ବ୍ଲକସ୍ତରୀୟ ଲୋକ କଳା ଓ ସଂସ୍କୃତିର ମହାପର୍ବ ଚଇତି ଅନୁଷ୍ଠିତ ରାୟଗଡା : ରାୟଗଡା ଜିଲ୍ଲା କୋଲନରା ବ୍ଲକରେ ଲୋକ କଳା ଓ ସଂସ୍କୃତିର ମହାପର୍ବ ଲୋକ ମହୋତ୍ସବ ଚଇତି ଆଜି ମହା ଆଡମ୍ବରରେ ଅନୁଷ୍ଠିତ ହୋଇ ଯାଇଛି | ଏହି ଅବସରରେ କୋଲନରା ସ୍ଥିତ ଧବଳେଶ୍ବରଙ୍କ ମନ୍ଦିର ନିକଟରେ ଥିବା ଚିର ସ୍ରୋତା ନାଳରୁ ପୂଜାବିଧି ସହ ଜିଲ୍ଲା ପରିଷଦ ସଭ୍ୟା ସୁନିତା ତାଡିଙ୍ଗି ପବିତ୍ର ଜଳ ସଂଗ୍ରହ କରି କଳସ ଯାତ୍ରା ବାଜା ବାଜେଣିରେ ଜଗଦମ୍ବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିକଟସ୍ଥ ମିନି ଷ୍ଟାଡିୟମରେ ନିର୍ମିତ ଚଇତି ମଣ୍ଡପରେ ସ୍ଥାପନ କରିଥିଲେ | ଏହି କଳସ ଯାତ୍ରାରେ ବିଡ଼ିଓ ରିନା ପ୍ରଧାନ, ସହକାରୀ ନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମୀ ନାରାୟଣ ପାତ୍ର, ସେକ୍ସନ ଅଫିସର ଅରୁଣ କୁମାର ପାଢୀ, ବିଏଫଓ ଗଣେଶ୍ୱର ଭଟ୍ଟ, ଜିପିଡ଼ିଓ ପ୍ରଶାନ୍ତ କୁମାର ପାଢୀ, ସମସ୍ତ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ମହିଳା ମଣ୍ଡଳ ସଦସ୍ୟା, ମିଶନ ଶକ୍ତି କର୍ମଚାରୀ, ଅଙ୍ଗନବାଡି କର୍ମୀଙ୍କ ସମେତ ବ୍ଲକ କର୍ମଚାରୀ ମାନେ ଯୋଗଦେଇ ଥିଲେ | ଚଇତି ମଣ୍ଡପ ମଞ୍ଚରେ ମୁଖ୍ୟ ଅତିଥି ଭାବେ ବିଷମକଟକ ବିଧାୟକ ନୀଳମାଧଵ ହିକକା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝୀ, ଏଡିଏମ ଭାସ୍କର ରଇତ, ଜିଲ୍ଲା ଚଇତି କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ଡ଼ଃ ଦୟାନିଧି ବାଗ, ଜିଲ୍ଲା ପରିଷଦ ସଭ୍ୟା ସୁନିତା ତାଡିଙ୍ଗି, ପଞ୍ଚାୟତ ସମିତି ଅଧ୍ୟକ୍ଷା ସଂଯୁକ୍ତା କୁଲିସିକା, ଉପାଧ୍ୟକ୍ଷ ହଳଧର ହିମିରିକା, ଜିଲ୍ଲା ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ଓ ଡମ୍ବରୁଧର ପଣ୍ଡା ଯୋଗଦେଇ ଥିଲେ | ଏହି ଅବସରରେ ଚଇତି ପଡ଼ିଆରେ ବିଭିନ୍ନ ବିଭାଗର ମୋଟ ୧୫ଟି ଷ୍ଟଲ କରା ଯାଇଥିଲା | ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ସେହିପରି ଚଇତି ଉପଲକ୍ଷେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଚଇତି ମଣ୍ଡପରେ ଅତିଥିମାନେ ସମ୍ମାନିତ କରିଥିଲେ | ମଞ୍ଚ ପରିଚାଳନା ଶିକ୍ଷକ ପ୍ରଫୁଲ୍ଲ ପାଢ଼ୀ ଓ ପ୍ରଦୀପ ନାୟକ କରିଥିଲେ | ସମସ୍ତ ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ବରିଷ୍ଠ ନାଗରିକ ମାନଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ମାନିତ କରା ଯାଇଥିଲା | କାର୍ଯ୍ୟକ୍ରମର ବିଭିନ୍ନ କମିଟିରେ ଏମ ଆଇ ଅନୀଲ କୁମାର ଗମାଙ୍ଗ, ଏପିଓ ସୁମିତ୍ରା ପାଣିଗ୍ରାହୀ, ଆରଡବ୍ଲ୍ୟୁଏସଏସ ଯନ୍ତ୍ରୀ ଶୁଭଦର୍ଶିନୀ ପଟ୍ଟନାୟକ, ବିଏସଏସଓ ପ୍ରଭାତ କୁମାର ଶବର, ବିପିସି ମନୋଜ କୁମାର ପାଣି, ଡବ୍ଲ୍ୟୁଇଓ ଦେବାଶିଷ ମୁଣ୍ଡ, ବିଏଲସି ବର୍ଷା ପ୍ରିୟଦର୍ଶିନୀ ପ୍ରଧାନ, ସହକାରୀ ଯନ୍ତ୍ରୀ ସ୍ୱାଗତିକା ଛୁଆଳସିଂ, ସମସ୍ତ ପିଇଓ, ଯନ୍ତ୍ରୀ, ପୋଲିସ ବିଭାଗ, ଅଗ୍ନିଶମ ବିଭାଗ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ | ଶେଷରେ ବିଏଫଓ ଶ୍ରୀ ଭଟ୍ଟ ଧନ୍ୟବାଦ ଅର୍ପଣ କରିଥିଲେ |ରାୟଗଡା ରୁ ଅମୁଲ୍ୟ. ନିଶଙ୍କ ଙ୍କ ରିପୋର୍ଟ
Related Posts
ସେମିଳିଗୁଡା ସମାଜସେବୀ ଦମ୍ପତ୍ତିଙ୍କ ବୁର୍ଲା ଜାତୀୟ ରକ୍ତଦାନ କର୍ମଶାଳାରେ ଯୋଗଦାନ।
ସେମିଳିଗୁଡା ସମାଜସେବୀ ଦମ୍ପତ୍ତିଙ୍କ ବୁର୍ଲା ଜାତୀୟ ରକ୍ତଦାନ କର୍ମଶାଳାରେ ଯୋଗଦାନ। ସେମିଳିଗୁଡା.ତାରିଖ ୮,୧୨,୨୦୨୪:ବୁର୍ଲାଠାରେ ଅନୁଷ୍ଠିତ ୭,୧୨,୨୦୨୪ଓ୮,୧୨,୨୦୨୪,ଦୁଇ ଦିନିଆ ରକ୍ତଦାନ କର୍ମଶାଳାରେ ସେମିଳିଗୁଡାର ସମାଜସେବୀ ଡକ୍ଟର ଚିତ୍ତରଞ୍ଜନ ମିଶ୍ର…
ମହିଳା ସ୍ନାତକ ମହାବିଦ୍ୟାଳୟ ପାରଳାଖେମୁଣ୍ଡିର ୧୨ ଦିନିଆ ଆତ୍ମସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ
ମହିଳା ସ୍ନାତକ ମହାବିଦ୍ୟାଳୟ ପାରଳାଖେମୁଣ୍ଡିର ୧୨ ଦିନିଆ ଆତ୍ମସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ .. ଗଜପତି(ମନୋଜ ପାଢୀ/ ୮/୧୧/୨୪ ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହିଳା ମହାବିଦ୍ୟାଳୟରେ…
ବିଶ୍ଵ ପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ଅବସର ରେ ନିଷ୍ଠା ପରିବାର ର ରକ୍ତ ଦାନ ଶିବିର ତୃତୀୟ ଦିନ ରେ ୭୧ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି।
ବିଶ୍ଵ ପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ଅବସର ରେ ନିଷ୍ଠା ପରିବାର ର ରକ୍ତ ଦାନ ଶିବିର ତୃତୀୟ ଦିନ ରେ ୭୧ୟୁନିଟ ରକ୍ତ ସଂଗୃହୀତ…