ଗଜପତି ଜିଲ୍ଲା ଗୋଷାଣି ବ୍ଳକ ସବୋରା ପଞ୍ଚାୟତର ଅନ୍ଧାରୀଝୋଲା ଗ୍ରାମରେ ବାଘ ପଶି ଗୋଟିଏ ଗଇକୁ ମାରି ଖାଇଦେଇଥିବାର ଜଣାପଡିଛି । ଗାଇଟି ଅନ୍ଧାରଝୋଲା ଗ୍ରାମର ଜାକୋବ ଶବରଙ୍କ ବୋଲି ଜଣାପଡିଛି । ଜାକୋବ ଶବର ଯିଏକି ବନବିଭାଗର ଓ୍ବାଚ୍ ମ୍ୟାନ୍ ଭାବେ କାର୍ଯ୍ୟ କରୁଥିବାର ଜଣାପଡିଛି । ଏନେଇ ଗ୍ରାମବାସୀ କହିଛନ୍ତି ଯେ ଜାକୋବଙ୍କ ଘର ନିକଟରେ ଥିବା ଗୁହାଳରେ ବନ୍ଧାଯାଇଥିବା ଗାଇଟିକୁ ପ୍ରାୟ ୫୦ ମିଟର ଦୂରକୁ ନେଇ ମାରି ଖାଇଦେଇଛି । ଘଟଣା ସମ୍ପର୍କରେ ବନବିଭାଗ ଖବର ପାଇ ଅନୁସନ୍ଧାନ କରୁଛନ୍ତି । ପ୍ରକାଶ ଯେ ଗତ କାଲି ଗୋଷାଣି ବ୍ଳକର ସାତମାଇଲ ଛକ ଗ୍ରାମଞ୍ଚଳରେ ବାଘର ପାଦ ଠାବ କରାଯାଇଥିଲା । ଏନେଇ ବନବିଭାଗ ତରଫରୁ ବାଘର ଗତିବିଧି ଉପରେ ନଜର ରଖାଯାଇ ଜନସାଧାରଣଙ୍କୁ ସଚେତନତା କରାଯାଇଛି । ତେବେ ଆଜି ଅନ୍ଧାରୀଝୋଲ ଗ୍ରାମାଞ୍ଚଳରେ ବାଘ ଗାଇକୁ ମାରି ଖାଇଦେଇଥିବା ଯୋଗୁଁ ଅଞ୍ଚଳରେ ବାଘ ଆତଙ୍କକୁ ନେଇ ଭୟଭୀତ ହୋଇପଡଛନ୍ତି ଗ୍ରାମବାସୀ ।
Related Posts
ହିତାଧିକାରୀମାନଙ୍କୁ ଜାନୁଆରୀ ୨୦୨୫ ମାସିକିଆ ପିଡ଼ିଏସ୍ ରାସନ ବଣ୍ଟନ
ହିତାଧିକାରୀମାନଙ୍କୁ ଜାନୁଆରୀ ୨୦୨୫ ମାସିକିଆ ପିଡ଼ିଏସ୍ ରାସନ ବଣ୍ଟନ ଭୁବନେଶ୍ୱର: ଖାଦ୍ୟ ସୁରକ୍ଷା ଅଧିନସ୍ଥ ହିତାଧିକାରୀମାନଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଜାନୁୟାରୀ ୨୦୨୫ ପାଇଁ ମାସିକିଆ ରାସନ…
କାଶିପୁର ବ୍ଲକ ଲୁକ୍କାୟିତ ଥିବା ଜଳପ୍ରପାତ ଗୁଡ଼ିକ କୁ ଗଣମାଧ୍ୟମ ନିକଟକୁ ଆଣୁଛନ୍ତି ମୁକୁନ୍ଦ ବିଶୋଇ
କାଶିପୁର ବ୍ଲକ ଲୁକ୍କାୟିତ ଥିବା ଜଳପ୍ରପାତ ଗୁଡ଼ିକ କୁ ଗଣମାଧ୍ୟମ ନିକଟକୁ ଆଣୁଛନ୍ତି ମୁକୁନ୍ଦ ବିଶୋଇ ରାୟଗଡ଼ା ୧/୧/୨୫ (ପ୍ରଫୁଲ୍ଲ କୁମାର ବେହେରା)ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ…
ଭାରତ ବନ୍ଦ ସଫଳ । ସଂରକ୍ଷଣ ବର୍ଗୀକରଣ ବନ୍ଦ ଦାବିରେ ଆଦିବାସୀ ହରିଜନ ସମନ୍ଵୟ ପରିଷଦ
ଭାରତ ବନ୍ଦ ଆଂଶିକ ସଫଳ । ସଂରକ୍ଷଣ ବର୍ଗୀକରଣ ବନ୍ଦ ଦାବିରେ ଆଦିବାସୀ ହରିଜନ ସମନ୍ଵୟ ପରିଷଦ ଗଜପତି -୨୧/୮/୨୪ଅନୁସୂଚିତ ଜାତି-ଜନଜାତିଙ୍କୁ ସଂରକ୍ଷଣରେ ଗତ ଅଗଷ୍ଟ ୧…