଲେ ଯୁବଗୋଷ୍ଠୀ ।ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ନୁଆଗଡ ବ୍ଲକରୁ ବିଲମ୍ବିତ ରାତିରେ ଭମରପୁର ଗ୍ରାମରୁ ଏକ…
କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ପାନୀୟ ଜଳ ପ୍ରକଳ୍ପ, ବସୁଧା ପାନୀୟଜଳ ଯୋଜନା ଏଠି ଫେଲ ମାରିଛି ।
ଆର. ଉଦୟଗିରି (ମନୋଜ କୁମାର ପାଢୀ): ରାଜ୍ୟ ସରକାର ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି…
ପାଣିରେ ବୁଡ଼ି ୨ ଶିଶୁକନ୍ୟାଙ୍କ ମୃତ୍ୟୁ ।
ନବରଙ୍ଗପୁର :ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ପଞ୍ଚାୟତ ଅନ୍ତର୍ଗତ ଛେଳିପଦର ଗ୍ରାମରେ ଏହି ଅଭାବନୀୟ ଦୁଃଖଦ ଘଟଣା ଘଟିଛି। ମୃତକମାନେ ହେଲେ ମଞ୍ଜୁଳା ଭତ୍ରା (୧୦)…