ଭୁବନେଶ୍ବର: ସପ୍ତଦଶ ବିଧାନସଭାର ଦ୍ବିତୀୟ ଅଧିବେଶନ ମଙ୍ଗଳବାର ଠାରୁ ଆରମ୍ଭ ହୋଇଯାଇଛି। ଏହି ଶୀତ ଅଧିବେଶନ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ପ୍ରଥମ ଦିନରେ ମୋହନ ଚରଣ ମାଝୀଙ୍କ ସରକାର ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି। ରାଜ୍ୟ ସରକାର ଗୃହରେ ୧୨ ହଜାର ୧୫୬ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି। ଏଥିରେ ରତ୍ନଭଣ୍ଡାର ପାଇଁ ୫ କୋଟି, ଭୁବନେଶ୍ବରରେ ପ୍ରବାସୀ ଭାରତୀୟ ଦିବସ ପାଇଁ ୧୨୫ କୋଟି, ସିଏପିଏଫ୍ ମୁତୟନ ପାଇଁ ୨୯୯ କୋଟି, ପୁଲିସ ଷ୍ଟେସନ ଓ ଫାଣ୍ଡିରେ ସିସିଟିଭି ପାଇଁ ୫୧ କୋଟି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ବିସ୍ତୃତ ସୁବିଧା ପାଇଁ ୨୬ କୋଟି, ଅଗ୍ନିସେବାର ଆଧୁନିକୀକରଣ ଓ ସଂପ୍ରସାରଣ ପାଇଁ ୧୨୦ କୋଟି ବ୍ୟୟ ଅଟକଳ କରାଯାଇଛି।
Related Posts
‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ ଶୁଣିଲେ ଲୋକଙ୍କ ଦୁଃଖ, ଶୀଘ୍ର ଫଇସଲା ପାଇଁ ଅଧିକାରୀମାନଙ୍କୁ ଦେଲେ ନିର୍ଦ୍ଦେଶ
‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ ଶୁଣିଲେ ଲୋକଙ୍କ ଦୁଃଖ, ଶୀଘ୍ର ଫଇସଲା ପାଇଁ ଅଧିକାରୀମାନଙ୍କୁ ଦେଲେ ନିର୍ଦ୍ଦେଶ ଭୁବନେଶ୍ୱର : ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ଲୋକପ୍ରିୟତା ହାସଲ କରିଥିବା ଶ୍ରୀ…
ଓଡ଼ିଶାର ନବ ନିର୍ବାଚିତ ବିଧାୟକଙ୍କ ଶପଥ ପାଠ
ଓଡ଼ିଶାର ନବ ନିର୍ବାଚିତ ବିଧାୟକଙ୍କ ଶପଥ ପାଠ ଭୁବନେଶ୍ୱର:(। ଅଭିଷେକ ମହାନ୍ତି) ଓଡ଼ିଶାର ବିଧାୟକ ଭାବେ ବିଧାନସଭାରେ ଶପଥ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି…
ଜୁନ୍ ୩୦ ଯାଏଁ ଓଡ଼ିଶାର ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ହେଲା ବାତିଲ୍
ଜୁନ୍ ୩୦ ଯାଏଁ ଓଡ଼ିଶାର ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ହେଲା ବାତିଲ୍ ଭୁବନେଶ୍ୱର: ଜୁନ୍ ୩୦ ତାରିଖ ଯାଏଁ ଓଡ଼ିଶାର ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି…