କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟ ମହେନ୍ଦ୍ରଗଡ଼ରେ ପ୍ରାଥମିକ ଶିକ୍ଷକ ମାନଙ୍କର ତିନି ଦିନିଆ ତାଲିମ ଶିବିର ଅନୁଷ୍ଠିତ
ଆର,ଉଦୟଗିରି(ମନୋଜ କୁମାର ପାଢୀ / ତା 18/11/24 ରିଖ ସୋମବାର ଦିନ କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟରେ ରା ଉଦୟଗିରି ବ୍ଲକର ବିଭିନ୍ନ ବିଦ୍ୟାଳୟର ପ୍ରାୟ 50 ଜଣ ପ୍ରାଥମିକ ଶିକ୍ଷକ ମାନଙ୍କର ତିନିଦିନିଆ ପ୍ରଶିକ୍ଷଣ ଶିବିର ପ୍ରଧାନ ଶିକ୍ଷକ ଲୋକନାଥ ନାହାକଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି | ପ୍ରଧାନ ଶିକ୍ଷକ ଶ୍ରୀ ନାହାକ ପ୍ରଦୀପ ପ୍ରଜ୍ବଳନ କରିଥିବା ବେଳେ ରାଜ୍ୟ ପୁରସ୍କୃତ ଶିକ୍ଷକ ସୁବାସ ଚନ୍ଦ୍ର ସାହୁ ମନ୍ତ୍ର ଉଚ୍ଚାରଣ କରିଥିଲେ |ଅନ୍ୟମାନଙ୍କ ମଧ୍ୟରେ ରଘୁନାଥ ବେହରଦଳାଇ, ମୃତ୍ୟୁଞ୍ଜୟ ପୂଜାରୀ, କୃଷ୍ଣଚନ୍ଦ୍ର ପୂଜାରୀ ଓ ସୁବାସ ଚନ୍ଦ୍ର ବିଷୋୟୀ ସମ୍ବଳ ସାଧନ କର୍ମୀ ଭାବେ ମଂଚାସୀନ ଥିଲେ |ଏହି ପ୍ରଶିକ୍ଷଣ ଶିବିର ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ଚାଲିବ | FLN କାର୍ଯ୍ୟକ୍ରମର ପ୍ରୟୋଗ ମୋଡେଲ ରୂପେ ପ୍ରଶିକ୍ଷ୍ୟଣ ଦିଆଯିବ | ଏହା ପ୍ରଥମ ଶ୍ରେଣୀ ଠାରୁ ତୃତୀୟ ଶ୍ରେଣୀ କୋମଳମତି ଛାତ୍ର ଛାତ୍ରୀ ମାନଙ୍କର ସାହିତ୍ୟ ଓ ଗଣିତ ଆଦି ବିଷୟ ଗୁଡିକର ମୌଳିକ ଦକ୍ଷତା ଅଭିବୃଦ୍ଧି ହେବାରେ ସହାୟକ ହେବ ବୋଲି ମଞ୍ଚାସିନ ଅତିଥିବୃନ୍ଦ ମତ ପ୍ରକାଶ କରିଥିଲେ | ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଯୁଧିଷ୍ଠିର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଶିବିର ଚାଲୁ ରହିଛି | ଶିକ୍ଷା, ଶିକ୍ଷକ ଓ ଶିକ୍ଷୟାତନ ସମ୍ପର୍କରେ ପ୍ରଧାନ ଶିକ୍ଷକ ଲୋକନାଥ ନାହାକ ମତ ସାବ୍ୟସ୍ତ କରିଥିବା ବେଳେ ମୃତ୍ୟୁଞ୍ଜୟ ପୂଜାରୀ ଧନ୍ୟବାଦ ଜ୍ଞାପନ କରିଥିଲେ |