ଦିବ୍ୟଦର୍ଶନ ସଙ୍ଘ ଗୁରୁତୀର୍ଥ ଗୁଡିଆବନ୍ଧ ଶାଖାର “ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନ ଦିବ୍ୟପ୍ରକାଶ ଚାରିଟେବୁଲ ସୋସାଇଟି” ତରଫରୁ କମ୍ବଳ ବଣ୍ଟନ ରାୟଗଡା : 24/11/2024 ରିଖ ରବିବାର ପୂର୍ବାହ୍ନ 10:30 ମି ସମୟରେ ଗୁରୁତୀର୍ଥ ଗୁଡିଆବନ୍ଧ ଠାରେ କମ୍ଵଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି । ପ୍ରକାଶ ଥାଉକି, ଦିବ୍ୟଦର୍ଶନ ସଙ୍ଘର ପ୍ରତିଷ୍ଠାତା ପୂଜ୍ୟ ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ଜନ୍ମସ୍ଥାନ ରେ ଏକ ଭବ୍ୟ ଗୁରୁ ମନ୍ଦିର ନିର୍ମାଣ ଉଦ୍ଦେଶ୍ୟରେ କେନ୍ଦ୍ରୀୟ କମିଟିଙ୍କ ପରାମର୍ଶ ପ୍ରକାରେ “ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନ ଦିବ୍ୟପ୍ରକାଶ ଚାରିଟେବୁଲ ସୋସାଇଟି” ଗଠନ କରାଯାଇ ସରକାରୀ ସ୍ୱୀକୃତି ଲାଭ କରିଅଛି । ପୂଜ୍ୟ ଗୁରୁଦେବଙ୍କ ଜଗତ କଲ୍ୟାଣ ଇଛା କୁ ପୂରଣ ନିମନ୍ତେ ସତସଂଗ ଜରିଆରେ ସତ୍ୟଜ୍ଞାନ ଆତ୍ମଜ୍ଞାନ ଶିକ୍ଷା ଦାନର ବ୍ୟବସ୍ଥା ଜାରି ରହିଛି । ତତ୍ ସହିତ ସମାଜ କଲ୍ୟାଣ ମୂଳକ ” ସ୍ୱେଚ୍ଛାକୃତ ରକ୍ତଦାନ ଶିବିର, ଗ୍ରାମ ସଫେଇ, ନିଶା ନିବାରଣ ସଚେତନତା , ଇତ୍ୟାଦି କାର୍ଯ୍ୟକ୍ରମ ସହ ଗରିବ ଅସହାୟ ମାନଙ୍କୁ ବସ୍ତ୍ର ଦାନ, କମ୍ଵଳ ବଣ୍ଟନ କାର୍ଯ୍ୟକ୍ରମ ସଂଘ ଦ୍ୱାରା ହୋଇ ଆସୁଅଛି । ଆଜି ଗୁଡିଆବନ୍ଧ ଶାଖାରେ ଗଠିତ ଚାରିଟେବୁଲ ସୋସାଇଟି ଦ୍ୱାରା କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ସଂଘର କେନ୍ଦ୍ରୀୟ କମିଟି ସଦସ୍ୟ ତଥା ଅନ୍ତରଝୋଲି ଦିବ୍ୟଦର୍ଶନ ଆଶ୍ରମ ପରିଚାଳକ ପୂଜ୍ୟ ବାସିନୀ ଭୂଜଙ୍ଗ ଭାଇ ଏବଂ ସ୍ଥାନୀୟ ଗୁରୁତୀର୍ଥ ଗୁଡିଆବନ୍ଧ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସୁଭଦ୍ରା ଶବର, ଦିବ୍ୟ ପ୍ରକାଶ ଚାରିଟେବୁଲ ସୋସାଇଟିକୁ ସମସ୍ତ ସଦସ୍ୟ ମାନଙ୍କ ମଧ୍ୟରେ ସଭାପତି ଶ୍ରୀ ଲାଡି. ଉଦୟ ଶଙ୍କର, ଉପସଭାପତି ଉଦୟ ଶବର, ସଂପାଦକ ଚନ୍ଦ୍ରଶେଖର ସାଉଁଟିଆ, କୋଷାଧ୍ୟକ୍ଷ ଜନାର୍ଦ୍ଦନ ସେନାପତି ଓ ଅନ୍ୟାନ୍ୟ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଆଞ୍ଚଳିକ ପ୍ରତିନିଧି ଶ୍ରୀ ଲାଡି. ନାଗେଶ୍ୱର ରାଓ, ଅନ୍ତରଝୋଲି ଆଶ୍ରମ ପରିଚାଳନା କମିଟି ସଂପାଦକ ଜଗନ୍ନାଥ ଦାଶ ଭାଇ, ଗୁଡ଼ାରୀ ଶାଖାରୁ କେଶବ ଶବର ଓ ପଦ୍ମନାଭ ଶବର ଭାଇ ତଥା ଅଞ୍ଚଳର ବିଭିନ୍ନ ସ୍ଥାନରୁ ବହୁ ସକ୍ରିୟ ଭାଇ ଭଉଣୀ ମାନେ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମ କୁ ॐକାର ଧ୍ୱନି ଓ ଗୁରୁବନ୍ଦନା କରି ଆରମ୍ଭ କରାଗଲା । କମ୍ଵଳ ବଣ୍ଟନ କାର୍ଯ୍ୟକ୍ରମ ପରେ ଶାନ୍ତି ପାଠ କରି କାର୍ଯ୍ୟକ୍ରମ ସମାପନ କରାଗଲା ।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
Related Posts
ହିଞ୍ଜିଳିକାଟୁ ସ୍ଵୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟ ତରଫରୁ ପ୍ରାଧ୍ୟାପକ ଦୀନବନ୍ଧୁ ମହାନ୍ତି ଙ୍କୁବିଦାୟ ସମ୍ବର୍ଦ୍ଧନା.
ହିଞ୍ଜିଳିକାଟୁ ସ୍ଵୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟ ତରଫରୁ ପ୍ରାଧ୍ୟାପକ ଦୀନବନ୍ଧୁ ମହାନ୍ତି ଙ୍କୁବିଦାୟ ସମ୍ବର୍ଦ୍ଧନା… ହିଞ୍ଜିଳିକାଟୁ :-(ରିପୋର୍ଟ କୁନା ଦିଗାଲ) ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସ୍ଵୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟରେ…
ବରିଷ୍ଠ ସାମ୍ବାଦିକ ଡକ୍ଟର ପ୍ରଦୀପ ମହାପାତ୍ରଙ୍କ ପରଲୋକ
ବରିଷ୍ଠ ସାମ୍ବାଦିକ ଡକ୍ଟର ପ୍ରଦୀପ ମହାପାତ୍ରଙ୍କ ପରଲୋକ ଭୁବନେଶ୍ୱର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ବାଦିକ ବିଭାଗର ପୂର୍ବତନ ଏଚ୍ଓଡି ତଥା ବରିଷ୍ଠ ସାମ୍ବାଦିକ ଡକ୍ଟର ପ୍ରଦୀପ ମହାପାତ୍ରଙ୍କ ପରଲୋକ…
ଆଦିବାସୀଙ୍କ ଆତ୍ମ ନିର୍ଭରଶୀଳ ମାଧ୍ୟମ ସାଜିଛି ଆମ୍ବ ବଗିଚା
*ସିନାପାଲି ବ୍ଲକ ହଲଦୀଖୋଲ ଗ୍ରାମ ଆମ୍ବ ବଗିଚା ରେ ପରିପୂର୍ଣ, ଆଦିବାସୀଙ୍କ ଆତ୍ମ ନିର୍ଭରଶୀଳ ମାଧ୍ୟମ ସାଜିଛି ଆମ୍ବ ବଗିଚା* ନୂଆପଡା :୩୧.୦୫.,(ଓମ୍ ପ୍ରକାଶ ଚୌଧୁରୀ) ନୂଆପଡ଼ା…