ଗୁଞ୍ଜିଗାଁ ଗ୍ରାମର ଅସହାୟ ବୃଦ୍ଧା ମା ନିବାଜିନି ଦିଗାଲଙ୍କୁ ଭତା ମିଳିବ କେବେ…?

ଗୁଞ୍ଜିଗାଁ ଗ୍ରାମର ଅସହାୟ ବୃଦ୍ଧା ମା ନିବାଜିନି ଦିଗାଲଙ୍କୁ ଭତା ମିଳିବ କେବେ…?

କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ ) କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଳକ ଅନ୍ତର୍ଗତ ବଣ୍ଡଗୁଡ଼ା ଗ୍ରାମପଞ୍ଚାୟତ ଗୁଞ୍ଜିଗାଁ ଗ୍ରାମର ଅସହାୟ ବୃଦ୍ଧା ମା ନିବାଜିନି ଦିଗାଲଙ୍କୁ ସରକାରୀ ମଧୁବାବୁ ପେନସନ ମିଳିବ କେବେ…? ବୃଦ୍ଧ ମା ଙ୍କ ଦୀର୍ଘ 60 ବର୍ଷ ବୟସ ରୁ ଉର୍ଦ୍ଧ୍ବ ହେବ ଭତ୍ତା ପାଇଁ ବ୍ଲକ ଓ ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡ଼ ଦୌଡ଼ି ଶେଷରେ ଚୁପ୍ ହୋଇ ରହିଲେ l ଅନେକ ଥର ଜନ ପ୍ରତିନିଧିଙ୍କୁ ଅବଗତ କଲେ ସୁଦ୍ଧା କେହି କର୍ଣ୍ଣ ପାତ କରୁନ ଥିବା ବୃଦ୍ଧା ମା ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି l ଅନେକ ଲୋକ ଏହି ପରି ଏହି ଅଞ୍ଚଳ ରେ ବୃଦ୍ଧ ମା ବାପା ଆଜି ପର୍ଯ୍ୟନ୍ତ ସରକାରୀ ସହାୟତା,ଭତା ପାଉନାହାନ୍ତିl ସରକାର ବୃଦ୍ଧ ବାପା ମା ମାନଙ୍କ ପାଇଁ ଏକ ସତନ୍ତ୍ର ସରକାରୀ ସୁବିଧା ପାଇବା ପାଇଁ ପଞ୍ଚାୟତ ଅଧିକାରୀ ଙ୍କୁ ଅବଗତ କଲେ ସୁବିଧା ରେ ପାଇପାରିବେ ବୋଲି ଜନସାଧାରଣଙ୍କ ଦାବୀ l ଗୁଞ୍ଜଗାଁ ର ଏହି ଅସହାୟ ଗରିବ ଆଦିବାସୀ ବୃଦ୍ଧା ମହିଳ ଜଣେ ଗରିବ ବ୍ୟକ୍ତି ଅଟନ୍ତି ଭତ୍ତା ପାଇବାରେ ବଞ୍ଚିତ ଅଛନ୍ତି ସେଥିପ୍ରତି ପ୍ରଶାସନ ଦୃଷ୍ଟିରେ ରଖି ଏହି ଅସହାୟ ବାପାଙ୍କୁ ଦୟା କରି ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରିବା ପାଇଁ ଗ୍ରାମବାସୀ ଅଭିଯୋଗ କରିଛନ୍ତି l

Leave a Reply

Your email address will not be published. Required fields are marked *