ସେଞ୍ଚୁରିଅନ ବିଶ୍ଵ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦ୍ଘାଟିତ।ରାୟଗଡ଼ା : ରାୟଗଡ଼ା ସହର ଉପଖଣ୍ଡ ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟ ପରସରରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାୟଗଡ଼ା ବିଧାୟକ କାଡ୍ରାକା ଆପାଲାସ୍ବାମୀ ଯୋଗେ ଦେଇ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ପ୍ରଦାନ କରିବା ସହ କ୍ରୀଡ଼ା ପ୍ରତଯୋଗିତା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସେହିପରି ସେଞ୍ଚୁରିଅନ ବିଶ୍ଵ ବିଦ୍ୟାଳୟର ଫାର୍ମାସୀ ଅଧ୍ୟକ୍ଷ ଡ଼ଃ ଚନ୍ଦ୍ରଶେଖର ପାତ୍ର, ନର୍ସିଂ ଅଧ୍ୟକ୍ଷ କେ.ଉର୍ମିଲା, କ୍ରୀଡ଼ାଭିତ ଶତ୍ରୁଘ୍ନ ମଲ୍ଲିକ ପ୍ରମୂଖ ମଞ୍ଚାସୀନ ଥିଲେ। ନର୍ସିଂ ଅଧ୍ୟକ୍ଷ କେ.ଉର୍ମିଲା ନିଜ ଅଭଭାଷଣରେ ଦୈନନ୍ଦିନ ଜୀବନରେ କ୍ରୀଡ଼ାର ଗୁରୁତ୍ଵ ସମ୍ପର୍କରେ ଆଲୋକପାତ କରିଥିଲେ। ସେଞ୍ଚୁରିଅନ ବିଶ୍ଵ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ କ୍ରୀଡ଼ାର ସମସ୍ତ ନିୟମକୁ ତଦାରଖ କରିବା ନିମନ୍ତେ କ୍ରୀଡ଼ାଭିତ ଶତ୍ରୁଘ୍ନ ମଲ୍ଲିକଙ୍କୁ ପିଟି ଭାବେ ନିୟୋଜିତ କରାଯାଇଥିଲା।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
Related Posts

ରାୟଗଡା ର ଲୋକ ଉତ୍ସବ ଚଇତି 2024 କୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ଶିବ ପଟ୍ଟନାୟକ ଜ଼ିଲ୍ଲା ବିଜେପି ସଭାପତି
ରାୟଗଡା ର ଲୋକ ଉତ୍ସବ ଚଇତି 2024 କୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ଶିବ ପଟ୍ଟନାୟକ ଜ଼ିଲ୍ଲା ବିଜେପି ସଭାପତି ରାୟଗଡା : ରାୟଗଡା ଜ଼ିଲ୍ଲା ର…

ଫର୍ମ ଫିଲାଫ ଆଳରେ ୭ଛାତ୍ରଙ୍କୁ ନିଜ ଦୋକାନର ରଙ୍ଗ ବୋଳା କାମରେ ନିୟୋଜିତ କଲେ ଖେଳ ଶିକ୍ଷକ
ଫର୍ମ ଫିଲାଫ ଆଳରେ ୭ଛାତ୍ରଙ୍କୁ ନିଜ ଦୋକାନର ରଙ୍ଗ ବୋଳା କାମରେ ନିୟୋଜିତ କଲେ ଖେଳ ଶିକ୍ଷକ ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଗ୍ରାମାଞ୍ଚଳର ଆଦିବାସୀ ଛାତ୍ରଛାତ୍ରୀ ସରକାରୀ…

ମହାଦେବ ଭୋଇ ସ୍ମୃତି ସମ୍ମାନ” ପାଇଲେ, ବିଜ୍ଞାନ ଶିକ୍ଷୟତ୍ରୀ ଅନୁସୂୟା ଦେବତା।
“ମହାଦେବ ଭୋଇ ସ୍ମୃତି ସମ୍ମାନ” ପାଇଲେ, ବିଜ୍ଞାନ ଶିକ୍ଷୟତ୍ରୀ ଅନୁସୂୟା ଦେବତା। ବରଗଡ଼ – ୭,୧୦(ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ସ୍ଥିତ ଗାନ୍ଧୀ ସ୍ମୃତି ପାଠାଗାର ରେ…