ବରଗଡ଼: ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଶୁକ୍ରବାର ଠାରୁ ଆରମ୍ଭ ହୋଇଯାଇଛି। ଧନୁଯାତ୍ରା ମହୋତ୍ସବ ସମିତି ପକ୍ଷରୁ ଆୟୋଜିତ ଏହି ମହୋତ୍ସବ ହାଟପଦାସ୍ଥିତ ରାଜଦରବାରରେ ଉଦ୍ଘାଟନ ହୋଇଛି। ଏଥି ସହିତ ୧୧ ଦିନ ଚାଲିବାକୁ ଥିବା ଧନୁଯାତ୍ରାରେ ମହାରାଜ କଂସଙ୍କ ରାଜୁତି ଆରମ୍ଭ ହୋଇଯାଇଛି। ଦ୍ବାପରଯୁଗରେ ଭଗବାନ କୃଷ୍ଣ କରିଥିବା ଲୀଳାଖେଳାକୁ ଆଧାର କରି ପୌରାଣିକ କଥାବସ୍ତୁ ଉପରେ ବରଗଡ଼କୁ ମଥୁରାନଗରୀ ଭାବେ ଉପସ୍ଥାପନା କରାଯାଇଛି। ସେହିପରି ଅମ୍ବାପାଲି ଗୋପପୁରରେ ପରିଣତ ହୋଇଛି। ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ କଂସଙ୍କ ଅଟ୍ଟହାସ୍ୟ ଓ ଆଦେଶରେ ଥରହର ମଥୁରାନଗରୀ ହେବ। ଧନୁଯାତ୍ରା ପାଇଁ ଲୋକଙ୍କ ମନରେ ଉତ୍ସାହ ଦେଖାଯାଇଛି।
Related Posts
ଜାତୀୟ ସ୍ତରରେ ସର୍ବଶ୍ରେଷ୍ଠ ଥାନା ଭାବେ ପାଟପୁର ଥାନା ପୁରସ୍କୃତ।
ଜାତୀୟ ସ୍ତରରେ ସର୍ବଶ୍ରେଷ୍ଠ ଥାନା ଭାବେ ପାଟପୁର ଥାନା ପୁରସ୍କୃତ। ଗତ ୩ ବର୍ଷ ମଧ୍ୟରେ ଗଞ୍ଜାମ ଜିଲ୍ଲାର ପାଟପୁର ଥାନା ଅଞ୍ଚଳରେ ଆଇନ୍ ଶୃଙ୍ଖଳା ବ୍ୟବସ୍ଥା…
ମୋହନା ବ୍ଲକ ପାଣ ଖ୍ରୀଷ୍ଟିଆନ ଯୁବ ସମାଜ ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ
ମୋହନା ବ୍ଲକ ପାଣ ଖ୍ରୀଷ୍ଟିଆନ ଯୁବ ସମାଜ ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ ଆର, ଉଦୟଗିରି(ମନୋଜ କୁମାର ପାଢୀ/ ୨୨/୧୦/୨୦୨୪ ଗଜପତି ଜିଲ୍ଲା ମୋହନା ବ୍ଲକ…
ସ୍ୱତନ୍ତ୍ର ରାୟଗଡା ଜ଼ିଲ୍ଲା ଗଠନ ର 32 ବର୍ଷରେ ପଦାର୍ପଣ କରିଲା କିନ୍ତୁ କମିଛି ଅଭିବୃଦ୍ଧି ବଢୁଛି ବିଭିନ୍ନ ସମସ୍ୟା.
ସ୍ୱତନ୍ତ୍ର ରାୟଗଡା ଜ଼ିଲ୍ଲା ଗଠନ ର 32 ବର୍ଷରେ ପଦାର୍ପଣ କରିଲା କିନ୍ତୁ କମିଛି ଅଭିବୃଦ୍ଧି ବଢୁଛି ବିଭିନ୍ନ ସମସ୍ୟାରାୟଗଡା : ( ରାୟଗଡା ରୁ ଅମୁଲ୍ୟ…