ତୁରୁଡ଼ି ପ୍ରଧାନଙ୍କୁ ଦଶ ମାସ ହେଲା ବିଧବା ଭତ୍ତାରୁ ବଞ୍ଚିତ କେବେ ମିଳିବ ବୃଦ୍ଧ ମାଙ୍କୁ ଟଙ୍କା…..
କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ ) କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ବଣ୍ଡଗୁଡ଼ା ପଞ୍ଚାୟତ ତଳ କଙ୍ଗେରିକିଆ ଗ୍ରାମର ଅସହାୟ ବିଧବା ମହିଳା ତୁରୁଡ଼ି ପ୍ରଧାନଙ୍କୁ ଦଶ ମାସ ହେଲା ବିଧବା ଭତ୍ତାରୁ ବଞ୍ଚିତ l କ ନୂଆଗାଁ ବ୍ଳକ ଅନ୍ତର୍ଗତ ତଳ କଙ୍ଗେରିକିଆ ଗ୍ରାମର ତୁରୁଡ଼ି ପ୍ରଧାନ କହିବା ଅନୁଯାୟୀ ଦଶ ମାସ ହେଲା ତାଙ୍କୁ ଭତ୍ତା ଟଙ୍କା ଦିଆ ଯାଉନାହିଁ କାହିଁକି? କେଉଁ କାରଣରୁ ଏଭଲି ଅନିୟମିତତା ହେଲା ତାହାର ତଦନ୍ତ କରିବାକୁ ଦାବି କରିଛନ୍ତି,ପୂର୍ବରୁ ସେ ନିୟମିତ ଭାବେ ଭତ୍ତା ଟଙ୍କା ପାଉଥିବା ବେଳେ ବର୍ତ୍ତମାନ କାହିଁକି ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ଦିଆଯାଇଛି l ବଣ୍ଡଗୁଡା ପଞ୍ଚାୟତରେ ନିରୀହ ତଥା ଅଶିକ୍ଷିତ ହିତାଧିକାରୀ ସରକାରୀ ନିୟମ ସମ୍ପର୍କରେ ଜାଣିପାରୁ ନଥିବା ବେଳେ ଦଶ ମାସ ପରେ ହେବ ଭତ୍ତା ବନ୍ଦ ହୋଇଯିବ ଫଳରେ ଅତି ଦୁଃଖ ସହିତ ଦିନ କାଟୁଥିବା ତୁରୁଡ଼ି ପ୍ରଧାନ କହିଛନ୍ତି l ବର୍ତ୍ତମାନ ତାଙ୍କ ବୟସ 55 ଅତିକ୍ରମ କରି ସାରିଲାଣି ପୂର୍ବତନ ସରକାର ଏବଂ ନୂତନ ଭାବେ ଗଠିତ ସରକାର ନିଅମ ଅନୁଯାୟୀ ତାଙ୍କୁ ଭତ୍ତା ପ୍ରଦାନ କରିବା ପାଇଁ ଦାବି କରିଛନ୍ତି l ଏ ସମ୍ପର୍କରେ ବଣ୍ଡଗୁଡ଼ା ପଞ୍ଚାୟତ ପିଇଓ ଯୋଗାଯୋଗ କରିବାରୁ ତୁରୁଡ଼ି ପ୍ରଧାନଙ୍କ ଟଙ୍କା ଆକାଉଣ୍ଟ କୁ ଟଙ୍କା ଯାଉଛି ବୋଲି ପିଇଓ କହିଥିଲେ ବ୍ୟାଙ୍କ୍ କୁ ଯାଇ ଖାତା ପ୍ରିଣ୍ଟ କରିବାରୁ ତାଙ୍କ ଖାତାକୁ ଭତ୍ତା ଟଙ୍କା ନ ଥିବା ଅଭିଯୋଗ ହୋଇଛି l ସରକାର ସେଥି ପ୍ରତି ଠିକ୍ ତଦନ୍ତ କରି ବିଧବା ମହିଳାଙ୍କୁ ଭତ୍ତା ଜଗାଇ ଦେବା ପାଇଁ ଗ୍ରାମବାସୀ ଅଭିଯୋଗ କରିଛନ୍ତି l