ଓଡିଶାର ମିଶନ ଶକ୍ତିର ଇସି ସଦସ୍ଯ ମହିଳାମାନେ ରିଷ୍ଟ୍ରକ୍ଚରିଙ୍ଗ୍ ଆଦେଶ ପ୍ରତ୍ୟାହାର ଦାବିରେ ଘେରିଲେ ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ। ୧୩ଫେଵୃଆରୀ ଠାରୁ ବିଧାନସଭା ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ଗଣଧାରଣା ରାୟଗଡା: ତା୬/୨: (ପ୍ରଫୁଲ କୁମାର ବେହେରା)ଆଜି ରାୟଗଡା ଜିଲ୍ଲାର ବିଭିନ୍ନ ଗ୍ରାମ ପଞ୍ଚାୟତ, ଵ୍ଲକ ଓ ଜିଲ୍ଲାର ମିଶନ ଶକ୍ତିର ଇସି ସହ ସଦସ୍ଯମାନେ ଘେରାଉ କଲେ ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ରାଜ୍ଯ ଉପମୁଖ୍ଯମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବି ପତ୍ର ଉପସ୍ଥାପନ କଲେ। ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘ ପକ୍ଷରୁ ଆୟୋଜିତ ଏହି ବିକ୍ଷୋଭ ସମାଵେଶରେ ସଂଘର ଜିଲ୍ଲା ସଭାପତି ମମତା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିକ୍ଷୋଭ ସମାବେଶରେ ସଂଘର ଜିଲ୍ଲା ସମ୍ପାଦକ କୁମାରୀ ପାଲକା ରାଜ୍ଯ ଉପମୂଖ୍ଯମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୦ଦଫା ଦାବି ପାଠ କରିଥିଲେ।ଏଆଇଟିୟୁସି ରାଜ୍ଯ ସମ୍ପାଦକ ତଥା ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘର ରାଜ୍ଯ ସଭାପତି ଜୟନ୍ତ ଦାସ ଉଦବୋଧନ ଦେଇ ସରକାରଙ୍କ ମହିଳା ଵିରୋଧୀ ଇସି ରିଷ୍ଟ୍ରକ୍ଚରିଙ୍ଗ୍ ପ୍ରତ୍ୟାହାର ଦାବିରେ ରାଜ୍ଯଵ୍ଯାପୀ ଆନ୍ଦୋନ ଚଳାଇଛନ୍ତି। ରାଜ୍ଯ ସରକାରଙ୍କ ପକ୍ଷରୁ ୮ଜାନୁଆରୀରେ ସିଏଲ୍ଏଫ୍ ଏଵଂ ଜିପିଏଲ୍ଏଫ୍ ସ୍ତରରେ ଅଡିଟ୍ ଏଵଂ ଇସି ରିଷ୍ଟ୍ରକ୍ଚରିଙ୍ଗ୍ ବାବଦରେ ଏଵଂ ୨୨ଜାନୁଆରୀରେ ୧୨ପୃଷ୍ଠା ସମ୍ବଳିତ ଗାଇଡ୍ ଲାଇନରେ ସିଏଲ୍ଏଫ୍, ଜିପିଏଲ୍ଏଫ୍, ଵିଏଲ୍ଏଫ୍ ଓ ଡିଏଲ୍ଏଫ୍ ସମେତ ସମସ୍ତ ଇସିଙ୍କୁ ରିଷ୍ଟ୍ରକ୍ଚରିଙ୍ଗ୍ ନାମରେ ଵହିସ୍କାର ଓ ଅନ୍ୟାନ୍ୟ ଗାଇଡ ଲାଇନ ପ୍ରକାଶ କଲେ। ଏହି ଗାଇଡ୍ ଲାଇନ ଯଦି ଅନୁସରଣ କରାଯାଏ ତାହେଲେ: ୧) ଓଡିଶାରେ ରିଷ୍ଟ୍ରକ୍ଚରିଙ୍ଗ୍ ଆଳରେ ୬ଲକ୍ଷରୁ ଅଧିକ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ସଭାପତି ସମ୍ପାଦକଙ୍କୁ ପଦରୁ ହଟାଯିଵ ଓ ସେମାନେ ଆଉ ସଭାପତି ବା ସମ୍ପାଦକ ପାଇଁ ପ୍ରାର୍ଥୀ ମଧ୍ଯ ହୋଇପାରିବେ ନାହିଁ। ଏହା ମାନବାଧିକାର ହନନ କରିବା ସହ ଗଣତନ୍ତ୍ର ବିରୋଧୀ ପଦକ।୨) ସମସ୍ତ କାର୍ଯ୍ୟରତ ଇସିଙ୍କୁ ବାହାର କରାଯିବ, ଏହି ଇସି ସଦସ୍ଯମାନଙ୍କୁ ଆଉ ଇସି ପଦଵୀରେ ସରକାର ରହିଵାକୁ ଦେବେ ନାହିଁ ବୋଲି କହିଥିଲେ। ଏହି କର୍ମଜୀବି ଇସି ମହିଳାମାନେ ନିର୍ଦ୍ଦିଷ୍ଟ ଶ୍ରମ ଓ ବୁଦ୍ଧିମତ୍ତା ରେ ରାଜ୍ୟରେ ୬ଲକ୍ଷରୁ ଅଧିକ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଏଵଂ ୭୦ଲକ୍ଷ ମହିଳାଙ୍କୁ ସଂଗଠିତ କରି ଜୀବିକା ଅର୍ଜନ ର ରାହା ଦେଖାଇଛନ୍ତି। ୩) ରିଷ୍ଟ୍ରକ୍ଚରିଙ୍ଗ୍ ପରେ ଯେଉଁ ଜିପିଏଲ୍ଏଫ ଗଠନ ହେବ, ତାହାର ଇସି ସଂଖ୍ୟା ୧୧ରୁ ଅଧିକ ହେବ ନାହିଁ। ୪) ରିଷ୍ଟ୍ରକ୍ଚରିଙ୍ଗ୍ ପରେ ଯେଉଁ ସିଏଲ୍ଏଫ୍ ଗଠିତ ହେବ, ତାହା ୧୫/୨୦ଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଭିତ୍ତିରେ ଗଠିତ ହେବା ପରିବର୍ତ୍ତେ ୨୦ରୁ ୩୯ଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀକୁ ନେଇ ଗଠିତ ହେଵ, ଅର୍ଥାତ୍ ଅନେକ ସିଆରପି ବଳକା ହୋଇଯିବେ। ସେହିଭଳି ଜୀବିକା ମିଶନର ମାଷ୍ଟର ବୁକ୍ କିପର ଵା ଏମଵିକେ ସଂଖ୍ୟା ଆନୁପାତିକ ଭାବେ ହ୍ରାସ ହେବ। ତେଣୁ ଏହି ରିଷ୍ଟ୍ରକ୍ଚରିଙ୍ଗ୍ ଆଳରେ ସ୍ଵୟଂ ସହାୟକ ଗୋଷ୍ଠୀର କାର୍ଯ୍ଯରତ ସଭାପତି ଓ ସମ୍ପାଦକ ମିଶି ୧୨ଲକ୍ଷ, କାର୍ଯ୍ୟରତ ଦେଢ଼ ଲକ୍ଷ ଇସି, କାର୍ଯ୍ଯରତ ୫୫ହଜାର ସିଆରପି, କାର୍ଯ୍ଯରତ ୧୫ହଜାର ଏମଵିକେ, ଵ୍ଯାଙ୍କ ମିତ୍ର, କୃଷି ମିତ୍ର, ପ୍ରାଣୀ ମିତ୍ର, ଉଦ୍ୟାନ ସାଥୀ ଇତ୍ୟାଦି ଆନୁପାତିକ ହ୍ରାସ ହେବ। ଅର୍ଥାତ୍ ଏହି ରିଷ୍ଟ୍ରକ୍ଚରିଙ୍ଗ୍ ଆଳରେ ଯେଉଁମାନେ ଓଡ଼ିଶା ମିଶନ ଶକ୍ତିକୁ ହଜାର ସଂଖ୍ୟାକୁ ନେଇ ୭୦ଲକ୍ଷ କରାଇଥିଲେ ସେମାନଙ୍କୁ ବିଦାୟ ଦେବାପାଇଁ ଷଡ଼ଯନ୍ତ୍ର କରିଛନ୍ତି ରାଜ୍ଯ ସରକାର। ଏହି ମାନଙ୍କ ମଧ୍ୟରୁ ଇସି ହେଉଛନ୍ତି ଅଧିକ ଦାୟିତ୍ବବାନ ଓ ସବୁଠୁ ଅଧିକ କର୍ମଜୀବୀ।
ଅଙ୍ଗନଓ୍ଵାଡି, ଆଶା, ମଧ୍ୟାହ୍ନ ଭୋଜନ ପାଚିକା ମଧ୍ଯ ପ୍ରାଥମିକ ପର୍ଯ୍ୟାୟରେ ଚୟନ ହେଲାଵେଳେ ସମ୍ପୃକ୍ତ ପରିସରରେ ମହିଳାମାନେ ହିଁ ସେମାନଙ୍କୁ ଚୟନ କରିଥିଲେ। ସେମାନେ ଯେଭଳି କିଛି ନିର୍ଦ୍ଦିଷ୍ଟ କାର୍ଯ୍ଯ କରି ଥାଆନ୍ତି ଏମାନେ ସେହିଭଳି ପ୍ରତି ଦିନ, ପ୍ରତି ସପ୍ତାହ, ପ୍ରତି ମାସରେ ନିର୍ଦ୍ଦିଷ୍ଟ କାମ କରନ୍ତି। ଏମାନେ ବସ୍ତୁତଃ ମିଶନ ଶକ୍ତିର ମୁଖ୍ୟ ଚାଳିକା କାର୍ଯ୍ଯ ନିର୍ଵାହୀ ସ୍କିମ କର୍ମଚାରୀ। କିଏ ୪ଵର୍ଷରୁ କିଏ ୨୫ଵର୍ଷ ପର୍ଯ୍ଯନ୍ତ କାର୍ଯ୍ଯ କରିଆସିଛନ୍ତି। ଏମାନଙ୍କ କାର୍ଯ୍ୟର ସ୍ଵାତନ୍ତ୍ର୍ଯତା ଥିବାରୁ ୨୦/୨୫ଵର୍ଷ ଧରି ଏମାନଙ୍କୁ ନହଟାଇ ସରକାର କାର୍ଯ୍ଯ କରାଉଥିଲେ। ତେଣୁ ଏହି ଇସି (କାର୍ଯ୍ୟନିର୍ବାହୀ)ମାନଙ୍କୁ ବାହାର ନକରି ଏହି ଏନ୍ଆରଏଲଏମ୍ ଵା ମିଶନ ଶକ୍ତି ସ୍କିମ ର ଓ୍ଵାର୍କର ମାନ୍ୟତା ଦେଇ ଏମାନଙ୍କ ଦକ୍ଷତା କୁ ରାଜ୍ୟର ମହିଳା ସଶକ୍ତିକରଣରେ ବିନିଯୋଗ କରାଯାଇ ଓଡ଼ିଶା ମହିଳା ସଶକ୍ତିକରଣ ଅନ୍ଯ ରାଜ୍ଯ ତୁଳନାରେ ଅନେକ ଆଗକୁ ଯାଇଥିଵା ମିଶନ ଶକ୍ତି ପୁର୍ବ ଭଳି ରଖିଵା ଆଵଶ୍ଯକ। ସରକାରଙ୍କ ଏହି ରିଷ୍ଟ୍ରକ୍ଚରିଙ୍ଗ୍ ନିର୍ଦ୍ଦେଶ ପ୍ରତ୍ୟାହାର ଦାବିରେ ବିଧାନସଭାରେ ବଜେଟ ଅଧିବେଶନ ଆରମ୍ଭ ହେଉଥିବା ୧୩ଫେଵୃଆରୀ ସକାଳ ୧୦ଟାରୁ ବିଧାନସଭା ସମ୍ମୁଖରେ ରିଷ୍ଟ୍ରକ୍ଚରିଙ୍ଗ୍ ନିର୍ଦ୍ଦେଶ ପ୍ରତ୍ୟାହାର ପର୍ଯ୍ଯନ୍ତ ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘ ପକ୍ଷରୁ ଗଣଧାରଣା ଚାଲୁ ରହିବ ବୋଲି ସୂଚନା ଦେଇ ସମଗ୍ର ରାଜ୍ୟର ମିଶନ ଶକ୍ତି ଓ ଜୀବିକା ମିଶନର ମହିଳାମାନେ ଭୁବନେଶ୍ଵର ଯାଇ ବିଧାନସଭା ସମ୍ମୁଖରେ ଶାନ୍ତି ପୁର୍ଣ୍ଣ ଗଣଧାରଣା ରେ ସାମିଲ ହେବାକୁ ଆହ୍ଵାନ ଦେଇଛନ୍ତି।
ସଂଘର ରାଜ୍ଯ କାର୍ଯକାରୀ ସଭାପତି ଶୈଳବାଳା ରଥ ଉଦବୋଧନ ଦେଇ ମହିଳା ବିରୋଧୀ ମୋହନ ମାଝୀ ସରକାର ଏହି ରିଷ୍ଟ୍ରକ୍ଚରିଙ୍ଗ୍ ଆଦେଶ ପ୍ରତ୍ୟାହାର କରିବା ପର୍ଯ୍ଯନ୍ତ ବିଧାନସଭା ସମ୍ମୁଖରେ ଶାନ୍ତି ପୁର୍ଣ୍ଣ ଗଣଧାରଣା ର ସଫଳତା ପାଇଁ ଇସି ସଦସ୍ଯ ମାନଙ୍କୁ ଆହ୍ଵାନ ଦେଇଛନ୍ତି। ଏହି ବିକ୍ଷୋଭ ରେ ଅନ୍ୟମାନଙ୍କ ମଧ୍ୟରେ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ମାଧୁରୀ ଘୁରିଆ, ଆରତୀ ମୁତିକା, ପୁଷ୍ପା ଦଳପତି, ମଞ୍ଜୁଳା ପଟ୍ଟନାୟକ, ସଂଯୁକ୍ତା ଵରଦଳେଇ, ବିଷ୍ଣୁ ପ୍ରିୟା, ସୁମିତ୍ରା, ଶ୍ରୀଙ୍ଗାରୀ ଓ୍ଵାଡକା, ପ୍ରମୁଖ ଉଦବୋଧନ ଦେଇ ରାଜ୍ୟର ୭୦ଲକ୍ଷ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ପ୍ରତ୍ଯେକ ସଦସ୍ଯଙ୍କୁ ମାସିକ ହଜାରେ ଟଙ୍କା ହାରରେ ଭତ୍ତା ଦେବାର ପ୍ରତିଶୃତି ପାଳନରେ ବିଫଳ ହୋଇ ସରକାର ମିଶନ ଶକ୍ତି ଵ୍ଯଵସ୍ଥାକୁ ଧ୍ଵଂସ କରିବାକୁ ବସିଛନ୍ତି। ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମଧ୍ଯ ତାଙ୍କ ମାସିକ ଭତ୍ତା ଦାବିରେ ଆନ୍ଦୋଳନ କରିବେ ବୋଲି ଉତ୍କଳ ମହିଳା ସମିତିର ପୁଷ୍ପାଞ୍ଜଳୀ ରେଡ୍ଡୀ ଚେତାବନୀ ଦେଇଛନ୍ତି ।
