ରାୟଗଡା ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ୮୦ତମ ସଂଘ ପ୍ରତିଷ୍ଠା ଦିବସ ପାଳିତ

ରାୟଗଡା ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ୮୦ତମ ସଂଘ ପ୍ରତିଷ୍ଠା ଦିବସ ପାଳିତ

ରାୟଗଡ଼ : ରାୟଗଡା ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ମଙ୍ଗଳବାର ଦିନ ୮୦ତମ ସଂଘ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ବିଦ୍ୟୁତ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସକାଳ ନଅ ଘଟିକା ସମୟରେ ସଂଘୀୟ ପତାକା ଉତ୍ତୋଳନ କରାଯାଇଥିଲା। ଜିଲ୍ଲାର ଉପ ସଭାନେତ୍ରୀ ବି ସୁଜାତା ପତାକା ଉତ୍ତୋଳନ କରିଥିଲେ। ରାଜ୍ଯ ଆଞ୍ଚଳିକ ସଂପାଦକ ଦିପକ କୁମାର ରାଉତ ମୁଖ୍ଯ ଅତିଥି ରୂପେ ଯୋଗଦେଇ ଏହା ଡ: ହରେକୃଷ୍ଣ ମହତାବଙ୍କ ଦ୍ବାରା ସ୍ଥାପିତ ରାଜ୍ୟ ସରକାରଙ୍କ ଦ୍ବାରା ସ୍ବୀକୃତିପ୍ରାପ୍ତ ସର୍ବ ପୁରାତନ ଶିକ୍ଷକ ସଂଘ, ଏହା ସର୍ବଦା ସବୁ ବର୍ଗର ଶିକ୍ଷକଙ୍କ ସ୍ବାର୍ଥ ନିମିତ୍ତ ଦାବି ଉପସ୍ଥାପନ କରିଥାଏ ବୋଲି ପ୍ରକାଶ କରିଥିଲେ । ସାଧାରଣ ସମ୍ପାଦକ ନୀଳାଞ୍ଚଳ ମିଶ୍ର ସଂଘର ବାର୍ଷିକ ବିବରଣୀ ଉପସ୍ଥାପନ କରିବା ସହ ଶିକ୍ଷକସଂଘକୁ ସୁଦୃଢ କରିବାନିମନ୍ତେ ଆହ୍ବାନ ଦେଇଥିଲେ । ଅନ୍ୟତମ ସଂଘ କର୍ମକର୍ତ୍ତା ଯଥା ଜିଲ୍ଲା କାର୍ଯ୍ୟକାରୀ ସଂପାଦକ ମହେନ୍ଦ୍ର ବାଗ, ଜିଲ୍ଲା ସଂଯୋଜକ ସାନନ୍ଦ ବେନିଆ, ରାୟଗଡ଼ ବ୍ଲକ ସଭାପତି ସଦାନନ୍ଦ ନାୟକ, ପ୍ରଦୀପ କୁମାର ତ୍ରିପାଠୀ, ପୁରନ୍ଦର ପାଣି, ବନୋଜ ମହାପାତ୍ର, ରମେଶ ଚନ୍ଦ୍ର ସାହୁ, ଉତ୍ତମ କୁମାର ଜେନା, ଶଙ୍କର ନାରାୟଣ ବେହେରା ସମେତ ଅନେକ ସଂଘପ୍ରେମୀ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ଓଡିଶାରେ ନୂତନ ଶିକ୍ଷାନୀତି ପ୍ରଣୟନ ପରିପେକ୍ଷୀରେ ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତନର ବିକାଶ ଓ ଗୁଣାତ୍ମକ ଶିକ୍ଷା ହାସଲ ନିମନ୍ତେ ଶିକ୍ଷକଙ୍କ ନିୟମିତ ପଦୋନ୍ନତି, ଶିକ୍ଷକ ପଦବୀ ପୂରଣ, ଠିକା ଶିକ୍ଷକ ନିଯୁକ୍ତିର ଉଛେଦ, ପୁରୁଣା ପେନସନ ଲାଗୁ କରିବା, ଶିକ୍ଷକଙ୍କ ପ୍ରାରମ୍ଭିକ ଦରମାହାରରେ ସଂଶୋଧନ, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ, ସମସ୍ତ ଶିକ୍ଷକଙ୍କୁ ଏକକ ବର୍ଗରେ ଅନ୍ତର୍ଭୁକ୍ତ କରିବା, ବିଦ୍ୟାଳୟ ଗୁଡିକରେ ଆବଶ୍ୟକ ଶ୍ରେଣୀଗୃହ, ସୁରକ୍ଷିତ ଭିତ୍ତିଭୂମିର ବିକାଶ, ନିୟମିତ ବଦଳି ନୀତି ସହ ଶିକ୍ଷକଙ୍କୁ ଶିକ୍ଷାଦାନ ବ୍ୟତୀତ ଅନ୍ୟ କାର୍ଯ୍ୟରେ ନିୟୋଜିତ ନକରିବା ଆଦି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ସରକାରଙ୍କ ଦୃଷ୍ଟି ଆକର୍ଷଣ ନିମନ୍ତେ ରାଜ୍ୟ ସଂଘକୁ ଦାବି ଗୁଡିକ ବିଷୟରେ ଅବଗତ କରାଇବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସାଧାରଣ ସମ୍ପାଦକ ନୀଳାଞ୍ଚଳ ମିଶ୍ର ପ୍ରକାଶ କରିଛନ୍ତି।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *