ଜିଲ୍ଲାସ୍ତରୀୟ ପରଖ ରାଷ୍ଟ୍ରୀୟ ସର୍ବେକ୍ଷଣ ୨୦୨୪ ପ୍ରସ୍ତୁତି ବୈଠକ କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ ) ଜିଲ୍ଲାଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରମୋଦ କୁମାର ଷଢଙ୍ଗୀଙ୍କ ଅଧକ୍ଷତାରେ ଜାତୀୟ ଉପଲବ୍ଧି ପରୀକ୍ଷଣ ତଥା ପରଖ ରାଷ୍ଟ୍ରୀୟ ସର୍ବେକ୍ଷଣ ୨୦୨୪ ର ଜିଲ୍ଲାସ୍ତରୀୟ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଅଛି l ଏହି ବୈଠକ ରେ ଜାତୀୟ ଉପଲବ୍ଧି ପରୀକ୍ଷଣ ପାଇଁ ଯେଉଁ ବିଦ୍ୟାଳୟ ଗୁଡ଼ିକ ର ସ୍ଥିର ହୋଇଅଛି ସେହି ବିଦ୍ୟାଳୟ ର ଶିକ୍ଷାର୍ଥୀ, ଶିକ୍ଷକ ଓ ଶିକ୍ଷୟିତ୍ରୀ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ଯେପରି ପୂର୍ବ ପ୍ରସ୍ତୁତ ରହିବା ସହ ଯତ୍ନବାନ ହେବାପାଇଁ ଆଲୋଚନା କରାଯାଇଥିଲା l ପିଲାମାନଙ୍କୁ ବିଭିନ୍ନ ଉନ୍ନତ ମାନର ପ୍ରଶ୍ନ ଗୁଡିକୁ ବାରମ୍ବାର ଅଭ୍ୟାସ କରିବା ପାଇଁ ମଧ୍ୟ ଆଲୋଚନା ହୋଇଥିଲା l ସେହି ବିଦ୍ୟାଳୟ ଗୁଡ଼ିକରେ ଆସନ୍ତା ଶନିବାର ଦିନ ମକ ଟେଷ୍ଟ କରାଯିବା ପାଇଁ ସ୍ଥିର କରାଯାଇଅଛି l ଏଥିସହ ୟୁ ଡାଇସ ପ୍ଲସ, ଅପାର ଆଇଡି, ୟୁନିଫର୍ମ ବଣ୍ଟନ ଓ ତାର ଖର୍ଚ୍ଚ ଚିଠା ଏବଂ ପି ଏମ ପୋଷଣ ମେସେଜ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା l ଏହି ବୈଠକ ରେ ଡି. ଆଇ.ଇ.ଟି ଅଧକ୍ଷ ଡ. ଶିବ ପ୍ରସାଦ ପଣ୍ଡା, ଜିଲ୍ଲା ବିଜ୍ଞାନ ସୁପରଭାଇଜର ଶ୍ରୀଯୁକ୍ତ ଅଶୋକ ପାତ୍ର, ସହ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ନିରୁପମା ଦୋରା, ଜିଲ୍ଲା ଶୈକ୍ଷିକ ସଂଯୋଜକ ଡ. ସୁରେଶ ଚନ୍ଦ୍ର ପ୍ରଧାନ, ପ୍ରୋଗ୍ରାମର ଶ୍ରୀଯୁକ୍ତ ଶେଖର ବେହେରା, ଅନୁସୂଚିତ ଜାତି ଓ ଜନଜାତି ଶିକ୍ଷା ସଂଯୋଜିକା ଶ୍ରୀମତୀ ଭି. ସନ୍ଧ୍ୟା, ସମସ୍ତ ବ୍ଲକ ର ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ପ୍ରତ୍ୟେକ ବ୍ଲକ ରୁ ଦୁଇ ଜଣ ଲେଖାଏଁ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଉପସ୍ଥିତ ଥିଲେ l
Related Posts
ପୋର୍ଟାଲ ସାମ୍ୱାଦିକ ଙ୍କୁ କୋଟ୍ ଚାଲାଣ
ଲକ୍ଷାଧିକ ଟଙ୍କା ଠକେଇ ଓ ଧର୍ଷଣ ଅଭିଯୋଗ, ପୋର୍ଟାଲ ସାମ୍ୱାଦିକ ଙ୍କୁ କୋଟ୍ ଚାଲାଣ ନୂଆପଡା ୧୮/୫ (ଓମ ପ୍ରକାଶ ଚୌଧୁରୀ)ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅଞ୍ଚଳ…
ମୋହନା ପଞ୍ଚାୟତ ସମିତି ର ସପ୍ତମ ସାଧାରଣ ବୈଠକ ମୌଳିକ ସମସ୍ୟା ପ୍ରତି ଗୁରୁତ୍ଵ ଦେବାକୁ ଲୋକ ପ୍ରତିନିଧି ଙ୍କ ଦାବୀ ।
ମୋହନା ପଞ୍ଚାୟତ ସମିତି ର ସପ୍ତମ ସାଧାରଣ ବୈଠକ ମୌଳିକ ସମସ୍ୟା ପ୍ରତି ଗୁରୁତ୍ଵ ଦେବାକୁ ଲୋକ ପ୍ରତିନିଧି ଙ୍କ ଦାବୀ । ଆର,ଉଦୟଗିରି(ମନୋଜ କୁମାର ପାଢୀ/୫/୧୦/୨୦୨୪…
ସରକାରୀ ଆକାଉଣ୍ଟରୁ ନିଜ ଖାତାକୁ ୧ କୋଟି ୫ ଲକ୍ଷ ଟ୍ରାନ୍ସଫରମତ୍ସ୍ୟ ସମ୍ପଦ ବିଭାଗ ଉପନିର୍ଦ୍ଦେଶକ ବସନ୍ତ ଦାସ
ଭୁବନେଶ୍ୱର : ଆକାଉଣ୍ଟରୁ ନିଜ ଖାତାକୁ ୧ କୋଟି ୫ ଲକ୍ଷ ଟ୍ରାନ୍ସଫରମତ୍ସ୍ୟ ସମ୍ପଦ ବିଭାଗ ଉପନିର୍ଦ୍ଦେଶକ ବସନ୍ତ ଦାସଙ୍କ ୫ଟି ସ୍ଥାନରେ ରେଡ୍କଟକ କାର୍ଯ୍ୟାଳୟ ସହ…