ଅନ୍ତ ହେବାକୁ ଯାଉଛି ରାୟଗଡା ଜ଼ିଲ୍ଲା ବାସୀଙ୍କ ସ୍ବପ୍ନ ରେଳଡ଼ିଭିଜନ ର ଭିତ୍ତିପ୍ରସ୍ତର ସ୍ଥାପନ ହେବାକୁ ଯାଉଛି
ରାୟଗଡା : ରାୟଗଡା ଜ଼ିଲ୍ଲା ବା ସି ରେଳଡ଼ିଭିଜନ ନେଇ ଯେଉଁ ସ୍ବପ୍ନ ଦୀର୍ଘ 6 ବର୍ଷରୁ ଉର୍ଦ୍ଧ ହେବ ଦେଖିରହିଥିଲେ ତାହା ପୂରଣ ହେଵାକୁଯାଉଛି l ରାୟଗଡା ରେଳ ଡିଭିଜନ କୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଭାସୀ ମାଧ୍ୟମରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ l ଏଥିପାଇଁ ପାଇଁ ରାୟଗଡା ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ଓଡିଶା ର ନବ ନିଯୁକ୍ତ ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରେଳ ରାଷ୍ଟ୍ର ଓ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ରଭନିତ ସିଂ ବିଟୁ, କିରାପୁଟ ସାଂସଦ ସପ୍ତଗିରି ଉଲାକା, ରାୟଗଡା ବିଧାୟକ ଆପଲସ୍ୱାମୀ କାଡ୍ରକା, ପୂର୍ବତଟ ରେଳ ପଥ ର ମହାପ୍ରବନ୍ଧକ ଫୁଙ୍କ ୱାଲ ଯୋଗଦେବାର କାର୍ଯ୍ୟକ୍ରମ ରହିଛି l ଏହି ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ନିମନ୍ତେ ରେଳ ପ୍ରସାଶନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆଗେଇ ଚାଲିଛି l ଗତ ମଙ୍ଗଳ ବାର ଦିନ ବିଶାକପାଟନମ ରେଲ ଡିବିଜନ ଡି ଆର ଏମ ମନୋଜ କୁମାର ସାହୁ ରାୟଗଡା ଗସ୍ତ କରି ବିଭିନ୍ନ ଉନୟନ ମୂଳକ କାର୍ଯ୍ୟକ୍ରମ ର ତଦାରଖ କରିଥିଲେ l ସୂଚନା ଯୋଗ୍ୟଯେ 107 କୋଟି ଟଙ୍କା ବେୟ ରେ ପ୍ରଥମ ପର୍ଯ୍ୟାୟ ରେ ଖର୍ଚ୍ଚ ଆକଳନ ର ଟେଣ୍ଡର ଆବାହନ ହୋଇଛି l ରାୟଗଡା ରେଲ ଡିଭିଜନ ପ୍ରତିଷ୍ଠା ନିମନ୍ତେ 2019 ରେଳ ବିଜେଟ ରେ ତତ୍କାଳୀନ ରେଲ ମନ୍ତ୍ରୀ ପିୟୁଷ ଗୋୟଲ ଘୋଷଣା କରିଥିଲେ l କିନ୍ତ ଦୀର୍ଘ 6 ବର୍ଷ ହେବ କିଛି ଅଗ୍ରଗତି ହୋଇପାରିନଥିଲା l କିନ୍ତୁ ବର୍ତମାନ ଏହାର ଭିତ୍ତିପ୍ରସ୍ତର ସ୍ଥାପନ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଭାସୀ ମାଧ୍ୟମରେ କରିବେ ସେଥିପାଇଁ ରାୟଗଡା ବାସି ବହୁତ ଖୁସି ଏହା ଡବଲ ଇଂଜିନ ସରକାର ଙ୍କ ରାୟଗଡା ଜ଼ିଲ୍ଲା ପାଇଁ ନୂତନ ବର୍ଷ ର ଉପହାର ବୋଲି ଅଂଚଳ ବାସି ଆଲୋଚନା କରିବାର ଶୁଣିବାକୁ ମିଳୁଛି l ଏହି ରେଲ ଡିଭିଜନ ଦ୍ୱାରା ରାୟଗଡା, ଅଭିଭକ୍ତ କୋରାପୁଟ ଓ କଳାହାଣ୍ଡି ଜ଼ିଲ୍ଲା ର ରେଳକ୍ଷେତ୍ର ରେ ବେଶ ସହାୟକ ହେବ lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ