ଟିକାବାଲି ବ୍ଳକ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ….
କନ୍ଧମାଳ : – (ରିପୋର୍ଟ କୁନା ଦିଗାଲ )ଟିକାବାଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି ୧୧ ଗୋଟି ଗ୍ରାମପଞ୍ଚାୟତ ର ଭିନ୍ନକ୍ଷମ, ବୃଦ୍ଧବୃଦ୍ଧା ଉଭୟ ପୁରୁଷ ଓ ମହିଳା ଏବଂ ବାଳକ ଓ ବାଳିକା ମାନେ ଯୋଗ ଦେଇଥିବାର ଦେଖିବା କୁ ମିଳିଛି l ଟିକାବାଲି ବ୍ଲକ ପ୍ରଶାସନ ଦ୍ୱାରା ଆୟୋଜନ ଏହି କାର୍ଯ୍ୟକ୍ରମରେ, ଚକ୍ଷୁ ରୋଗ ବିଶେଷଜ୍ଞ ଡ଼ଃ ଅରବିନ୍ଦ ଦାସ, ଅସ୍ତ୍ରପ୍ରଚାର ବିଶେଷଜ୍ଞ ଡ଼ଃ ନିମାଇଁ ଚରଣ ବିଶି, ଭେଷଜ ବିଶେଷଜ୍ଞ ଡ଼ଃ ଉତ୍କଳ କେଶରୀ ବେହେରା, କର୍ଣ୍ଣ ରୋଗ ବିଶେଷଜ୍ଞ ଡ଼ଃ ସତ୍ୟବ୍ରତ ସାହୁ, ଶିଶୁରୋଗ ବିଶେଷଜ୍ଞ ଡ଼ଃ ଦୀପଦିଲ ସାହୁ, ଟିକାବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀଯୁକ୍ତ ଜ୍ୟୋତିରଞ୍ଜନ ଜେନା,ସମେତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପି. ପଦ୍ମା, ଉପଖଣ୍ଡ ସାମାଜିକ ସୁରକ୍ଷା ବାଲିଗୁଡା ଶ୍ରୀମତୀ ମାମିତା କୁମାରୀ ପ୍ରଧାନ,ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଟିକାବାଲି ଶ୍ରୀଯୁକ୍ତ ସୁନୀଲ କୁମାର ମଲ୍ଲିକ, ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ଦିଲୀପ କଂହର, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଫୁଲବାଣୀ ପ୍ରମୋଦ ବଡ଼ସେଟ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଟିକାବାଲି,ଅଲିଶା ବିଶୋଇ, ସରପଞ୍ଚ ଗାର୍ଡିଙ୍ଗିଆ ଶ୍ରୀ ଜିତେନ୍ଦ୍ର ମଲ୍ଲିକ, ଟିକାବାଲି ସରପଞ୍ଚ ଶ୍ରୀ କୁନ୍ଦୁରୁ ମଲ୍ଲିକ, ପିକରଡ଼ି ସରପଞ୍ଚ ଶ୍ରୀମତୀ ରୁବି ପ୍ରଧାନ, ପାଡାଙ୍ଗି ସରପଞ୍ଚ ଶ୍ରୀମତୀ ଶୁଭଲକ୍ଷ୍ମୀ ପ୍ରଧାନ, କଇଁଝର ସରପଞ୍ଚ ଶ୍ରୀମତୀ ରୁନିତା କହଁର,କଟିମାହା ସରପଞ୍ଚ ଶ୍ରୀ କର୍ଣ୍ଣେଲ କହଁର,ଏବଂ ବ୍ଲକର ସମସ୍ତ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ରାଜସ୍ବ ନିରୀକ୍ଷକ ଅଧିକାରୀ,କନିଷ୍ଠ ସହାୟକ ସମୀର କୁମାର ଚୌଧୁରୀ,କମ୍ପୁଟର ସହାୟକ ରିଙ୍କୁ ବୁର୍ଗୀ,ଏବଂବ୍ଲକ ର ବିଭିନ୍ନ ଵିଭାଗୀୟ ଅଧିକାରୀ ଙ୍କ ମିଳିତ ଉପସ୍ଥିତି ରେ ମୋଟ ୩୯୦ ଜଣ ହିତାଧିକାରୀ ପଞ୍ଜିକରଣ ହୋଇଥିଲେ l ସେଥିମଧ୍ୟରୁ ୨୩୬ ଜଣ ଯୋଗ୍ୟବିବେଚିତରେ ପରିଗଣିତ ହୋଇଥିବା ଜଣା ପଡିଛି l ଯୋଗ୍ୟ ବ୍ୟକ୍ତିଙ୍କମଧ୍ୟରେ ଦୁଇଚକିଆ ସାଇକେଲ ୨୩ ଟି l ତିନିଚକିଆ ସାଇକେଲ ୪ ଟି l ଆଶା ବାଡ଼ି ୨ ହଳ l ବଙ୍କୁଳି ବାଡ଼ି ୩ ଟି l ଏବଂ ଅନ୍ଧ ବାଡ଼ି ୩ ଟି ବିତରଣ କରାଯାଇଥିବା ଦେଖିବାକୁ ମିଳିଛି l