ରାଜ୍ୟ ସ୍ତରୀୟ ସାରଙ୍ଗଡିଆନ ସେମି ଫାଇନାଲ ଫୁଟବଲ ଟୁର୍ନାମେଣ୍ଟ କନ୍ଧମାଳ : (ରିପୋର୍ଟ କୁନା ଦିଗାଲ )କେ. ନୂଆଗାଁ ବ୍ଲକ ସାରଙ୍ଗଡ଼ ଠାରେ ଦଶମ ରାଜ୍ୟସ୍ତରୀୟ ସାରଙ୍ଗଡିଆନ ଫୁଟବଲ ସେମିଫାଇନାଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l ସେମିଫାଇନାଲ ପ୍ରତିଯୋଗିତା ରେ ସ୍ପୋର୍ଟ୍ସ ହଷ୍ଟେଲ ଫୁଲବାଣୀ ଓ ଫୁଟବଲ ସଂଘର୍ଷପୂର୍ଣ୍ଣ ପ୍ରତିଯୋଗିତା ରେ ସୁରୋଜ ଏ ଏଫ ସି କୁ ପରାସ୍ତ କରି ସ୍ପୋର୍ଟ୍ସ ହଷ୍ଟେଲ ଫୁଲବାଣୀ ବିଜୟ ହୋଇଥିଲେ l ସେମିଫାଇନାଲ ପ୍ରତିଯୋଗିତା ଖେଳରେ ମୁଖ୍ୟ ଅତିଥି ରୂପେ ଜି ଉଦୟଗିରି ନିର୍ବାଚନ ମଣ୍ଡଳୀ ବିଧାୟକ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଟିକାବାଲି ପଞ୍ଚାୟତ ସମିତି ଅଧକ୍ଷ ଶ୍ରୀଯୁକ୍ତ ଦିଲୀପ କହଁର, ଯୋଗ ଦେବା ସହ ଅଞ୍ଚଳର ବୁଦ୍ଧାଜୀବୀ,ଅନେକ ଅତିଥି ଯୋଗଦେଇଥିଲେ l ମୁଖ୍ୟ ଅଥିତି ବୃନ୍ଦ ଖେଳଳୀ ଙ୍କୁ ଉତ୍ସହ କରିବା ସହିତ ଖେଳ ରେ ହାରିବା ଓ ଜିତିବା ଥାଏ ତେଣୁ ଭାଇ ଚାରାକୁ ବଜୟୀ ରଖି ଖେଳ ଖେଳିବାକୁ ଉଭୟ ଖେଳାଳିଙ୍କୁ ପରାମର୍ଶ ଦେଇଥିଲେ lଫୁଟବଲ ଓ ଆଥଲେଟିକ ଆସୋସିଏସନ ର ସମସ୍ତ ପରିଚାଳନା କମିଟି ସଦସ୍ୟ ଏହି ଟୁର୍ନାମେଣ୍ଟ କୁ ବହୁତ ସୁନ୍ଦର ଭାବେ ପରିଚାଳନା ଦାୟିତ୍ୱ ନେଇଥିଲେ l ସେମାନଙ୍କ ମଧ୍ୟରେ ଏହି ସଂଘ ର ସଭାପତି ଶ୍ରୀଯୁକ୍ତ ସତ୍ୟବାନ ପ୍ରଧାନ, ଉପସଭାପତି ଶ୍ରୀଯୁକ୍ତ ପୁରୁଷୋତ୍ତମ ସାହୁ, ସମ୍ପାଦକ ଶ୍ରୀଯୁକ୍ତ ତ୍ରିନାଥ ଠାକୁର ବିଷୋୟୀ, ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ଭୁଲେଶ୍ୱର ପ୍ରଧାନ ଓ ପୀତବାସ ବିଷୋୟୀ, କୋଷାଧକ୍ଷ ଶ୍ରୀଯୁକ୍ତ ବିମଳ କୁମାର ବିଷୋୟୀ, ସଂଯୋଜକ ଶ୍ରୀଯୁକ୍ତ ରାକେଶ କୁମାର କୋଠଦଳେଇ ଏବଂ ଉପଦେଷ୍ଟା ମଣ୍ଡଳୀ ମଧ୍ୟରେ ଶ୍ରୀ ସହଦେଵ ପାତ୍ର, ଦନାରା ପ୍ରଧାନ, ବିସିକେଶନ ପ୍ରଧାନ, ରୋହିତ୍ଵାସ ନାୟକ, ରାଜେନ୍ଦ୍ର କୁମାର ତ୍ରିପାଠୀ, ବସନ୍ତ ପୂଜାରୀ, ମହାଦେବ ପ୍ରଧାନ, ବରୁଣ କହଁର, ସଞ୍ଜୟ ପ୍ରଧାନ ଓ ରାଜକୁମାରୀ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସୁନ୍ଦର ଭାବେ ପରିଚାଳନା କରିଥିଲେ l ଏହି ଟୁର୍ନାମେଣ୍ଟ ରେ ମୁଖ୍ୟ ରେଫେରୀ ରୂପେ ଶ୍ୟାମ ସୁନ୍ଦର ସା, ପାର୍ଶ୍ଵ ରେଫେରୀ ରୂପେ ଶ୍ରୀଯୁକ୍ତ ରାଧାକାନ୍ତ ବିଷୋୟୀ ଏବଂ ଶ୍ରୀଯୁକ୍ତ ଦୀପକ କୁମାର କୋଠଦଳେଇ ଦାୟିତ୍ୱ ନେଇଥିଲେ l
Related Posts
ଏ ଏମ ସି ମହାବିଦ୍ୟାଳୟ ଟିକାବାଲି ଠାରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ସ୍ଵାଗତ ସମ୍ବର୍ଦ୍ଧନା
ଏ ଏମ ସି ମହାବିଦ୍ୟାଳୟ ଟିକାବାଲି ଠାରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ସ୍ଵାଗତ ସମ୍ବର୍ଦ୍ଧନା … କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ…
ରାଜନୀତି ବିଜ୍ଞାନର ସ୍ବାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ
ରାଜନୀତି ବିଜ୍ଞାନର ସ୍ବାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ ଗଞ୍ଜାମ ଜିଲ୍ଲା:-( ରିପୋର୍ଟ କୁନା ଦିଗାଲ ) ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ, ସ୍ଵୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟରେ ଭାର ପ୍ରାପ୍ତ ଅଧ୍ୟକ୍ଷ…
ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ୧୦୦ ଦିନ ବ୍ୟାପି ସଘନ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ଶୁଭାରମ୍ଭ ଏବଂ ଲିଙ୍ଗ ଭିତ୍ତିକ ହିଂସା ସଚେତନତା ପକ୍ଷ ପାଳିତ
ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ୧୦୦ ଦିନ ବ୍ୟାପି ସଘନ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ଶୁଭାରମ୍ଭ ଏବଂ ଲିଙ୍ଗ ଭିତ୍ତିକ ହିଂସା ସଚେତନତା ପକ୍ଷ ପାଳିତ ରାୟଗଡ,…