ମୋହନା ପୋଲିସ୍ କୁ ବଡ଼ ସଫଳତା , ଧାନ ଖଳା ରେ ରଖା ଯାଇଥିବା ୧୪୦ ମକା ବସ୍ତା ସହ ୬୯୨ କିଲୋ ଗଞ୍ଜେଇ ଜବତ।ଆର,ଉଦୟଗିରି(ମନୋଜ କୁମାର ପାଢୀ) – ଗୋଟିଏ ପଟେ ଗଜପତି ଜିଲ୍ଲାରେ ଅପରେସନ ଗ୍ରୀନ କ୍ଲିନ୍ ଅଭିଯାନ ରେ ହଜାର ହଜାର ଗଞ୍ଜେଇ ଗଛ କାଟି ନଷ୍ଟ କରାଯାଉ ଥିବା ବେଳେ ଅନ୍ୟପଟେ ଚୋରା ଚାଲାଣ ପାଇଁ ଗଚ୍ଛିତ କରି ରଖା ଯାଇଥିବା ଗଞ୍ଜେଇକୁ ଜବତ କରିଛି ମୋହନା ପୋଲିସ୍। ମୋହନା ପୋଲିସ୍ ବିଶେଷ ସୂତ୍ର ରୁ ଖବର ପାଇଥିଲା ରାଙ୍କୁଡ଼ା ଗ୍ରାମ ନିକଟ ରେ ଏକ ଧାନ ଖଳା ରେ ମକା ବସ୍ତା ସହ ଗଞ୍ଜେଇ ବସ୍ତା ଥିବାର। ଯାହାକୁ ନେଇ ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ଙ୍କ ତତ୍ତ୍ଵାବଧାନରେ ଉକ୍ତ ଖଳା ରେ ଚଢ଼ାଉ କରାଯାଇଥିଲା। ଚଢାଉ ବେଳେ ପୋଲିସ୍ ଗାଡ଼ି କୁ ଦେଖି ସେଠାରେ ଥିବା ଗଞ୍ଜେଇ ମାଫିଆ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ। ପରେ ଉକ୍ତ ଖଳା ରେ ତଲାସୀ କରାଯାଇଥିଲା। ଲଗାଣ ବର୍ଷା ଯୋଗୁଁ ଖଳା ରେ ମକା ୧୪୦ ବସ୍ତା ସହ ଗଞ୍ଜେଇ ୨୨ ବସ୍ତା ଜରି ପାଲ ଘୋଡାଇ ରଖା ଯାଇଥିଲା।ଉକ୍ତ ଗଞ୍ଜେଇ କୁ ଜବତ କରି ମୋହନା ତହସିଲଦାର ଙ୍କ ଉପସ୍ଥିତି ରେ ଓଜନ କରାଯାଇଥିଲା ଯାହାର ପରିମାଣ ୬୯୨ କିଲୋ ହୋଇଥିଲା। ଯାହାକି ଆନୁମାନିକ ବଜାର ଦର ପାଖା ପାଖି ୩ କୋଟି ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ମୋହନା ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଏନେଇ ମୋହନା ଥାନା ରେ ୨୩୨/୨୪ ରେ ଏକ ମାମଲା ରୁଜୁ କରି ଅଧିକା ତଦନ୍ତ ଜାରି ରହିଛି।
Related Posts
ପାରାଦୀପ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ରେ ଓଡ଼ିଶୀ ନୃତ୍ୟରେ ଝୁମିଲେ ଦର୍ଶକ।
ପାରାଦୀପ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ରେ ଓଡ଼ିଶୀ ନୃତ୍ୟରେ ଝୁମିଲେ ଦର୍ଶକ। ପାରାଦ୍ୱୀପ ଠାରେ ଆରମ୍ଭ ହୋଇସାରିଛି କଳିଙ୍ଗ ବାଲିଯାତ୍ରା ମହୋତ୍ସବ । ଏହି ମହୋତ୍ସବକୁ ମୁଖ୍ୟମନ୍ତ୍ରୀ…
ସଳପଗାଁ ଆଦର୍ଶ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ବାଳ ବୈଜ୍ଞାନୀକ ପ୍ରଦର୍ଶନୀ ୨୦୨୪ ଅନୁଷ୍ଠିତ
ସଳପଗାଁ ଆଦର୍ଶ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ବାଳ ବୈଜ୍ଞାନୀକ ପ୍ରଦର୍ଶନୀ ୨୦୨୪ ଅନୁଷ୍ଠିତ … କନ୍ଧମାଳ : (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି…
ମଞ୍ଜି ଗୁଳାରେ ସବୁଜ ବିସ୍ଫୋରଣ
ଆଶିଷ ଜ୍ୟୋତିଷ ବରଗଡ:(ଆଶିଷ ଜ୍ୟୋତିଷ) ମଞ୍ଜି ଗୁଳାରେ ସବୁଜ ବିସ୍ଫୋରଣ ! ସଂପ୍ରତି ମଧ୍ୟପ୍ରାଚ୍ୟରେ ବୋମା ଓ ବାରୁଦର ଧୂଆଁ । ଦିନକୁ ଦିନ ସବୁଜ ପୃଥିବୀ…