ସିସିଡ଼ି ଅନୁଷ୍ଠାନ ତରଫରୁ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ

ସିସିଡ଼ି ଅନୁଷ୍ଠାନ ତରଫରୁ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ…

ଆର,ଉଦୟଗିରି -(ମନୋଜ କୁମାର ପାଢୀ) ଦେଶାଇ ଅନୁଷ୍ଠାନ ସହାୟତା ରେ ସିସିଡି ଅନୁଷ୍ଠାନ ପକ୍ଷରୁ ଗଜପତି ଜିଲ୍ଲା ରାୟଗଡ ବ୍ଲକ ଲାଇଲାଇ ପଞ୍ଚାୟତର କୁରୁଣ୍ଡା ଗ୍ରାମରେ ଏକ ମାଗଣା ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ସ୍ୱାସ୍ଥ୍ୟ ଶିବିରକୁ ପ୍ରଦୀପ ପ୍ରଜ୍ବଳନ କରି ଶୁଭା ଆରମ୍ଭ କରିଥିବା ବେଳେ ଏହି ସ୍ୱାସ୍ଥ୍ୟ ଶିବିରରେ ଆସିଥିବା ଅନେକ ଲୋକେ ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହ ମାଗଣାରେ ଔଷଧ ନେଇଥିଲେ।ଶ୍ରୀକାକୁଲମ ଜିଲ୍ଲାର ଯେମ୍ସ ହସ୍ପିଟାଲର ଏକ ଡ଼ାକ୍ତର ଦଳ ଭେଷଜ, ଚକ୍ଷୁ, ଦାନ୍ତ ବିଭାଗୀୟ ଡ଼ାକ୍ତର ମାନେ ଯୋଗଦେଇ ରୋଗୀଙ୍କ ରୋଗ ଚି଼ହ୍ନଟ କରିବା ସହ ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖେଲେ ଅନେକ ରୋଗରୁ ଦୂରେଇ ରହିହେବ ଓ କିଛିବି ଅସୁବିଧା ହେଲେ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରୀକ୍ଷା କରାଇବା ଓ ସରକାରଙ୍କ ମାଗଣା ଔଷଧ ବ୍ୟବହାର କରିବା ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ବ୍ୟବହାର ନ କରିବା ଏବଂ ଅନ୍ଧ ବିଶ୍ୱାସ ଠାରୁ ଦୁରେଇ ରହିବା ଇତ୍ୟାଦି ପରାମର୍ଶ ଦେଇ ସଚେତନ କରାଇଥିଲେ। ଏହି କାଯ୍ୟକ୍ରମକୁ ଦେଶାଇ ଅନୁଷ୍ଠାନର ଆଞ୍ଚଳିକ ସଂଯୋଯିକା ଇନ୍ଦୁମତି ଦେବୀ ପରିଚାଳନା କରିଥିବା ବେଳେ ଓ ସିସିଡି ର ଅନେକ କର୍ମକର୍ତ୍ତା ସହୋଯୋଗ କରିଥିଲେ।ଏହି ସ୍ୱାସ୍ଥ୍ୟ ଶିବିରରେ ସହେପଚାଶ ରୁ ଅଧିକ ରୋଗୀ ମାଗଣାରେ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ସହିତ ମାଗଣା ଓଷଧ ନେଇ ଉପକୃତ ହେବା ସହ ସିସିଡି ଅନୁଷ୍ଠାନର ନିର୍ଦ୍ଦେଶକ ଓ ଅନୁଷ୍ଠାନକୁ ଅନେକ ଅନେକ ସାଧୁବାଦ ଜଣାଇଛନ୍ତି ଓ ଦେଶାଇ ଅନୁଷ୍ଠାନ ପକ୍ଷରୁ ଏହିପରି କାର୍ଯ୍ୟକ୍ରମ ଆଗକୁ ମଧ୍ୟ ଜାରି ରଖିବା ପାଇଁ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *