ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟ ପକ୍ଷରୁ ୬୩ତମ ଜାତୀୟ ଫାର୍ମାସୀ ସପ୍ତାହ ଉପଲକ୍ଷେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ
ରାୟଗଡା : ୬୩ତମ ଜାତୀୟ ଫାର୍ମାସୀ ସପ୍ତାହ ପାଳନ ଅବସରରେ ସ୍ଥାନୀୟ ରାୟଗଡା ସହର ଉପଖଣ୍ଡ ପିତାମହଲ ସ୍ଥିତ ସେଞ୍ଚୁରିଆନ ପବ୍ଲିକ୍ ସ୍କୁଲରେ ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟ ଫାର୍ମାସୀ ବିଭାଗ ଛାତ୍ରଛାତ୍ରୀଙ୍କ ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଛି।
ଏହି କାର୍ଯ୍ୟକ୍ରମରେ ଶିକ୍ଷାର୍ଥୀ, ଅଧ୍ୟାପକ ଓ ଅଧ୍ୟାପିକାମାନେ ସେଞ୍ଚୁରିଆନ ପବ୍ଲିକ୍ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରମାନେଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଆବସକ୍ୟ ଔଷଧ ପ୍ରଦାନ କରଯାଇଥିଲା ଏହି କାର୍ଯ୍ୟକ୍ରମରେ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ ଡଃ ରାଜେଶ କୁମାର ପାଢ଼ୀ, ଫାର୍ମାସୀ ବିଭାଗ ଅଧ୍ଯକ୍ଷ ଡଃ ଚନ୍ଦ୍ରଶେଖର ପାତ୍ର, ନର୍ସିଂ ବିଭାଗ ଅଧ୍ଯକ୍ଷ କେ.ଉର୍ମିଳା, ସେଞ୍ଚୁରିଆନ ପବ୍ଲିକ ସ୍କୁଲର ଉପଧ୍ୟକ୍ଷ ଧୀରଜ ମହାନ୍ତି, ଲୋକ ସଂପର୍କ ଅଧିକାରୀ ତୁଷାର ରଞ୍ଜନ ସାହୁ, ଅଧ୍ୟାପକ ଗୋପାଳକ୍ରିଷ୍ଣା ପାଢ଼ୀ, ଡଃ ଲାଡି ଅଲିକ କୁମାର, ଡଃ ହରଗୌରୀ ମିଶ୍ର, ଡଃ ଦୀପଙ୍କର ରଥ, ଶ୍ୟାମ ସୁନ୍ଦର ସାହୁ, ପଲ୍ଲିଶ୍ରୀ ଭୁକ୍ତା, ବବିତା ଅଧିକାରୀ, ସଂଘମିତ୍ରା ଶତପଥୀ, ଶୈଲଜା ସାହୁ, ଜି.ଶିବାନୀ, କାମିନୀ ସେଠୀ, ଭରତ ଭୂଷଣ ସାହୁ, ରୂପ ରଞ୍ଜନ ରଥ, ୱାଇ.ଭି.ଭି.ଯୋଗେନ୍ଦ୍ର, ପି. ରବି ତେଜା, ନୃସିଂହ ମହାପାତ୍ରଙ୍କ ସମେତ ସମସ୍ତ ଫାର୍ମାସୀ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ