ପରିବହନ ଗାଡ଼ି ରୁ ବେଆଇନ ଅର୍ଥ ଆଦାୟ,୫ ଗିରଫ, ଦୁଇ ଫେରାର। ଗଞ୍ଜାମ:ଗୋଳନ୍ଥରା ଥାନା ଅର୍ନ୍ତଗତ ଓଡ଼ିଶା ସୀମାନ୍ତ ଗିରିସୋଲା ଛକରେ ବିଭିନ୍ନ ମାଲ୍ ବୋଝେଇ ଟ୍ରକ ରୁ ବେଆଇନ ଅର୍ଥ ଆଦାୟ ଅଭିଯୋଗ ପାଇ ଗୋଳନ୍ଥରା ପୋଲିସ ସାଦା ପୋଷାକ ରେ ଚଢ଼ାଉ କରି ୩ ଜଣ ଦଲାଲ କୁ କାବୁ କରିଥିଲେ। ଦଲାଲ୍ ମାନେ ହେଲେ କେ ବିଜୟ କୁମାର୍, ରବିନ୍ଦ୍ର ସାହୁ ଓ ଭରତ ସାହୁ ପ୍ରମୁଖ ଙ୍କୁ ପୋଲିସ ଥାନା ରେ ରଖି ପଚରାଉଚରା କରିବା ବେଳେ ସେମାନେ କଳା କାରନାମା ର ଗୁମର ଖୋଲିଥିଲେ। ଯାହାକି ଆଶ୍ଚର୍ଯ୍ୟ ବିଷୟ। ଉକ୍ତ ଦଲାଲ୍ ମାନେ ଆଗରେ ପରିବହନ ଅଧିକାରୀ ଜଗି ଛନ୍ତି କହି ବିଭିନ୍ନ ଗାଡ଼ି ଦୁଇ ଶହ ଟଙ୍କାରୁ ହଜାର ହଜାର ଟଙ୍କା ଆଦାୟ କରୁଥିଲେ। ଏହି ଆଦାୟ ଅର୍ଥ ଅନ୍ୟ ଦୁଇ ପରିବହନ ଅଧିକାରୀ କେ ଭେଙ୍କଟେଶ ରାଓ ଓ କନିଷ୍ଠ ଏମ୍ ଭି ଆଇ ରତିକାନ୍ତ ନାୟକଙ୍କ ସହ ମିଶି ଭାଗ କରିଥିଲେ। ଏତଦବ୍ୟତୀତ ଜିଲ୍ଲା ପରିବହନ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ପ୍ରଦାନ କରାଯାଉଥିଲା। ଏହି ଚଢାଉ ବେଳେ କୌଶଳ କ୍ରମେ ଆଉ ଜଣେ ଖସି ପଳାଇଥିବା ଜଣାପଡିଛି। ବର୍ତମାନ ଅଭିଯୁକ୍ତ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଦୁଇ ଜଣକୁ ତଦନ୍ତ ପରିସରଭୁକ୍ତ କରାଯାଇଛି ବୋଲି ବ୍ରହ୍ମପୁର ଏସ୍ ପି ଡଃ ସର୍ବଣ ବିବେକ ଏମ୍ ସାମ୍ବାଦିକ ସମ୍ମିଳନୀରେ ବିବୃତି ରଖିଛନ୍ତି।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!
Related Posts
ସିଲିଣ୍ଡର ଫାଟିଲା ୩ ଗୁରୁତର
ରାୟଗଡ଼ା: ରୋଷେଇ ବେଳେ ଫାଟିଲା ସିଲିଣ୍ଡର; ୩ ଗୁରୁତର ୨ ଜଣଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର ଜଣଙ୍କୁ ବିଶାଖାପାଟଣା ରାଣୀଗୁଡ଼ା ଫାର୍ମ ଅଞ୍ଚଳରେ ଭୋରରୁ ରୋଷେଇ ବେଳେ ଅଘଟଣ…
ଗୁମ୍ମାରେ ନବ ନିର୍ବାଚିତ ବିଧାୟକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା
ଗୁମ୍ମାରେ ନବ ନିର୍ବାଚିତ ବିଧାୟକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଗଜପତି (୨୯/୬/୨୦୨୪):ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅଞ୍ଚଳର ଜନସାଧାରଣ ନବ ନିର୍ବାଚିତ ପାରଳାଖେମୁଣ୍ଡି ବିଧାୟକ ଇଞ୍ଜିନିୟର ରୁପେଶ ପାଣିଗ୍ରାହୀଙ୍କୁ…
ଡେଙ୍ଗାପଦର ହତ୍ୟାକାଣ୍ଡ ମାମଲାରେ ଆଉ ୩ ଜଣ ଅଭିଯୁକ୍ତ କୋର୍ଟ ଚାଲାଣ।
ଡେଙ୍ଗାପଦର ହତ୍ୟାକାଣ୍ଡ ମାମଲାରେ ଆଉ ୩ ଜଣ ଅଭିଯୁକ୍ତ କୋର୍ଟ ଚାଲାଣ। ଗଞ୍ଜାମ:ଗତ ସେପ୍ଟେମ୍ବର ମାସ ୧୭ ତାରିଖରେ ସଦର ଥାନା ଅର୍ନ୍ତଗତ ଲାଞ୍ଜିଆ ଗ୍ରାମର ଶିବାଶିଷ…