ରେଡ ଡ୍ରପ ମାରାଥନ ପାଇଁ ନିଷ୍ଠା ପରିବାର ର ପ୍ରେସ ମିଟ କରାଯାଇଥିଲା। ବରଗଡ ୨୩,୧୨- (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ନିଷ୍ଠା ପରିବାର ତରଫ ରୁ ପ୍ରେସ ବୈଠକ ଜିଲ୍ଲା ସାମ୍ବାଦିକ ସଂଘ କାର୍ଯ୍ୟାଳୟ, ଠାରେ ଅନୁଷ୍ଠିତ ହୋଇଥିଲା ।୨୦୧୦ ମସିହା ଜୁନ ୧୪ ରୁ ଆରମ୍ଭ ହୋଇ ନିରନ୍ତର ଭାବରେ ସେବା କାର୍ଯ୍ୟ ଜାରି ରଖି ଆସୁଅଛି ।ଅସହାୟ, ଦୁଃଖୀ ,ନିରାଶ୍ରୟ ରୋଗୀ ଙ୍କ ସେବା ପାଇଁ ବୁର୍ଲା ଓ ବରଗଡ଼ ଡାକ୍ତରଖାନା ରେ ନିଷ୍ଠା ର ସ୍ବେଚ୍ଛାସେବୀ କାର୍ଯ୍ୟରତ ଅଛନ୍ତି ।ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର, ଚକ୍ଷୁ ପରୀକ୍ଷା ଶିବିର, “ନିଷ୍ଠା ଜୀବନରେଖା” ଆମ୍ବୁଲାନ୍ସ ସେବା ତଥା କରୋନା କାଳ ରେ ନିଷ୍ଠା ପରିବାର ଯଥା ସମ୍ଭବ ସେବା ଯୋଗାଇଛି ।ନିରାଶ୍ରିତ ଲୋକଙ୍କୁ ଥଇଥାନ କରି ସେବା ଯୋଗାଇବା ଆସୁଛନ୍ତି। ଭବିଷ୍ୟତ ରେ ବୃଦ୍ଧାଶ୍ରମ ତିଆରିହେବାର ପରିକଲ୍ପନା ଆହୁରି ଏକ ପରିକଳ୍ପନା ଅଛି। ରକ୍ତ ର ଅଭାବ କୁ ଦୂର କରିବା ପାଇଁ ରକ୍ତ ଦାନ କ୍ଷେତ୍ରରେ ଏକ ନିଆରା କାର୍ଯ୍ୟକ୍ରମ “ରେଡ ଡ୍ରପ ମାରାଥନ” ନାମରେ ଆସନ୍ତା ତା.୦୧-୦୧-୨୦୨୫ରିଖ ରୁ ତା-୦୨-୦୨-୨୦୨୫ ଦୀର୍ଘ ୩୩ ଦିନ ଧରି ପ୍ରତ୍ୟେକ ଦିନ ବରଗଡ଼ ଜିଲ୍ଲା ର ବିଭିନ୍ନ ସ୍ଥାନ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆରମ୍ଭ କରିବାକୁ ଯାଉଛି ନିଷ୍ଠା ପରିବାର ।ଏହି ରେଡ ଡ୍ରପ ମାରାଥନ ର ଶୁଭ ଉଦଘାଟନ ଉତ୍ସବ ଆସନ୍ତା ତା.୨୫-୧୨-୨୦୨୪ରିଖ ବୁଧବାର ଦିନ ସନ୍ଧ୍ୟା ୬.୦୦ ଘଣ୍ଟା ସମୟରେ ବରଗଡ଼ ସ୍ଥିତ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ହେବାର ସ୍ଥିରୀକୃତ ହୋଇଅଛି । ଏହି କାର୍ଯ୍ୟକ୍ରମ ରେ ସମସ୍ତେ ଯୋଗଦାନ କରି ସଫଳ କରିବା ପାଇଁ ନିଷ୍ଠା ପରିବାର ର ବିନମ୍ର ନିବେଦନ । ଆଜିର ଏହି ପ୍ରେସ ମିଟ୍ ରେ ନିଷ୍ଠା ପରିବାର ର ଉପଦେଷ୍ଟା ଅଶ୍ୱିନୀ ତ୍ରିପାଠୀ, ସଚି ପଣ୍ଡା,ସଭାପତି ରକ୍ଷପାଲ ସାହୁ, ସମ୍ପାଦକ ଲୋକନାଥ ସାହୁ, କ୍ଷୀରୋଦ୍ର ସାହୁ, ମଦନ ମୋହନ ଦାଶ ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।
Related Posts
ସୁନା ଓ ରୁପା ବେଗ ଝାମ୍ପି ନେଲେ ଦୁଇ ଦୁବୃତ୍ତ,
ସୁନା ଓ ରୁପା ବେଗ ଝାମ୍ପି ନେଲେ ଦୁଇ ଦୁବୃତ୍ତ, ଆର,ଉଦୟଗିରି(ମନୋଜ ପାଢୀ) – ଗତ ବିଳମ୍ବିତ ରାତି ପ୍ରାୟ 9:00 ସମୟରେ ମୋହନା ବଜାରରେ ଥିବା…
ଲହଣ୍ଡା ପ୍ରିମିୟର ଲିଗ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି।
ଲହଣ୍ଡା ପ୍ରିମିୟର ଲିଗ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି। ବରଗଡ -( ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଅତାବିରା ବ୍ଲକ ଲହଣ୍ଡା ପଂଚାୟତରେ ଲହଣ୍ଡା ଗ୍ରାମରେ…
ପ୍ରତି ତିନି ମାସରେ ବିଭିନ୍ନ ଯୋଜନାର ବ୍ଲକସ୍ତରୀୟ ସମୀକ୍ଷା କରିବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ପ୍ରତି ତିନି ମାସରେ ବିଭିନ୍ନ ଯୋଜନାର ବ୍ଲକସ୍ତରୀୟ ସମୀକ୍ଷା କରିବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଭୁବନେଶ୍ୱର: ଆଜି ଭୁବନେଶ୍ୱର ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟର ଠାରେ ଦୁଇ…