ସୁଭଦ୍ରା ଯୋଜନା ବୋଞ୍ଝିତ୍ ମହିଳା ରାସ୍ତା ଅବରୋଧ ।ଆର,ଉଦୟଗିରି(ମନୋଜ କୁମାର ପାଢୀ)- କମିନୀ ସୁଭଦ୍ରା ଯନ୍ତଣା । ସୁଭଦ୍ରା ଯୋଜନାରୁ ବଞ୍ଚିତ ମହିଳାଙ୍କ ରାସ୍ତା ରୋକ । ସୁଭଦ୍ରା ଯୋଜନାରୁ ବଞ୍ଚିତ ମହିଳାଙ୍କ ରାସ୍ତା ରୋକ । ସୁଭଦ୍ରା ଯୋଜନାରୁ ବଞ୍ଚିତ ଶତାଧିକ ମହିଳା ରାଜ ରାସ୍ତାକୁ ଓଲାଇଛନ୍ତି । ରାୟଗଡ ବ୍ଲକ ଅନ୍ତର୍ଗତ କୁମୂଳାସିଂ ପଞ୍ଚାୟତର ହାତୀବାଡି ଗ୍ରାମର ଶତାଧିକ ମହିଳା ପାରଳାଖେମୁଣ୍ଡି ମୋହନା ଜାତୀୟ ରାଜପଥ ପଥକୁ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବାରମ୍ବାର ଅନଲାଇନରେ ନିଜର ଆବେଦନ ତଥ୍ୟ ଦାଖଲ କରିବା ସତ୍ତ୍ବେ ମଧ୍ୟ ଆକାଉଣ୍ଟକୁ ସୁଭଦ୍ରା ସହାୟତା ଟଙ୍କା ଆସିନାହିଁ । ଶେଷରେ ଟୋଲ ଫ୍ରି ହେଲ୍ପଲାଇନ ନମ୍ବରକୁ ଯୋଗାଯୋଗା କରି ଥିଲେ ଗାଁର ମହିଳା । ହେଲ୍ପଲାଇନ ୪ ଏକର ଜମି ରହିଥିବା କୁହା ଯାଇଥିଲା । ତେଣୁ ସୁଭଦ୍ରା ଯୋଜନା ପାଇଁ ଅଯୋଗ୍ୟ ବୋଲି କୁହା ଯିବା ପରେ ଶତାଧିକ ମହିଳା ରାଜ ରାଜରାସ୍ତାକୁ ଓହ୍ଲାଇ ଥିଲେ । ଖବର ପାଇ ରାୟଗଡ ତହସିଲିଦାର ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା । ତେବେ ମହିଳାମାନେ ରାସ୍ତାକୁ ଆସି ଥିଲେ ଓ ରାସ୍ତାରୋକ କରିଥିଲେ । କାରଣ ବାରମ୍ବାର ସେମାନେ ଫୋରମ୍ ଫିଲସ୍ କରି ଆବେଦନ କରିଛନ୍ତି । ଯାହା ରହିଛି ନିୟମ ତାହାକୁ ସେମାନେ ମାନି ଥିବା କହିଛନ୍ତି । କିନ୍ତୁ ତସତ୍ତ୍ବେ ସୁଭଦ୍ରା ଟଙ୍କା ମଧ୍ୟ ଆକାଉଣ୍ଟକୁ ଟଙ୍କା ଆସିନଥିବା ଅଭିଯୋଗ କରି ରାସ୍ତାରୋକ କରି ଥିଲେ । ମହିଳାମାନଙ୍କୁ ବୁଝାସୁଝା କଲା ପରେ ରାସ୍ତାରୋକରୁ ହଟିଛନ୍ତି ମହିଳା। ସୁଚନା ମିଳୁଛି କି ଏହି ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଛି । କାରଣ ସେମାନେ ବାରମ୍ବାର ସୁଭଦ୍ରା ଯୋଜନାକୁ ଅପେକ୍ଷା କରି ରହିଛନ୍ତି ।
Related Posts
ମୋହନା ରେ ୭୮ ତମ ସ୍ଵାଧୀନତା ଦିବସ ଆଡମ୍ବର ସହ ପାଳନ
ମୋହନା ରେ ୭୮ ତମ ସ୍ଵାଧୀନତା ଦିବସ ଆଡମ୍ବର ସହ ପାଳନ ଆର, ଉଦୟଗିରି(ମନୋଜ କୁମାର ପାଢୀ/ ୧୫/୮/ ଗଜପତି ଜିଲ୍ଲା ମୋହନା ବ୍ଲକ ଅଞ୍ଚଳରେ ଆଡମ୍ବର…
ଆସନ୍ତାକାଲି ଠାରୁ ୩୫ତମ କୋଣାର୍କ ଉତ୍ସବ
ଆସନ୍ତାକାଲି ଠାରୁ ୩୫ତମ କୋଣାର୍କ ଉତ୍ସବ ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଆରମ୍ଭ ହେବ ୩୫ତମ କୋଣାର୍କ ଉତ୍ସବ। ୧ ଡିସେମ୍ବର ଠାରୁ ୫ ଡିସେମ୍ବର ପର୍ଯ୍ୟନ୍ତ ଏହି…
ରାଜ୍ୟ ଭିନ୍ନକ୍ଷମ ଅୟୁକ୍ତ ଓଡ଼ିଶାଙ୍କ ଅଦାଲତ ଶିବିର ଅନୁଷ୍ଠିତ
ରାଜ୍ୟ ଭିନ୍ନକ୍ଷମ ଅୟୁକ୍ତ ଓଡ଼ିଶାଙ୍କ ଅଦାଲତ ଶିବିର ଅନୁଷ୍ଠିତ.। ଗଜପତି (୨୦/୭/୨୦୨୪ ଗଜପତି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ଓଡ଼ିଶା ଓ ଜିଲ୍ଲାପ୍ରଶାସନ…