ଟିକାବାଲି କଲେଜ ଠାରେ ଉଦ୍ଭିଦ ବିଜ୍ଞାନ ବିଭାଗର ପାଠଚକ୍ର
କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ଏ, ଏମ,ସି, ଏସ ମହାବିଦ୍ୟାଳୟରେ ଉଦ୍ଭିଦ ବିଜ୍ଞାନ ବିଭାଗ ତରଫରୁ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ବ ରେ ପାଠଚକ୍ର ଅନୁଷ୍ଠିତ ହୋଇଥିଲା l ଏହାର ଶୀର୍ଷକ ଥିଲା ଧୁଆଁ ପତ୍ର ଓ ଗଞ୍ଜେଇ ଗଛର ବ୍ୟବହାର ସ୍ବାସ୍ଥ୍ୟ ଓ ବିଶ୍ୱ ପରିବେଶ ପାଇଁ କେତେ କ୍ଷତିକାରକ । ବିଭାଗୀୟ ମୁଖ୍ୟ ଶ୍ରୀ ସନ୍ତୋଷ କୁମାର ରଥ ବିଷୟ ବସ୍ତୁର ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ l ଅଧ୍ୟାପିକା ଶ୍ରଦ୍ଧାଞ୍ଜଳି ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ ।ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ବିଷ୍ଣୁ ପ୍ରସାଦ ରଥ ,ଅଧ୍ୟାପକ ବନମାଳି ବେହେରା, ଅଧ୍ୟାପକ ନରେନ୍ଦ୍ର ଦିଗାଲ ,ଅଧ୍ୟାପକ ବିରୂପାକ୍ଷ ତ୍ରିପାଠୀ , ଯୋଗଦେଇ ବକ୍ତବ୍ୟ ରଖିଥିଲେ । ପ୍ରାକ୍ତନ ପ୍ରାଧ୍ୟାପକ ଡ,ଅଶୋକ କୁମାର ଷଡଙ୍ଗୀ ଆଲୋଚକ ଭାବରେ ଯୋଗଦେଇ ଆଲୋଚ୍ୟ ବିଷୟ କୁ ନେଇ ପୁଙ୍ଖା ନୁ ପୁଙ୍ଖ ଭାବରେ ଆଲୋଚନା କରିଥିଲେ । ସ୍ନାତକୋତ୍ତର ଛାତ୍ରୀ ଜ୍ୟୋତିର୍ମୟୀ ମିଶ୍ର ସନ୍ଦର୍ଭ ପାଠ କରିଥିଲେ । ସ୍ନାତକୋତ୍ତର ଛାତ୍ରୀ ଆଦ୍ୟାସା ପଟ୍ଟନାୟକ ଗଣେଶ ବନ୍ଦନା ର ନୃତ୍ୟ କରି କାର୍ଯ୍ୟକ୍ରମକୁ ଆଗକୁ ନେଇଥିଲେ । କାର୍ଯ୍ୟକ୍ରମକୁ ଛାତ୍ର ଆଦିତ୍ୟ ନାରାୟଣ ପଟ୍ଟନାୟକ,ଅର୍ମନ୍ ବେହେରା ପରିଚାଳନା କରିଥିଲେ ।ଛାତ୍ର ଛାତ୍ରୀ ଙ୍କୁ ଚଳ ଚିତ୍ର ମାଧ୍ୟମରେ ବୃକ୍ଷର ଉପକାରିତା ବିଷୟରେ ସଚେତନତା କରାଯାଇ ଥିଲା ।ନୂତନ ଭାବେ ଯୋଗଦେଇଥିବା ଅଧ୍ୟାପକ ଆକାଶ ଶତପଥୀ ଓ ଅଧ୍ୟାପିକା ଶୁଭଶ୍ରୀ ,ସ୍ନାତକୋତ୍ତର ଛାତ୍ର ଛାତ୍ରୀ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶେଷରେ ସାଂସ୍କୃତିକ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଥିଲା ।