କ୍ଷତିଗ୍ରସ୍ତ ଚାଷୀଙ୍କ ନିକଟରେ ବିରୋଧୀ ଦଳ ନେତା ନବୀନ ପଟନାୟକ।ଅଦିନିଆ ବର୍ଷା ର ଦାଉରେ ଗଞ୍ଜାମ ଜିଲ୍ଲାର ବହୁ ଚାଷୀ କ୍ଷୟକ୍ଷତି ଆକଳନ କହିଲେ ସରେନି। ଅନ୍ୟପକ୍ଷରେ ଏହି କ୍ଷୟକ୍ଷତି ସମ୍ଭାଳି ନପାରି ଛତ୍ରପୁର ବ୍ଳକର ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଖବର ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ବିଜେଡ଼ି ଦଳ କ୍ଷୟକ୍ଷତି ଅଞ୍ଚଳରେ ଅନୁଧ୍ୟାନ କଲାପରେ ନବୀନ ପଟନାୟକଙ୍କ ନିକଟରେ ରିପୋର୍ଟ ଉପସ୍ଥାପନ କରିଥିଲେ। ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ ଆଜି ରାଜ୍ୟ ବିରୋଧୀ ଦଳ ନେତା ନବୀନ ପଟନାୟକ ହିଞ୍ଜିଳି, ଆସ୍କା, ଖଲ୍ଲିକୋଟ ଓ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର କ୍ଷୟକ୍ଷତି ଅଞ୍ଚଳରେ ଚାଷୀମାନଙ୍କ ନିକଟରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ ଓ ଚାଷୀମାନଙ୍କ ସହିତ ଆଲୋଚନା କରିବା ପରେ ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ ସହ ଆଲୋଚନା କରି ତୁରନ୍ତ ଚାଷୀମାନଙ୍କ ର କ୍ଷୟକ୍ଷତିର ଆକଳନ କରି ଚାଷୀମାନଙ୍କର ସମସ୍ୟା ତୁରନ୍ତ ସମାଧାନ କରିବା ପାଇଁ କହିଥିଲେ। ଆଜି ନବୀନ ବାବୁଙ୍କ ଗସ୍ତ ସମୟରେ ସମସ୍ତ ଅଞ୍ଚଳରେ ଜନସମୁଦ୍ର ସୃଷ୍ଟି ହୋଇଯାଇଥିଲା।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!
Related Posts
ମାନ୍ୟବର ମନ୍ତ୍ରl, ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ବିକାଶ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶାଶକ୍ତି କରଣ ବିଭାଗ,ବିଭିନ୍ନ ଉନୟନ ମୂଳକ କାମ ର ସମୀକ୍ଷା କରିଲେ
ମାନ୍ୟବର ମନ୍ତ୍ରl, ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ବିକାଶ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶାଶକ୍ତି କରଣ ବିଭାଗ,ବିଭିନ୍ନ ଉନୟନ ମୂଳକ କାମ…
ଶିଆଳିଲଟି ପଞ୍ଚାୟତରେ ଜିଲ୍ଲାପାଳ ଙ୍କ ସଂଯୁକ୍ତ ଜନଅଭିଯୋଗ ଶୁଣାଣି
ଶିଆଳିଲଟି ପଞ୍ଚାୟତରେ ଜିଲ୍ଲାପାଳ ଙ୍କ ସଂଯୁକ୍ତ ଜନଅଭିଯୋଗ ଶୁଣାଣି ଆର,ଉଉଦୟଗିରି-(ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକର ଶିଆଳିଲଟି ପଞ୍ଚାୟତ କାର୍ଯ୍ୟାଳୟ ରାଜୀବଗାନ୍ଧି ସେବାକେନ୍ଦ୍ରରେ ଠାରେ…
ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ -୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ । ନିଜକୁ ଓ ସମାଜ ପାଇଁ ସୁସ୍ଥ ରଖିବାକୁ ନିୟମିତ ଯୋଗାସନ କରିବାକୁ ଆହ୍ବାନ ।
ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ -୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ । ନିଜକୁ ଓ ସମାଜ ପାଇଁ ସୁସ୍ଥ ରଖିବାକୁ ନିୟମିତ ଯୋଗାସନ କରିବାକୁ ଆହ୍ବାନ । ଗଜପତି…