ଅଡବା ପୋଲିସ ସାତ କୋଟି ଟଙ୍କାର ଗଞ୍ଜେଇ ଚାଷ କୁ ନଷ୍ଟ କଲେ । ଆର,ଉଦୟଗିରି(ମନୋଜ କୁମାର ପାଢୀ/ ୨୮/୧୧/୨୦୨୪ ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ କେଶରିଗୁଡା ଗ୍ରାମ ପଞ୍ଚାୟତର ପଣସପଦର ଗ୍ରାମରେ ୩୫ଏକର ଜମିରେ ଚାଷ ହୋଇଥିବା ଗଞ୍ଜେଇ କୁ ନଷ୍ଟ କରିଛନ୍ତି ଅଡବା ପୋଲିସ ସହ ଅବକାରୀ ବିଭାଗ। ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜତିନ୍ଦ୍ର ନାଥ ପଣ୍ଡା ଙ୍କ ନିର୍ଦ୍ଦେଶ ପ୍ରକାରେ ଆର. ଉଦୟଗିରି ଉପ ଆରକ୍ଷୀ ଅଧକ୍ଷଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସାତ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରିଥିବା ସୂଚନା ମିଳିଛି। ଗତ କିଛି ଦିନ ଧରି ଗଜପତି ଜିଲ୍ଲାର ପୋଲିସ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ କୋଟି କୋଟି ଟଙ୍କାର ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରିଥିବା ଜଣାପଡିଛି। ସେହିପରି ଆଗାମୀ ଦିନରେ ମଧ୍ୟ ଗଞ୍ଜେଇ ଚାଷ ବ୍ୟାପକ ଭାବେ ନଷ୍ଟ କରାଯିବାର ସୂଚନା ମିଳିଛି।
Related Posts

PM Modi at Berhampur
BJP is only hope for Odisha: PM Modi at Berhampur Berhampur:(Abhishek Mohanty) Prime Minister Narendra Modi on Monday addressed a…

ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଆଡଭୋକେଟ୍ ଜେନେରାଲ
ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଆଡଭୋକେଟ୍ ଜେନେରାଲ ଭୁବନେଶ୍ବର: ଦାୟିତ୍ବ ଗ୍ରହଣ କରିବା ପରେ ରାଜ୍ୟ ଆଡଭୋକେଟ ଜେନେରାଲ ଶ୍ରୀ ପିତାମ୍ବର ଆଚାର୍ଯ୍ୟ ଆଜି ସଂଧ୍ୟାରେ…

କାଶୀପୁର ଠାରୁ ଡୁମେରପଦର ମୁଖ୍ୟ ରାସ୍ତାର ନିମ୍ନମାନର ପିଚୁ ଢଳେଇକୁ ନେଇ ଜନ ଅସନ୍ତୋଷ
କାଶୀପୁର ଠାରୁ ଡୁମେରପଦର ମୁଖ୍ୟ ରାସ୍ତାର ନିମ୍ନମାନର ପିଚୁ ଢଳେଇକୁ ନେଇ ଜନ ଅସନ୍ତୋଷ ରାୟଗଡା : କାଶୀପୁର ଠାରୁ ଡୁମେରପଦର ସଂଯୋଗ କରୁଥିବା ରାସ୍ତାରେ ପିଡବ୍ଳୁଡି…