ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ଆସନ୍ତା ୮ତାରିଖରେ ଧାନର ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୮୦୦ଟଙ୍କା ସହାୟତା ବଣ୍ଟନ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ lରାୟଗଡ: ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଆସନ୍ତା ୮ତାରିଖରେ ଚାଷୀମାନଙ୍କୁ ଧାନର ସହାୟତା ମୂଲ୍ୟ ସହିତ କ୍ୱିଣ୍ଟାଲ ପିଛା ୮୦୦ଟଙ୍କା ବଣ୍ଟନ କାର୍ଯ୍ୟକ୍ରମକୁ ବରଗଡ଼ ଜିଲ୍ଲାର ସହେଳାଠାରେ ଉଦଘାଟନ କରିବେ l ଏଥିସହିତ ଭିଡିଓ କନଫରେନସିଂ ମାଧ୍ୟମରେ ସିଧାପ୍ରସାରଣକୁ ରାଜ୍ୟର ବିଭିନ୍ନ ଜିଲ୍ଲାର ଚାଷୀମାନେ ଦେଖି ପାରିବେ l ଏଥି ନିମନ୍ତେ ରୟାଗଡ଼ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ ଏକ ପ୍ରସ୍ତୁତି ବୈଠକ ଗତ ତା ୪/୧୨/୨୪ରିଖରେ ସ୍ଥାନୀୟ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଥିଲା l ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମକୁ. ଜିଲ୍ଲାର ଚଷୀମାନେ ସିଧାସଳଖ ଦେଖି ପାରିବେ l ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଉଚ୍ଚବିଦ୍ୟାଲ୍ୟ ପଡ଼ିଆ ଠାରେ ଜିଲ୍ଲାର ଚାଷୀମାନଙ୍କ ନିମନ୍ତେ ବ୍ୟବସ୍ଥା କରାଯାଇଛି l ଏହାଦ୍ୱାରା ଚାଷୀମାନେ ଧାନର ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ଟ.୨୩୦୦/-ସହିତ ଇନପୁଟ ସହାୟତା କ୍ୱିଣ୍ଟାଲ ପିଛା ୮୦୦ଟଙ୍କା ପାଇବେ l ଯାହାଫଳରେ ଚାଷୀ ସର୍ବମୋଟ କ୍ୱିଣ୍ଟାଲ ପିଛା ଧାନର ମୂଲ୍ୟ ଟା. ୩୧୦୦/-ଟଙ୍କା ପାଇବେ lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
Related Posts
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧରେ ଜାରି ହୋଇଛି ଗିରଫ ପରୱାନା
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧରେ ଜାରି ହୋଇଛି ଗିରଫ ପରୱାନା। ବାଂଲାଦେଶର ଗୋଟିଏ କୋର୍ଟ ତାଙ୍କ ବିରୋଧରେ ଏପରି ୱାରେଣ୍ଟ ଜାରି କରିଛନ୍ତି।
ଭାରତୀୟ କଂଗ୍ରେସ ଦଳ କଲା ଶକ୍ତି ପ୍ରଦର୍ଶନ
ଭାରତୀୟ କଂଗ୍ରେସ ଦଳ କଲା ଶକ୍ତି ପ୍ରଦର୍ଶନ ଆର,ଉଦୟଗିରି (ମନୋଜ କୁମାର ପାଢୀ/ ୮/୫/ ନିର୍ବାଚନ ପ୍ରଚାର ଜୋର ଜାର କରୁଛି ଭାରତୀୟ କଂଗ୍ରେସ ଦଳ, ଗଜପତି…
ପୁରୀରେ ବଡ଼ ଅଘଟଣବାଣ ନିଆଁ ପଡି ୨୫ରୁ ଅଧିକ ଆହତ.
ପୁରୀ :ଭକ୍ତଙ୍କ ଭିଡ ବେଳେ ବାଣ ନିଆଁ ପଡି ୨୫ରୁ ଅଧିକ ଆହତ, ଆହତଙ୍କ ମଧ୍ୟରେ କିଛି ଗୁରୁତର ଓ ଶିଶୁ ଥିବା ଜଣାପଡ଼ିଛି!ପୁରୀରେ ବଡ଼ ଅଘଟଣ…