ମୋହନା ମହୋତ୍ସବ ନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ, ମଶାଲ ଶୋଭାଯାତ୍ରାରେ ହଜାର ହଜାର ଦର୍ଶକ ।

ମୋହନା ମହୋତ୍ସବ ନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ, ମଶାଲ ଶୋଭାଯାତ୍ରାରେ ହଜାର ହଜାର ଦର୍ଶକ ।

ଆର,ଉଦୟଗିରି(ମନୋଜ କୁମାର ପାଢୀ/ ୧୨/୧୨/୨୪ଗଜପତି ଜିଲ୍ଲା ମୋହନା ବ୍ଲକରେ ପୂର୍ବ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଆଡମ୍ବର ସହ ମୋହନା ମହୋତ୍ସବ ଅନୁଷ୍ଠିତ ହେବ। ଆଜି ଏବଂ ଆସନ୍ତା କାଲି ଅନୁଷ୍ଠିତ ହେବାକୁ ଥିବା ମହୋତ୍ସବ ନିମନ୍ତେ ଅନୁଷ୍ଠିତ ହେଉଥିବା ମଶାଲ ଶୋଭାଯାତ୍ରା ସ୍ଥାନୀୟ କଲେଜ ଛକ ଠାରୁ ହଜାର ହଜାର ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସମେତ ମହିଳା ସ୍ବେଛାସେବୀ, ଡ୍ରାଇଭର ସଂଘ, ସାମ୍ବାଦିକ ସଂଘ, ମୋହନା ଉନ୍ନୟନ ପରିଷଦ, ଓକିଲ ସଂଘ ଙ୍କ ସମେତ ବ୍ଲକ ର ସମସ୍ତ ସରପଞ୍ଚ, ସମିତି ସଭ୍ୟ ସଭ୍ୟା ଙ୍କ ସହ ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ଉପାଧ୍ୟକ୍ଷ ବଲ୍ମୀନା ଅଧିକାରୀ, ବିଡିଓ ରାଜୀବ ଦାସ, ଅତିରିକ୍ତ ସହକାରୀ ଯନ୍ତ୍ରୀ ଆଶିଷ କୁମାର ଶତପଥୀ, ପ୍ରସାଦ ପଣ୍ଡା, କନିଷ୍ଟ ଯନ୍ତ୍ରୀ ପ୍ରଜ୍ଞାଜିତ୍ ପାଢ଼ୀ, ପ୍ରଦ୍ୟୁମ୍ନ ନାୟକ ଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଙ୍କ ସହ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରମୁଖ ଶୋଭାଯାତ୍ରା ରେ ଯୋଗ ଦେଇ ମଶାଲ ଟିକୁ ସହର ପରିକ୍ରମା କରି ହାଇସ୍କୁଲ ପଡିଆ ପର୍ଯ୍ୟନ୍ତ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ସ୍ଥଳ କୁ ନେଇ ସ୍ଥାପନ କରିଥିଲେ। ମହୋତ୍ସବ ର ଆଜି ପ୍ରଥମ ଦିନରେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବାକୁ ଥିବା ବେଳେ ସ୍ଥାନୀୟ କଳା ଏବଂ ଲୋକନୃତ୍ୟ ଗୁଡ଼ିକ ପ୍ରଦର୍ଶନ ହେବାକୁ ସ୍ଥିର ହୋଇଥିବା ସୂଚନା ମିଳିଛି। ସେହି ପରି ଆସନ୍ତା କାଲି ଦ୍ୱିତୀୟ ଦିନରେ ଗଜପତି ଜିଲ୍ଲାର ଦୁଇ ବିଧାୟକ ରୁପେଶ ପାଣିଗ୍ରାହୀ, ଦାଶରଥି ଗମାଙ୍ଗ ଙ୍କ ସମେତ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ଅଧିକାରୀ, ଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ସହ ଓଡ଼ିଶାର ସୁନାମଧନ୍ୟ ଗୀତିକାର ମାନେ ରହି ସ୍ଥାନୀୟ ଅଞ୍ଚଳର ଦର୍ଶକଙ୍କୁ ଉତ୍ସାହିତ କରିବା କାର୍ଯ୍ୟକ୍ରମ ରହିଛି। ଓଡ଼ିଶା ର ସୁନାମଧନ୍ୟ ଗୀତିକାର ଙ୍କ ମଧ୍ୟରେ ସିନେମାର ପ୍ରଚ୍ଛଦପଟ୍ଟ ଗାୟକ ତାରିକ ଅଜିଜ, ସୌରିନ ବ୍ରାନ, ପ୍ରିୟା ସିଂ, ଯାଜ୍ଞସେନୀ ଆଲବମ୍ ଗାୟିକା, ନିହାରିକା ଦାସ ପ୍ରଚ୍ଛଦପଟ୍ଟ ଗାୟିକା ଉପସ୍ଥିତ ରହି ଏହି ଶୀତୁଆ ରାତ୍ରୀରେ ଲୋକଙ୍କୁ ଝୁମାଇବା କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ଜଣାପଡିଛି। ପୂର୍ବ ବର୍ଷ ମାନଙ୍କ ଅପେକ୍ଷା ଚଳିତ ବର୍ଷ ବହୁ ଆଡମ୍ବର ସହ ଉତ୍ସବ ଟି ଜିଲ୍ଲା ରେ ଅନୁଷ୍ଠିତ ହେଉଥିବା ଉତ୍ସବ ଠାରୁ ନିଆରା ଢଙ୍ଗରେ ପାଳନ ହେଉଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *