ଲିଭ ଫର ଅଦର୍ସ ଓ ଡିସିବି ବ୍ୟାଙ୍କର ମିଳିତ ରକ୍ତଦାନ ଶିବିର। ସେମିଳିଗୁଡା.ତାରିଖ ୨୭,୧୨,୨୦୨୪:ସେମିଳିଗୁଡାସ୍ଥିତ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଲିଭ ଫର ଅଦର୍ସ ,ସେମିଳିଗୁଡାସ୍ଥିତ ଡିସିବି ବ୍ୟାଙ୍କର ସହଯୋଗରେ ଏକ ରକ୍ତଦାନ ଶିବିରର ଆୟୋଜନ କରିଥିଲେ। ଏହି ଶିବିରକୁ ବୟୋଜ୍ୟେଷ୍ଠ ଭୂଦାନ କର୍ମୀ ଶ୍ରୀ କୃଷ୍ଣ ସିଂ ଉଦଘାଟନ କରିଥିଲେ। ଶିବିରରେ ପୁରୁଷ, ମହିଳାଙ୍କ ସହ ଜଣେ ଦିବ୍ୟାଂଗ ବ୍ଯକ୍ତି ରକ୍ତଦାନ କରିଥିଲେ। ଲିଭ ଫର ଅଦର୍ସର ଅଧ୍ୟକ୍ଷା ତଥା ବରିଷ୍ଠ ସାମାଜିକ କାର୍ଯ୍ଯକର୍ତ୍ତା ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର ଶିବିର ପରିଚାଳନା ସହ ନିଜର ୫୧ତମ ରକ୍ତଦାନ କରିଥିଲେ।ଯାହା କି ଅନ୍ୟମାନଙ୍କ ପାଇଁ ଉଦାହରଣ ଓ ପ୍ରେରଣା ପାଲଟିଥିଲା।ବ୍ୟାଙ୍କର ପ୍ରବନ୍ଧକ ସନ୍ତୋଷ କୁମାର ପଣ୍ଡା,ଅନ୍ଯାନ୍ଯ ଷ୍ଟାଫ ରିପୂନ କୁମାର ହୋତା,ସତ୍ଯ ପ୍ରକାଶ ପାଲ,ନିହାରିକା ଦଳେଇ, ମନୋଜ କୁମାର ମଣ୍ଡଳ, ଜୁନେଶ ମୁଠାଇ ,ପ୍ରଦୀପ କୁମାର ବେହେରା ମାଳି ସହଯୋଗ କରିଥିଲେ।କ୍ଳଷ୍ଟର ମୂଖ୍ଯ ଭଗବାନ ଓଝା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ। ସମୁଦାୟ ୨୭ୟୁନିଟ ରକ୍ତ ସଂଗ୍ରହ କରାଯାଇ ଥିଲା। କୋରାପୁଟ ଶହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟର ରକ୍ତ କେନ୍ଦ୍ରର କର୍ମଚାରୀବୃନ୍ଦ ରଂଜିତ ସାହୁ,ପୁଷ୍ପିତା ମହନ୍ତ, ରବୀନ୍ଦ୍ର ମିଶ୍ର,ସୁରେଶ ନାୟକ ରକ୍ତ ସଂଗ୍ରହ କରିଥିଲେ। ପ୍ରତ୍ୟେକ ରକ୍ତଦାତାଙ୍କୁ ଗୋଟିଏ ଗୋଟିଏ ଫୁଲଗଛ ଉପହାର ଦିଆଯାଇ ପରିବେଶ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇ ଥିଲା।ଏଠାରେ ଉଲ୍ଲେଖଯୋଗ୍ଯ ଯେ,୨୦୨୪ ରେ ଲିଭ ଫର ଅଦର୍ସ ସମୁଦାୟ ୫ଟି ରକ୍ତଦାନ ଶିବିର ଆୟୋଜନ କରିଛନ୍ତି।
Related Posts
ଲିମ୍ବଫଳର ଅଭାବୀ ବିକ୍ରି ଅଭିଯୋଗ
ଲିମ୍ବଫଳର ଅଭାବୀ ବିକ୍ରି ଅଭିଯୋଗ ନୂଆପଡା 8 6 2024 (ଓମ୍ ପ୍ରକାଶ ଚୌଧୁରୀ)ନୂଆପଡା ଜିଲ୍ଲାର ଗରିବ ଏବଂ ଆଦିବାସୀଙ୍କ ଜୀବନ ଜିବିକାରେ ଲିମ୍ବଫଳ ଅନ୍ୟତମ ।…
ବାହାର ରତ୍ନ ଭଣ୍ଡାରର ଅଳଙ୍କାର ସ୍ଥାନାନ୍ତରିତ
ବାହାର ରତ୍ନ ଭଣ୍ଡାରର ଅଳଙ୍କାର ସ୍ଥାନାନ୍ତରିତ ପୁରୀ: ଆଜି ପୁରୀ ଶ୍ରୀମନ୍ଦିରର ବାହାର ରତ୍ନ ଭଣ୍ଡାର ଖୋଲିବା ପରେ ଅଳଙ୍କାର ସ୍ଥାନାନ୍ତରିତ କରାଯାଇଛି। ଭିତର ଭଣ୍ଡାର ଅଳଙ୍କାର…
ଶୁଭସ୍ତିତା ଙ୍କ ଦଶମ ଶ୍ରେଣୀରେ A1
ଶୁଭସ୍ତିତା ଙ୍କ ଦଶମ ଶ୍ରେଣୀରେ A1 ନୁଆଗଡ(ମନୋଜ କୁମାର ପାଢୀ/ 26/5/ ଅଦୀତା ମାଧ୍ୟମିକ ଶିକ୍ଷା ପରିଷଦ , ଓଡିଶା ତରଫରୁ ଦଶମ ଶ୍ରେଣୀ ପରୀକ୍ଷା ଫଳ…