*ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ । ଆର,ଉଦୟଗିରି(ମନୋଜ କୁମାର ପାଢୀ) ଗଜପତି ଜିଲା ଆର. ଉଦୟଗିରିସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର, ଗଜପତି ଠାରେ ୨୦ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଯାଇଛି l କୃଷି ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ, ଓୟୁଏଟିର ଡିନ ପ୍ରଫେସର ପ୍ରସନ୍ନ ଜିତ ମିଶ୍ରଂକ ତତ୍ତ୍ଵାବଧାନରେ, କୃଷି ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ, ଓୟୁଏଟିର ଉପ ଯୁଗ୍ମ ନିର୍ଦ୍ଦେଶକ (UEBP) ପ୍ରଫେସର ପି. କେ. ମହାନ୍ତି ସଭାକାର୍ଯ୍ୟ ଅରମ୍ଭ କରିଥିଲେ l ଆଇସିଏଆର – ଅଟାରି କଲିକତାର ପ୍ରମୁଖ ବୈଜ୍ଞାନିକ ଡ. ଏସ. କେ. ମଣ୍ଡଳ ଅନଲାଇନ ମାଧ୍ୟମରେ ଯୋଗଦେଇଥିଲେ l କୃଷି ବିଜ୍ଞାନ କେନ୍ଦ୍ର ଗଜପତିର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡ. ସଂଗ୍ରାମ ପରମଗୁରୁ, ଆଞ୍ଚଳିକ ଗବେଷଣା ସଂସ୍ଥା ଜି. ଉଦୟଗିରିର ବୈଜ୍ଞାନିକ ଡ. ଜ୍ଞାନାଲୋକ ଦାଶ, ଜିଲା ମୃତ୍ତିକା ସଂରକ୍ଷଣ ଓ ଜଳ ବିଭଜିକା ପ୍ରକଳ୍ପ ନିର୍ଦ୍ଦେଶକ ଡ. ସୁରେଶ କୁମାର ପଟ୍ଟନାୟକ, ଜିଲ୍ଲା ଉଦ୍ୟାନ କୃଷି ଅଧିକାରୀ ଡ. ସୁଶାନ୍ତ ରଞ୍ଜନ ଦାଶ, ଡ଼ି. ଡ଼ି. ଏମ. ନାବାର୍ଡ ଶ୍ରୀ ପ୍ରତୀକ ପଣ୍ଡl, କୃଷି ବିଜ୍ଞାନ କେନ୍ଦ୍ର ଗଂଜାମ – ୨ର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡ. ସୁଜିତ କୁମାର ନାଥ, କୃଷି ବିଜ୍ଞାନ କେନ୍ଦ୍ର ରାୟଗଡାର ବୈଜ୍ଞାନିକ ଶ୍ରୀ ରାଜୀବ ଟୁଡୁ, ଜିଲ୍ଲାର କୃଷକ ଓ କୃଷିଜୀବୀ ମହିଳା ମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ରର ଚଳିତ ବର୍ଷର ବିଭିନ୍ନ କାର୍ଯ୍ୟକ୍ରମର ସଫଳତା ଏବଂ ଆଗାମୀ ବର୍ଷର ଖସଡ଼ା ବିଷୟରେ ଆଲୋଚନା କରାଯାଇଥିଲା l କୃଷି ବିଜ୍ଞାନ କେନ୍ଦ୍ରର ସମସ୍ତ ବୈଜ୍ଞାନିକ ଓ କର୍ମକର୍ତ୍ତl ବୃନ୍ଦ ଉପସ୍ଥିତ ରହି ବୈଠକକୁ ସାଫଲ୍ୟ ମଣ୍ଡିତ କରିଥିଲେ l
Related Posts
ଚିକିଟୀ- ଖେମୁଣ୍ଡି ହଳଦିଆ ହଳଦିଆ ତୈଳିକ ବୈଶ୍ୟ ସମାଜ ବୋଇତ ବନ୍ଦାଣ ଓ ଶୀତ ବସ୍ତ୍ର ବଣ୍ଟନ
ଚିକିଟୀ- ଖେମୁଣ୍ଡି ହଳଦିଆ ହଳଦିଆ ତୈଳିକ ବୈଶ୍ୟ ସମାଜ ବୋଇତ ବନ୍ଦାଣ ଓ ଶୀତ ବସ୍ତ୍ର ବଣ୍ଟନ ଆର, ଉଦୟଗିରି(ମନୋଜ ପାଢୀ୧୫/୧୧/୨୪ ଚିକିଟୀ ଖେମୁଣ୍ଡି ହଳଦିଆ ହଳଦିଆ…
ହରିଦ୍ୱାରର ଭୂମାନିକେତନ ଠାରେ ତିଆରି କରାଯାଉଥିବା ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟର ଅଗ୍ରଗତି ସମ୍ୱନ୍ଧରେ ଆଲୋଚନା
ହରିଦ୍ୱାରର ଭୂମାନିକେତନ ଠାରେ ତିଆରି କରାଯାଉଥିବା ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟର ଅଗ୍ରଗତି ସମ୍ୱନ୍ଧରେ ଆଲୋଚନା ଭୁବନେଶ୍ୱର: (ଅଭିଷେକ ମହାନ୍ତି)ଶ୍ରୀଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ହରିଦ୍ୱାରର ଭୂମା ନିକେତନ…
ଟିକାବାଲି ବ୍ଲକ ର ସମସ୍ତ ବିଦ୍ୟାଳୟ ରେ “ଶିକ୍ଷା ସପ୍ତାହ” କାର୍ଯ୍ୟକ୍ରମ ସପ୍ତାହ ବ୍ୟାପି ଚାଲୁଅଛି…
ଟିକାବାଲି ବ୍ଲକ ର ସମସ୍ତ ବିଦ୍ୟାଳୟ ରେ “ଶିକ୍ଷା ସପ୍ତାହ” କାର୍ଯ୍ୟକ୍ରମ ସପ୍ତାହ ବ୍ୟାପି ଚାଲୁଅଛି… କନ୍ଧମାଳ : (ରିପୋର୍ଟ କୁନା ଦିଗାଲ )ଟିକାବାଲି ଗୋଷ୍ଠୀ ଶିକ୍ଷା…