ବଡ଼ିମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଜାତୀୟ ଗଣିତ ଦିବସ ପାଳନ ଟିକାବାଲି :- (ରିପୋର୍ଟ କୁନା ଦିଗାଲ ) କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଳକ ଅନ୍ତର୍ଗତ ବଡ଼ିମୁଣ୍ଡା ଠାରେ ଟି.ଇ.ଏବଂଏସ.ସି.ଇ.ଆର.ଟି,ଭୁବନେଶ୍ୱର ସହଯୋଗ କ୍ରମେ ଏବଂ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ,କନ୍ଧମାଳ ଆନୁକୂଲ୍ୟରେ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ିମୁଣ୍ଡା ଠାରେ ଏହି ଶିକ୍ଷା ବର୍ଷର ଜାତୀୟ ଗଣିତ ଦିବସ ପାଳିତ ହୋଇଛି l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନନ୍ଦ କିଶୋର ବେହେରା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ଜନକ ପ୍ରଧାନ ,ସମ୍ମାନିତ ଅତିଥି ଭାବେ ମୋ ସ୍କୁଲ ସଭାପତି ଶ୍ରୀଯୁକ୍ତ ବିଜୟ କୁମାର ପ୍ରଧାନ,ରୁଦାଙ୍ଗିଆ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରମୋଦ କୁମାର ବେହେରା,ଗୁଡ୍ରିପଡ଼ି ସି.ଆର.ସି.ସି. ଶ୍ରୀଯୁକ୍ତ ଲାଲମୋହନ କହଁର,କଟିମାହା ସି.ଆର.ସି.ସି., ଶ୍ରୀଯୁକ୍ତ ଅରବିନ୍ଦ ମହାପାତ୍ର ଯୋଗ ଦେଇଥିଲେ l ଏହି ଦିବସ ପାଳନ ଅବସରରେ ବିଭିନ୍ନ ଉଚ୍ଚ ବିଦ୍ୟାଳୟ ର ଅଷ୍ଟମ ରୁ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ଗଣିତ ପ୍ରକଳ୍ପ ଏବଂ ଗଣିତ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l କୃତି ପ୍ରତିଯୋଗୀ ଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l ସମସ୍ତ ଅତିଥି ବିଶିଷ୍ଟ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନ ଙ୍କ ଜନ୍ମ ଦିନ ଅବସରରେ ଜାତୀୟ ଗଣିତ ଦିବସ ସମ୍ପର୍କରେ ସୁନ୍ଦର ବକ୍ତବ୍ୟ ପ୍ରଦାନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ବିଜ୍ଞାନ ସଂଯୋଜକ ଶ୍ରୀଯୁକ୍ତ ରାଜ କୁମାର ସାହୁ, ବିଦ୍ୟାଳୟ ର ଶିକ୍ଷକ ଶ୍ରୀଯୁକ୍ତ ରଞ୍ଜୀତ କୁମାର କହଁର, ପ୍ରଭାତ କୁମାର ବାଇ,ଶାଶୀନାଥ ମଲିକ,ଶ୍ରାବଣୀ ପଟ୍ଟନାୟକ ଏବଂ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସୁନ୍ଦର ଭାବେ ପରିଚାଳନା କରିଥିଲେ l
Related Posts
କୁଟୁମ୍ବ ଯୋଜନାରେ ସଂଗ୍ରାମୀଙ୍କ ପରିବାରକୁ ମିଳିବ ପେନ୍ସନ୍
କୁଟୁମ୍ବ ଯୋଜନାରେ ସଂଗ୍ରାମୀଙ୍କ ପରିବାରକୁ ମିଳିବ ପେନ୍ସନ୍ ଭୁବନେଶ୍ୱର: ବର୍ତ୍ତମାନ ସମୟର ସବୁ ସଫଳତା ଓ ସବୁ ଆନନ୍ଦ ପଛରେ ରହିଛି ଆମର ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କର…
+2 SCIENCE RESULTS 100%
GOVT.(SSD) HIGHER SECONDARY SCHOOL, SUNABEDA-1, +2 SCIENCE RESULTS…..PASSOUT 100% OUT OF 78 STUDENTS 1st division -21, 2nd division -44 &…
ବିଷାକ୍ତ ସାପ କାମୁଡ଼ା ରେ ନାବାଳିକା ଙ୍କ ମ୍ରୁତ।
ବିଷାକ୍ତ ସାପ କାମୁଡ଼ା ରେ ନାବାଳିକା ଙ୍କ ମ୍ରୁତ। ନୂଆପଡା 25 5 2025(ଓମ୍ ପ୍ରକାଶ ଚୌଧରୀ) ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କୁସୁମଯୋର ପଞ୍ଚାୟତ…