ରାଜମିଡିଆ ଓ ଲକ୍ଷ୍ମୀ ଟେଲିଭିଜନ ନେଟଓ୍ବାର୍କର ଅଷ୍ଟମ ବାର୍ଷିକ ସ୍ୱନକ୍ଷତ୍ର ଉତ୍ସବ‘ଗଣତନ୍ତ୍ରର ସୁରକ୍ଷା ଅତ୍ୟନ୍ତ ଗୁରୁତ୍ଵପୂର୍ଣ’

ରାଜମିଡିଆ ଓ ଲକ୍ଷ୍ମୀ ଟେଲିଭିଜନ ନେଟଓ୍ବାର୍କର ଅଷ୍ଟମ ବାର୍ଷିକ ସ୍ୱନକ୍ଷତ୍ର ଉତ୍ସବ‘ଗଣତନ୍ତ୍ରର ସୁରକ୍ଷା ଅତ୍ୟନ୍ତ ଗୁରୁତ୍ଵପୂର୍ଣ’

ଭୁବନେଶ୍ଵର, ୯/୧୨/୨୪ ଭୁବନେଶ୍ଵର ରାମ ମନୋହରଲୋହିଆ ଏକାଡେମୀ ପରିସରରେ ରବିବାରରାଜମିଡିଆ ଓ ଲକ୍ଷ୍ମୀ ଟେଲିଭିଜନ ନେଟୱାର୍କରଅଷ୍ଟମ ବାର୍ଷିକ ସ୍ୱନକ୍ଷତ୍ର ଉତ୍ସବ ଅନୁଷ୍ଠିତହୋଇଯାଇଛି। ଗଣତାନ୍ତ୍ରିକ ରାଷ୍ଟ୍ରରେ ଗଣତନ୍ତ୍ରରସୁରକ୍ଷା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏଥ‌ିପାଇଁଗଣମାଧ୍ୟମର ଆବଶ୍ୟକତା ରହିଛି ବୋଲିଏଥିରେ ମତ ପ୍ରକାଶ ପାଇଛି । ଏ ହଁକାର୍ଯ୍ୟକ୍ରମରେ ଭୁବନେଶ୍ଵର ମଧ୍ୟ ବିଧାୟକଅନନ୍ତ ନାରାୟଣ ଜେନା, କାକଟପୁରବିଧାୟକ ତୁଷାରକାନ୍ତ ବେହେରା ଅତିଥି ଭାବେଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେକଂଗ୍ରେସ କିଷାନ ସେଲ୍ ଅଧ୍ୟକ୍ଷ ଅମୀୟପଟ୍ଟନାୟକ, ମୀରା ପରିଡ଼ା, ଶ୍ରଦ୍ଧାଞ୍ଜଳି ରାୟ,ସସ୍ମିତା ଦାଶ, ପ୍ରାଚୀ ଉଚ୍ଚ ମାଧ୍ୟମିକବିଦ୍ୟାଳୟର ଅଧ୍ୟକ୍ଷ ଡ. ଦିଲୀ ସେନାପତିପ୍ରମୁଖ ଅତିଥ୍ୟ ଭାବେ ମଞ୍ଚାସୀନ ଥିଲେ । ରାଜ୍ମିଡ଼ିଆ ଲକ୍ଷ୍ମୀ ଟେଲିଭିଜନ ନେଟୱାର୍କର ଅଧ୍ୟକ୍ଷଡ. ରାଜେଶ ମହାନ୍ତି ଏହି କାର୍ଯ୍ୟକ୍ରମରେଅଧ୍ଯକ୍ଷତା କରିଥିଲେ । ପରିଚାଳନା ସଂପାଦକଡ. ଚିତ୍ତରଞ୍ଜନ ବିଶ୍ବାଳ, ସଞ୍ଜୟ ସାହୁ,ନବୀନ ତାଣ୍ଡି ଓ ଆଲଫା ରାୟ କାର୍ଯ୍ୟକ୍ରମ ।ପରିଚାଳନାରେ ସହଯୋଗ କରିଥିଲେ।ହରିହର ଶତପଥୀ ବାର୍ଷିକ ବିବରଣୀଉପସ୍ଥାପନା କରିଥିଲେ । ଏହି ଅବସରରେସାମ୍ବାଦିକ ସୁକାନ୍ତ ସାହୁ, ସାପ୍ତାହିକ‘ପରକଲମ’ ସମ୍ପାଦକ ବିଜୟ ନନ୍ଦ,କୋଣାର୍କ ଐତିହ୍ୟ ପରିଷଦର ରାଷ୍ଟ୍ରୀୟଉପାଧ୍ୟକ୍ଷ ସଞ୍ଜୟ ବରାଳ, ଲକ୍ଷ୍ମୀପ୍ରିୟା ଦେ,ତ୍ରିନାଥ ବେସ୍ରା, ଲଲାଟେନ୍ଦୁ ମିଶ୍ର ପ୍ରମୁଖ ବିଭିନ୍ନକ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୮୦ରୁଅଧୂକ ପ୍ରତିଭାଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ବଦ୍ଧିତତଥା ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ବେହେରାଙ୍କୁ ରାଜ୍ ମିଡ଼ିଆ-୨୦୨୪ସମ୍ମାନରେ ସମ୍ମାନିତ କରାଯାଇଛି । ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *