ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା କୁମ୍ଭକାର ସମାଜ କୁରାଳ ପଞ୍ଚମୀ ପୂଜା ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମାର୍ଗଶିର ମାସ ଶୁକ୍ଳପକ୍ଷ ଚତୁର୍ଥୀ ଓ ପଞ୍ଚମୀ ତିଥିରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପଦେଷ୍ଟା ଭାବେ ରାମଜୀ ରଣା, ବଳଦେବ ରଣା ଓ କାର୍ତ୍ତିକ ରଣା ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ମହାସମାରୋହରେ ପାଳିତ ହୋଇଯାଇଛି। ଚତୁର୍ଥୀ ଦିନ କଳସ ଯାତ୍ରା ଓ ପଞ୍ଚମୀ ଦିନ ମୂର୍ତ୍ତି ମାନଂକ ପ୍ରାଣ ପ୍ରତିଷ୍ଠା, ହୋମ, ଯଜ୍ଞ ରିତିନୀତି ଅନୁସାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପୁରୋହିତ ଭାବରେ ପଣ୍ଡିତ ହିମାଂଶୁ ଶେଖର ଶତପଥୀ ଓ ପଣ୍ଡିତ କାର୍ତ୍ତିକ ଶତପଥୀ ପୂଜାର୍ଚ୍ଚନା କରି ଥିଲେ। କର୍ତା ଭାବରେ ବାସୁଦେବ ରଣା ସପତ୍ନିକ ପୂଜା କାର୍ଯ୍ୟ ତୁଲାଇଥିଲେ। ଆଜି ପୂର୍ଣ୍ଣାହୁତି ପରେ ଏକ ବିରାଟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ। ଏହି ସମୟରେ କୁରାଳ ପଞ୍ଚମୀ କମିଟି ର ଅଧିପତି ରଣା, କ୍ଷୀରେଶ୍ୱର ରଣା, ମଣି ରଣା, ପୁରୁଷୋତ୍ତମ ରଣା, ଠାକୁର ରଣା, କୂଳ ରଣା, ପ୍ରଭାସ ରଣା ସକ୍ରିୟ ଭାବରେ ଅଂଶଗ୍ରହଣ ସଫଳତା ସହିତ ପୂଜା କାର୍ଯ୍ୟ ସମାପନ ହୋଇଥିଲା।
Related Posts
ଲରମ୍ଭା କଲେଜରେ ବିଶ୍ବଏଡସ ଦିବସ ପାଳିତ।
ଲରମ୍ଭା କଲେଜରେ ବିଶ୍ବଏଡସ ଦିବସ ପାଳିତ। ବରଗଡ – (ଭବାନୀ ଶଙ୍କର ପାଢ଼ୀ) ଅତାବିରା ବ୍ଲକ୍ ସ୍ଥିତ ଲରମ୍ଭା କଲେଜ ଠାରେ ବିଶ୍ବ ଏଡସ ଦିବସ ପାଳିତ…
ଚଇତାଳି 2024 ନିମନ୍ତେ ଲେଖା ପଠାଇବା ଶେଷ ତାରିଖ ଆସନ୍ତା 10/12/2024
ଚଇତାଳି 2024 ନିମନ୍ତେ ଲେଖା ପଠାଇବା ଶେଷ ତାରିଖ ଆସନ୍ତା 10/12/2024 ରାୟଗଡା :ଚଳିତ ବର୍ଷ ଚଇତି-2024 ଏବଂ ପଲିଶ୍ରୀ ମେଳା 2024 ରାୟଗଡ ଜିଳ୍ଲା ସଦର…
୭୬ତମ ଭୁବନେଶ୍ୱର ରାଜଧାନୀ ପ୍ରତିଷ୍ଠା ଦିବସ ପାଳିତ |
ଭୁବନେଶ୍ୱର: ଆଜି ୭୬ତମ ଭୁବନେଶ୍ୱର ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ଅବସରରେ ସକାଳେ ଓଡିଶା ବିଧାନସଭା ସମ୍ମୁଖସ୍ଥ ରାଜଧାନୀ ଶିଳାନ୍ୟାସ ଫଳକରେ ପୁଷ୍ପଗୁଚ୍ଛ ଅର୍ପଣ ପୂର୍ବକ ପ୍ରତିଷ୍ଠା…