ପାଇକପୋଡ଼ା ପାତାଳେଶ୍ୱର ଶିବ ମନ୍ଦିର ଓ ଦକ୍ଷିଣ କାଳୀ ମନ୍ଦିର ରୁ ଚୋରି

ପାଇକପୋଡ଼ା ପାତାଳେଶ୍ୱର ଶିବ ମନ୍ଦିର ଓ ଦକ୍ଷିଣ କାଳୀ ମନ୍ଦିର ରୁ ଚୋରି ରାୟଗଡା : ରାୟଗଡା ଜ଼ିଲ୍ଲା କୋଳନରା ବ୍ଲକ ର କେଲିଗୁଡା ପଂଚାୟତ ଅଧୀନରେ ଥିବା ପ୍ରତକ୍ଷ ତଥା ପ୍ରସିଦ୍ଧ ପାତାଳେଶ୍ୱର ଶିବ ମନ୍ଦିର ଓ କାଳୀ ମନ୍ଦିର ରୁ ଗତ ଶନିବାର ରାତ୍ରି ର ବିଳମ୍ବିତ ସମୟରେ ଚୋରି ହୋଇଥିବା ସୂଚନା ଜଣାପଡିଛି l ପ୍ରତିଦିନ ଯେପରି ଭାବେ ମନ୍ଦିର ପୂଜକ ଆସି ପୂଜା କରିବା ନିମନ୍ତେ ଯିବା ସମୟରେ ଦେଖିବାକୁ ପାଇଥିଲେ ଯେ ରୋଷେଇ ଘର ର ତାଲା ଭଙ୍ଗା ଯାଇଥିବା ତାଙ୍କରି ନଜର କୁ ଆସିଥିଲା l ଏହା ପରେ ପୂଜକ ଦେଖିବାକୁ ପାଇଥିଲେ ଯେ ଶିବ ମନ୍ଦିର ଟ ଏକ ଆଲମିରା ଭଂଗାଯାଇଛି କିନ୍ତୁ କୌଣସି ଜିନିଷ ଚୋରି ହୋଇନଥିବା ବେଳେ ଭକ୍ତ ଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ନୂଆ ଫେନ ଓ ହୁଣ୍ଡୀ ଭାଙ୍ଗି ହୁଣ୍ଡିରୁ ଟଙ୍କା ପତ୍ର ଚୋରି କରିଥିବା ଜଣାପଡିଛି l. ଠିକ ସେହିପରି ମା ଦକ୍ଷିଣ କାଳୀ ଙ୍କ ମନ୍ଦିର ରୁ ମଧ୍ୟ୍ୟ ଛବି ଭାଙ୍ଗି ମା ଙ୍କ ରୁପାର ଦୁଇଟି କାନର ଆଖିର, ଜିଭ,ନାକ ଚୋରିକରିଥିବା ର ଦେଖିବାକୁ ପାଇଥିଲେ l ସଂଗେ ସଂଗେ ପୂଜକ ମନ୍ଦିର ପରିଚାଳନା କମିଟି କୁ ଚୋରି ବିଷୟରେ ଅବଗତ କରାଇଥିଲେ l ମନ୍ଦିର ପରିଚାଳନା କମିଟି ପୋଲିସ କୁ ଖବର ଦେବା ପରେ ଚାନ୍ଦିଲି ଥାନା ଅଧିକାରୀ ପ୍ରଶ୍ନ କୁମାର ବେହେରା, ଥେରୁବାଲି ଫାଣ୍ଡି ଅଧିକାରୀ ହରେକୃଷ୍ଣ ମୁଣ୍ଡାରୀ, ଥେରୁବାଲି ରାଜସ୍ୱ ନିରୀକ୍ଷକ ଅନିଲ. କୁମାର ଓ କୋଳନରା ଅତିରିକ୍ତ ତହସିଲଦାର ପ୍ରମୁଖ ଘଟଣା ସ୍ଥଳ ରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ l. ଥେରୁବାଲି ଆର ଆଇ ଙ୍କ ଏତଲା କ୍ରମେ ପୋଲିସ ଏକ ମାମଲା ରଜୁ କରି ଘଟଣା ର ତଦନ୍ତ ଜାରିରଖିଛି l.ପୋଲିସ କୁକୁର ସହିତ ସାଇଣ୍ଟିଫିକ ଟିମ ଆସି ଘଟଣା ଟ ତଦନ୍ତ ଜାରି ରଖିଛନ୍ତି ବୋଲି ଥେରୁବାଲି ଫାଣ୍ଡି ଅଧିକାରୀ ହରେକୃଷ୍ଣ ମୁଣ୍ଡାରୀ କାହିଛନ୍ତି l ପୋଲିସ ମନ୍ଦିରରେ ଛବି ପକାଇଥିବାରୁ ମନ୍ଦିରର ନୀତିକାନ୍ତି ବନ୍ଦ ରହିଥିବା ର ଜଣାପଡିଛି l ଏଠିପୁର୍ବ ରି ମଧ୍ୟ୍ୟ ମନ୍ଦିର ରୁ ବହୁ ବର ଚୋରି ହୋଇଥିବା ସ୍ଥାନୀୟ ବସି କହିଛନ୍ତି l ପୁଣି ସ୍ଥାନୀୟ ବସି କହିଛନ୍ତି ଯେ ମନ୍ଦିର କୁ କାର୍ତ୍ତିକ ମାସ ଓ ଶିବରାତ୍ରି ସମୟରେ ଲକ୍ଷ ଲକ୍ଷ ଟଙ୍କା ଆଦାୟ ହେଉଛି କିନ୍ତୁ ଏହାର ସଦୁପଯୋଗ ହୋଇପାରୁନାହିଁ ଏହି ଟଙ୍କା ରେ ଏକ ସି ସି ଟିଭି ଲଗାଇପାରିଯାଇଥାନ୍ତା କିନ୍ତୁ ମନ୍ଦିର ପରିଚାଳନା କମିଟି କି ଦେବୋତର ବିଭାଗ କିଛି କରୁନାହିଁ l ସରକାର ଙ୍କ ପକ୍ଷରୁ ମନ୍ଦିର ଓ ମନ୍ଦିର ପାଖରେ ଥିବା ପୋଖରୀ ର ଉନତି କରଣ ପାଇଁ ଗତ ବିଜେଡି ସରକାର ଙ୍କ ଅମଳରେ ଲକ୍ଷ ଲକ୍ଷ ଟଙ୍କା ର ଅନୁଦାନ ଆସିଥିଲା କିନ୍ତୁ ବିଜେଡିର ସ୍ଥାନୀୟ କିଛି ନେତା ଏହି ଉନୟନ କାମ ର ଠିକା ନେଇ ସମସ୍ତ ଟଙ୍କା ହରଣ ଚାଲ କରିଥିବା ସ୍ଥାନୀୟ ବସି ଆଲୋଚନା କରୁଥିବା ର ଦେଖିବାକୁ ମିଳୁଛି l ଏହି ଉନୟନ ପାଇଁ ଆସିଥିବା ଟଙ୍କା କିମ୍ବା ଯାନିଯାତ୍ରା ସମୟରେ ଭକ୍ତ ଙ୍କ ଠାରୁ ମିଳିଥିବା ଟଙ୍କା ରେ ଏକ ସି ସି ଟିଭି ଲଗାଯାଇପାରିଥାନ୍ତା କିନ୍ତୁ ତାହା ହେଉନାହିଁ ଯୋଦ୍ୱାରା ଚୋର ମାନେ ଆସି ଅନାୟାସ ରେ ଚୋରି କରୁଛନ୍ତି ବୋଲି ସ୍ଥାନୀୟ ବସି ଅଭିଯୋଗ କରିଛନ୍ତି l. ଏହି ମନ୍ଦର ନିକଟରେ ଯାନବାସତୀ ନଥିବାରୁ ଚୋରି ହେଉଛି ହେଉଛି ତେଣୁ ମନ୍ଦିର ପରିସରରେ ସି ସି ଟିଭି ଖଞ୍ଜିବା ନିମନ୍ତେ ଦାବିହେଉଛି lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *