ପୁର୍ବତନ ସରପଞ୍ଚ ହତ୍ୟା ମାମଲାରେ ଅଭିଯୁକ୍ତ ସମସ୍ତେ ଖଲାସ।
ଗଞ୍ଜାମ:ଗତ ୨୦୨୨ ମସିହାରେ ବ୍ରହ୍ମପୁର ସଦର ଥାନା ଅର୍ନ୍ତଗତ ରେଗିଡି ଛକରେ ହୋଇଥିବା ଏକ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ସମସ୍ତଙ୍କୁ ମାନ୍ୟବର ଜିଲ୍ଲା ଅତିରିକ୍ତ ଦୌରାଜଜ୍ ଶ୍ରୀମତୀ ଇନ୍ଦୁ ଶର୍ମା ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।ଘଟଣା ରୁ ପ୍ରକାଶ ଯେ ପୁରୁଷୋତ୍ତମ ପୁର ବ୍ଳକ ଅନ୍ତର୍ଗତ ରାମସା ନାରାୟଣ ପୁର ଗ୍ରାମ ପଞ୍ଚାୟତର ପୁର୍ଣ୍ଣ ଚନ୍ଦ୍ର ନାହାକ ଅଦାଲତ ରେ ସାକ୍ଷ୍ୟ କାର୍ଯ୍ୟକ୍ରମ ରେ ବ୍ରହ୍ମପୁର ଆସୁଥିବା ବେଳେ ରେଗିଡି ଛକ ବିଚ୍ ରାସ୍ତାରେ କିଛି ଲୋକ ମାରଣାନ୍ତକ ଆକ୍ରମଣ କରି ତାକୁ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ। ବ୍ରହ୍ମପୁର ସଦର ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ଘର ଲୋକଙ୍କୁ ଖବର ଦେଇ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ନିହତ ପୁର୍ଣ୍ଣ ର ପତ୍ନୀ ଠାରୁ ଅଭିଯୋଗ ଗ୍ରହଣ କରି ତତ୍କାଳୀନ ଏସ୍ ଡି ପି ଓ ଶିବଶଙ୍କର ମହାପାତ୍ରଙ୍କ ଦ୍ଵାରା ତଦନ୍ତ ସ୍ବରୂପ ମାମଲା ରୁଜୁ ହୋଇଥିଲା। ଏହି ହତ୍ୟାକାଣ୍ଡ ଘଟଣା କୁ ମାନ୍ୟବର ଜିଲ୍ଲା ଅତିରିକ୍ତ ଦୌରାଜଜ୍ ଅଦାଲତ ରେ ବିଚାରଣା ମୋଟ ୨୫ ଜଣଙ୍କ ସାକ୍ଷ ଗ୍ରହଣ କରି ପ୍ରମାଣ ଅଭାବରୁ ମାମଲାରେ ଅଭିଯୁକ୍ତ ରାମ ବେହେରା, ଅନନ୍ତ ବେହେରା, ସାଗର ବେହେରା, କୃଷ୍ଣ ବେହେରା, ଅର୍ଜୁନ ବେହେରା, ସନ୍ତୋଷ ପାଢ଼ୀ,ରୁଦ୍ର ପାଢ଼ୀ ଓ ଶମ୍ଭୁ ସେଠୀ ପ୍ରମୁଖ ୮ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ ଆଦେଶ !ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!