ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ବିଜାପୁର ଡିଆରଜି ଯବାନ ଏବଂ ନାମେଡ ଥାନା ପକ୍ଷରୁ ଚଢାଉ କରାଯାଇ ୨ ଜଣ ନକ୍ସଲକୁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରୁ ଜଣକ ନାମରେ ୧ ଲକ୍ଷ ଟଂକାର ପୁରସ୍କାର ରାଶି ରହିଥିଲ। ଏମାନେ ପୂର୍ବତନ ସରପଞ୍ଚ ସୁଖରାମ ଅବଲମକୁ ହତ୍ୟା କରିଥିବା ପୁଲିସ କହିଛି। ବିଶେଷ ସୂତ୍ରରୁ ଖବର ପାଇ ଡିଆରଜି ଯବାନ ଏବଂ ଜିଲ୍ଲା ପୁଲିସ ଭୋସଲା ଏବଂ ଦୁରଧା ଜଂଗଲରେ ସର୍ଚ୍ଚ ଅପରେସନ କରୁଥିଲେ। ତେବେ ସୂଚନା ମୁତାବକ ଦୁଇ ଜଣ ନକ୍ସଲ ଜଂଗଲରେ ବୁଲୁଛନ୍ତି। ତୁରନ୍ତ ଯବାନ ଘେରାବନ୍ଦୀ କରି ଦୁଇ ଜଣ ସଂଦିଗ୍ଧ ବ୍ୟକ୍ତିଙ୍କୁ ଧରି ପଚରାଉଚରା କରିବା ପରେ ସେମାନେ ନକ୍ସଲ ସଂଗଠନର ସଦସ୍ୟ ବୋଲି ସ୍ବୀକାର କରିଥିଲେ।(ସୋର୍ସ ସମ୍ବାଦ)
Related Posts
ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ବିଜେଡ଼ି ଜିଲ୍ଲା ସଭାନେତ୍ରୀ ଅନିମା କହଁର ….
ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ବିଜେଡ଼ି ଜିଲ୍ଲା ସଭାନେତ୍ରୀ ଅନିମା କହଁର …. କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ ) କନ୍ଧମାଳ ଜିଲ୍ଲା ରେ…
ଅପରାଧୀକ ଷଡ଼ଯନ୍ତ୍ର ମାମଲା ରେ ଅଭିଯୁକ୍ତ ବିଧାୟକ ରମେଶ ଯେନା ଙ୍କ ସମେତ ୯ ନିର୍ଦୋଷରେ ଖଲାସ।
ଅପରାଧୀକ ଷଡ଼ଯନ୍ତ୍ର ମାମଲା ରେ ଅଭିଯୁକ୍ତ ବିଧାୟକ ରମେଶ ଯେନା ଙ୍କ ସମେତ ୯ ନିର୍ଦୋଷରେ ଖଲାସ। ଗଞ୍ଜାମ:ଗତ ୨୦୧୪ ଅକ୍ଟୋବର ମାସରେ ସାନଖେମୁଣ୍ଡି ବ୍ଳକ ଅଧ୍ୟକ୍ଷ…
“ଶିଶୁ ମେଳା” ଅନୁଷ୍ଠିତ ହୋଇଯାଇଛି
ଅଦ୍ୟ ତା ୦୫/୧୧/୨୦୨୪ରିଖ ମଙ୍ଗଳବାର ଦିନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେମଣ୍ଡାଠାରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଶିବାନନ୍ଦ ଦାଶଙ୍କ ଅଧ୍ୟକ୍ଷତାରେ ଶିଶୁ ବାଟିକା ବିଭାଗର “ଶିଶୁ…